ଓଡ଼ିଶା ସୀମାରେ ଆନ୍ଧ୍ରର ଜଳ ସଂରକ୍ଷଣ ବନ୍ଧ ଯୋଜନା

ପଟ୍ଟାଙ୍ଗି,୯ା୧୦(ଶରତ ଧଳ):କିଛିଦିନର ନୀରବତା ପରେ ପୁଣି ପଡ଼ୋଶୀ ଆନ୍ଧ୍ରର କାର୍ଯ୍ୟ ଚର୍ଚ୍ଚାକୁ ଆସିଛି। ଏଥର କୋଟିଆ କିମ୍ବା ଅନ୍ୟ କୌଣସି ପଞ୍ଚାୟତର ଲୋକଙ୍କୁ ନିଜ ରାଜ୍ୟ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନାହିଁ ବରଂ ଓଡ଼ିଶା ସୀମାରେ ଅନୁପ୍ରବେଶ କରି ଆନ୍ଧ୍ର ସରକାର ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନା କରୁଛି। ଏଥିପାଇଁ ସେ ଓଡ଼ିଶାର ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ଜଳ ଓ ଜଙ୍ଗଲ ଜମିକୁ ହାତେଇବାରେ ଲାଗିପଡ଼ିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ପଞ୍ଚାୟତର ମୁଙ୍ଗାରଗୁମି ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏନେଇ ସ୍ଥାନୀୟ ଜିଲା ପ୍ରଶାସନ ନିକଟରେ କିଛି ଖବର ନାହିଁ।
ଖବରରୁ ଜଣାପଡିଛି, ପଟ୍ଟାଙ୍ଗି ବ୍ଲକର ସୁଙ୍କି ପଞ୍ଚାୟତର ଇତାୱାଲସା, କୋପମାଉଡି, ଗନ୍ଧୱାଲସା, ୱାଲାଗାଁ, ମାଦିଗୁଣ୍ଡଲାମ, ମୁଙ୍ଗାରଗୁମି, ସାଙ୍ଗାମଗୁଡ଼େ, ତୋଟାଲପାଡୁ ଓ ଡ୍ରେଙ୍ଗିଗରୁଙ୍ଗଗୁଡ଼େ ଗ୍ରାମ ସହ ରାଲେଗଡ଼ା ପଞ୍ଚାୟତର ବାଟିୱାଲ୍‌ସା, ଚିଟାମପାଡୁ, ଟାଙ୍ଗିଣି ଓ ମାଡାୱାଲସା ପଞ୍ଚାୟତର ୧୪ଟି ଗ୍ରାମର ଗ୍ରାମବାସୀ ନିଜ ଗ୍ରାମ ନିକଟ ଦେଇ ପ୍ରବାହିତ ପାହାଡୀ ନଦୀ ଉପରେ ନିର୍ଭର କରି ଚଳନ୍ତି। ଏହି ନଦୀ ଜଳରେ ସେମାନେ ଚାଷକରି ଜୀବିକା ନିର୍ବାହ କରନ୍ତି। ତେବେ ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକମାନେ କିପରି ଉନ୍ନତମାନର ଚାଷ କରି ରୋଜଗାରକ୍ଷମ ହୋଇପାରିବେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆନ୍ଧ୍ର-ଓଡ଼ିଶା ସୀମାନ୍ତର ଉପରୋକ୍ତ ଗ୍ରାମଗୁଡ଼ିକ ମଧ୍ୟରୁ ମୁଙ୍ଗାରଗୁମି ଗ୍ରାମରେ ଜଳସେଚନ ପ୍ରକଳ୍ପ ନେଇ ଏକ ବନ୍ଧ ନିର୍ମାଣ କରିବାକୁ ଆନ୍ଧ୍ର ସରକାର ଯୋଜନା କରିଛି। ଏଥିପାଇଁ ଗତ ୨୬ ତାରିଖରେ ଆନ୍ଧ୍ର ସରକାର ଜମି ଚିହ୍ନଟ ସହ ସର୍ଭେ କାର୍ଯ୍ୟ ଆରମ୍ଭ କରିଛି। ଅନ୍ୟପକ୍ଷରେ ଆନ୍ଧ୍ର ଯଦି ଏପରି ପ୍ରକଳ୍ପ କରେ ତେବେ ଓଡ଼ିଶାର ଉପରୋକ୍ତ ସମସ୍ତ ଗ୍ରାମବାସୀ ଜୀବିକା ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଓଡ଼ିଶାର ସୁଙ୍କି ପଞ୍ଚାୟତରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ଜଙ୍ଗଲ ବିଭାଗର କାର୍ଯ୍ୟାଳୟ ରହିଥିଲେ ସୁଦ୍ଧା ଆନ୍ଧ୍ରର ଏପରି ଅନୁପ୍ରବେଶ କିପରି ଏହି ଦୁଇ କାର୍ଯ୍ୟାଳୟର କର୍ମଚାରୀଙ୍କ ନଜରରେ ପଡୁନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ତେବେ ସେ ଏହାର ଅନୁଧ୍ୟାନ କରିବେ। ଘଟଣାସ୍ଥଳକୁ ଗସ୍ତ କରି ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri