ସୀମାନ୍ତ ପଞ୍ଚାୟତରେ ବୁଲୁଛନ୍ତି ଆନ୍ଧ୍ର ଏଜେଣ୍ଟ

ପଟ୍ଟାଙ୍ଗୀ, ୨୪।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନରେ ଥିବା ୧୪ରୁ ୮ଟି ପଞ୍ଚାୟତ ଆନ୍ଧ୍ର ରାଜ୍ୟ ସୀମାନ୍ତକୁ ଲାଗି ରହିଛି। କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିଜର ଜବରଦଖଲ ଜାହିର କରୁଛି। ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ଅନୁପ୍ରବେଶ କରିବାକୁ ପଛଘୁଞ୍ଚା ଦେଉନି। ଏପରିକି ଓଡ଼ିଶାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ବା ପ୍ରଭାବିତ କରିବାକୁ ଆନ୍ଧ୍ର ଚେଷ୍ଟା ଚଳାଇଛି। ସୀମାନ୍ତ ପଞ୍ଚାୟତଗୁଡ଼ିକରେ ଏଜେଣ୍ଟ ନିଯୁକ୍ତ କରି ଆନ୍ଧ୍ର ପ୍ରୟାସ ଜାରି ରଖିଛି। କୋଟିଆ ପଞ୍ଚାୟତର ତିନି ଗାଁ ଯଥା ତଳ ଗଞ୍ଜେଇପଦର, ଫଗୁଣସୀନେରି ଓ ଫାଟୁସୀନେରୀକୁ ଆନ୍ଧ୍ର ମୁଖ୍ୟତଃ ଟାର୍ଗେଟ କରୁଛି। ଏହି ତିନୋଟି ଗାଁକୁ ଆନ୍ଧ୍ର ସରକାର ନିଜ ହିସାବରେ ପଞ୍ଚାୟତ ଭାବେ ଘୋଷଣା କରି ଏହା ଅଧୀନରେ ଯାଉଥିବା ଗ୍ରାମଗୁଡ଼ିକରେ ଏଜେଣ୍ଟ ନିଯୁକ୍ତ କରିଛି। କୋଟିଆ ପଞ୍ଚାୟତବାସୀ ଯେପରି ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ସହଯୋଗ ନ କରିବେ, ସେ ନେଇ ଆନ୍ଧ୍ର ଏଜେଣ୍ଟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଲେଣି। ସେହିଭଳି ଆନ୍ଧ୍ରର କେତେକ ରାଜନୈତିକ ଦଳ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ପଚାରି ବୁଝୁଛନ୍ତି। ଆନ୍ଧ୍ର ସରକାର ତୁମମାନଙ୍କ ସହ ଅଛନ୍ତି ଓ ରହିବେ ବୋଲି ପ୍ରତିଶ୍ରୁତି ଦେଇ ସୀମାନ୍ତ ଗ୍ରାମବାସୀଙ୍କୁ ନିଜ କବ୍‌ଜାରେ ରଖି ଓଡ଼ିଶାର ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରଭାବିତ କରୁଛନ୍ତି।

ସୂଚନାନୁଯାୟୀ, କୋଟିଆ ପଞ୍ଚାୟତରେ ମୋଟ ୧୩ଟି ବୁଥ୍‌ ଓ ୫୧୮୯ ଭୋଟର ରହିଛନ୍ତି। ଉକ୍ତ ବୁଥ୍‌ଗୁଡ଼ିକରେ ଉପରୋକ୍ତ ଭୋଟର ନିର୍ବାଚନ ସମୟରେ କିପରି ଭୋଟ ନ ଦେବେ, ସେନେଇ ଆନ୍ଧ୍ର ରାଜ୍ୟ ସରକାର ବିଭିନ୍ନ ଚେଷ୍ଟା ଚଳାଉଛି। ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ କୋଟିଆ ପଞ୍ଚାୟତର ୧୩ଟି ବୁଥ୍‌ରେ ୩୬୩୦ ଭୋଟର (୬୯.୭୪%) ମତଦାନ କରିଥିଲେ। ପଟ୍ଟାଙ୍ଗୀ ବ୍ଲକର ୧୪ ପଞ୍ଚାୟତରେ ୪୬,୭୨୬ ଭୋଟର ଅଛନ୍ତି। ସୁଙ୍କି ପଞ୍ଚାୟତରେ ୩୩୭୭, ସମ୍ବାଇ ପଞ୍ଚାୟତରେ ୩୭୦୯, ନୂଆଗାଁ ପଞ୍ଚାୟତରେ ୧୬୮୮, ତଳଗୋଲୁର ପଞ୍ଚାୟତରେ ୨୯୮୯, ଅମ୍ପାବାଲି ପଞ୍ଚାୟତରେ ୨୯୦୧, ରାଲେଗଡା ପଞ୍ଚାୟତରେ ୨୮୩୯ ଏବଂ ପେଟୁରୁ ପଞ୍ଚାୟତରେ ୩୮୩୪ ଭୋଟର ରହିଛନ୍ତି। କୋଟିଆ ସହ ଅନ୍ୟ ସୀମାନ୍ତ ପଞ୍ଚାୟତରେ ଭୋଟରମାନେ ଯେପରି ପ୍ରଭାବିତ ନ ହୁଅନ୍ତି, ସେ ଦିଗରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉତ୍କଳ ସମ୍ମିଳନୀର ବ୍ଲକ ସଭାପତି ଶରତ କୁମାର ଧଳ, ଭାଜପା ଜିଲା ସମ୍ପାଦକ ବଳରାମ ବାରିକ ପ୍ରମୁଖ ଦାବି କରିଛନ୍ତି। ଲୋକମାନେ ଯେପରି ଆନ୍ଧ୍ର ସରକାରଙ୍କ ପ୍ରଲୋଭନରେ ନ ଆସି ସୁରକ୍ଷିତ ଭାବେ ଭୋଟ ଦେବେ ସେ ନେଇ ଆଗାମୀ ଦିନରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପଟ୍ଟାଙ୍ଗୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri