ସୀମାନ୍ତ ପଞ୍ଚାୟତରେ ବୁଲୁଛନ୍ତି ଆନ୍ଧ୍ର ଏଜେଣ୍ଟ

ପଟ୍ଟାଙ୍ଗୀ, ୨୪।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନରେ ଥିବା ୧୪ରୁ ୮ଟି ପଞ୍ଚାୟତ ଆନ୍ଧ୍ର ରାଜ୍ୟ ସୀମାନ୍ତକୁ ଲାଗି ରହିଛି। କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିଜର ଜବରଦଖଲ ଜାହିର କରୁଛି। ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ଅନୁପ୍ରବେଶ କରିବାକୁ ପଛଘୁଞ୍ଚା ଦେଉନି। ଏପରିକି ଓଡ଼ିଶାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ବା ପ୍ରଭାବିତ କରିବାକୁ ଆନ୍ଧ୍ର ଚେଷ୍ଟା ଚଳାଇଛି। ସୀମାନ୍ତ ପଞ୍ଚାୟତଗୁଡ଼ିକରେ ଏଜେଣ୍ଟ ନିଯୁକ୍ତ କରି ଆନ୍ଧ୍ର ପ୍ରୟାସ ଜାରି ରଖିଛି। କୋଟିଆ ପଞ୍ଚାୟତର ତିନି ଗାଁ ଯଥା ତଳ ଗଞ୍ଜେଇପଦର, ଫଗୁଣସୀନେରି ଓ ଫାଟୁସୀନେରୀକୁ ଆନ୍ଧ୍ର ମୁଖ୍ୟତଃ ଟାର୍ଗେଟ କରୁଛି। ଏହି ତିନୋଟି ଗାଁକୁ ଆନ୍ଧ୍ର ସରକାର ନିଜ ହିସାବରେ ପଞ୍ଚାୟତ ଭାବେ ଘୋଷଣା କରି ଏହା ଅଧୀନରେ ଯାଉଥିବା ଗ୍ରାମଗୁଡ଼ିକରେ ଏଜେଣ୍ଟ ନିଯୁକ୍ତ କରିଛି। କୋଟିଆ ପଞ୍ଚାୟତବାସୀ ଯେପରି ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ସହଯୋଗ ନ କରିବେ, ସେ ନେଇ ଆନ୍ଧ୍ର ଏଜେଣ୍ଟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଲେଣି। ସେହିଭଳି ଆନ୍ଧ୍ରର କେତେକ ରାଜନୈତିକ ଦଳ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ପଚାରି ବୁଝୁଛନ୍ତି। ଆନ୍ଧ୍ର ସରକାର ତୁମମାନଙ୍କ ସହ ଅଛନ୍ତି ଓ ରହିବେ ବୋଲି ପ୍ରତିଶ୍ରୁତି ଦେଇ ସୀମାନ୍ତ ଗ୍ରାମବାସୀଙ୍କୁ ନିଜ କବ୍‌ଜାରେ ରଖି ଓଡ଼ିଶାର ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରଭାବିତ କରୁଛନ୍ତି।

ସୂଚନାନୁଯାୟୀ, କୋଟିଆ ପଞ୍ଚାୟତରେ ମୋଟ ୧୩ଟି ବୁଥ୍‌ ଓ ୫୧୮୯ ଭୋଟର ରହିଛନ୍ତି। ଉକ୍ତ ବୁଥ୍‌ଗୁଡ଼ିକରେ ଉପରୋକ୍ତ ଭୋଟର ନିର୍ବାଚନ ସମୟରେ କିପରି ଭୋଟ ନ ଦେବେ, ସେନେଇ ଆନ୍ଧ୍ର ରାଜ୍ୟ ସରକାର ବିଭିନ୍ନ ଚେଷ୍ଟା ଚଳାଉଛି। ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ କୋଟିଆ ପଞ୍ଚାୟତର ୧୩ଟି ବୁଥ୍‌ରେ ୩୬୩୦ ଭୋଟର (୬୯.୭୪%) ମତଦାନ କରିଥିଲେ। ପଟ୍ଟାଙ୍ଗୀ ବ୍ଲକର ୧୪ ପଞ୍ଚାୟତରେ ୪୬,୭୨୬ ଭୋଟର ଅଛନ୍ତି। ସୁଙ୍କି ପଞ୍ଚାୟତରେ ୩୩୭୭, ସମ୍ବାଇ ପଞ୍ଚାୟତରେ ୩୭୦୯, ନୂଆଗାଁ ପଞ୍ଚାୟତରେ ୧୬୮୮, ତଳଗୋଲୁର ପଞ୍ଚାୟତରେ ୨୯୮୯, ଅମ୍ପାବାଲି ପଞ୍ଚାୟତରେ ୨୯୦୧, ରାଲେଗଡା ପଞ୍ଚାୟତରେ ୨୮୩୯ ଏବଂ ପେଟୁରୁ ପଞ୍ଚାୟତରେ ୩୮୩୪ ଭୋଟର ରହିଛନ୍ତି। କୋଟିଆ ସହ ଅନ୍ୟ ସୀମାନ୍ତ ପଞ୍ଚାୟତରେ ଭୋଟରମାନେ ଯେପରି ପ୍ରଭାବିତ ନ ହୁଅନ୍ତି, ସେ ଦିଗରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉତ୍କଳ ସମ୍ମିଳନୀର ବ୍ଲକ ସଭାପତି ଶରତ କୁମାର ଧଳ, ଭାଜପା ଜିଲା ସମ୍ପାଦକ ବଳରାମ ବାରିକ ପ୍ରମୁଖ ଦାବି କରିଛନ୍ତି। ଲୋକମାନେ ଯେପରି ଆନ୍ଧ୍ର ସରକାରଙ୍କ ପ୍ରଲୋଭନରେ ନ ଆସି ସୁରକ୍ଷିତ ଭାବେ ଭୋଟ ଦେବେ ସେ ନେଇ ଆଗାମୀ ଦିନରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପଟ୍ଟାଙ୍ଗୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?