ଓଡ଼ିଶା ଚାଷୀଙ୍କ ଧାନ କିଣୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୬ା୧(ଗିରିଧାରୀ ପରିଛା): ଓଡ଼ିଶା ସରକାର ବାହାର ରାଜ୍ୟକୁ ଧାନ ଚାଲାଣ ଓ ଅସାଧୁ ବ୍ୟବସାୟ ରୋକିବା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇ ନାକା ପଏଣ୍ଟରେ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଗଜପତି ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏଠାରୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଧାନ କିଣି ନେଉଛି। ଏପରିକି, ଓଡିଶା ଚାଷୀଙ୍କ ନାଁରେ ଆନ୍ଧ୍ରରେ ଟୋକନ ପ୍ରସ୍ତୁତ ହୋଇ ଆସୁଛି। ଏହି ଟୋକନ ଦେଇ ଆନ୍ଧ୍ର ଧାନ କିଣୁଛି। ଓଡିଶା ଚାଷୀଙ୍କ ନାଁରେ ଥିବା ଟୋକନ, ଧାନ ଓଜନ ରସିଦ୍‌ରୁ ଏହାର ପ୍ରମାଣ ମିଳିଛି।
ଆନ୍ଧ୍ର ବ୍ୟବସାୟୀମାନେ ଗଜପତି ଜିଲାର ଗୋଷାଣି ଏବଂ କାଶୀନଗର ବ୍ଲକରୁ ଧାନ ଚାଲାଣ କରୁଛନ୍ତି। ପ୍ରତିଦିନ ୩୦ରୁ ୪୦ ଟ୍ରାକ୍ଟର ଧାନ କୁଇଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ବିନା ପ୍ରତିବନ୍ଧକରେ କିଣି ନେଉଛନ୍ତି। ଆନ୍ଧ୍ର ବ୍ୟବସାୟୀ ଧାନର ଗୁଣବତ୍ତା ନ ଦେଖି ନେଇ ଯାଉଥିବାରୁ ଲାଭକ୍ଷତିକୁ ଚିନ୍ତା ନ କରି ବିକିଦେଉଛୁ ବୋଲି କେତେଜଣ ଭାଗଚାଷୀ କହିଛନ୍ତି। ଅନ୍ୟପକ୍ଷରେ ଆଉ କେତେଜଣ ଚାଷୀ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଉପରେ ଭରସା କରିପାରୁ ନ ଥିବା କହିଛନ୍ତି। କାରଣ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମେ ଡିସେମ୍ବର ୩୦ରେ ଧାନ ସଂଗ୍ରହ କରାଯିବ ବୋଲି କୁହାଯାଇଥିଲା। ପରେ ଏହାକୁ ଜାନୁଆରୀ ୭ ତାରିଖକୁ ଘୁଞ୍ଚାଯାଇଛି। ସେ ସମୟରେ ମଧ୍ୟ ପ୍ରଶାସନ ଧାନ ନେବ କି ନାହିଁ ତାହାର କିଛି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି। ଗୋଟିଏ ପଟେ ଅଦିନିଆ ବର୍ଷାରେ ଧାନ ନଷ୍ଟ ହୋଇଥିବା ବେଳେ ଅନ୍ୟପଟେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। ଗଜପତିରେ ବହୁତ ତେଲୁଗୁ ସମ୍ପ୍ରଦାୟର ଚାଷୀ ଅଛନ୍ତି। ଆଗକୁ ସେମାନଙ୍କ ମୁଖ୍ୟ ପର୍ବ ପୋଙ୍ଗଲ ରହିଥିବାରୁ ଟଙ୍କାର ବହୁତ ଆବଶ୍ୟକତା ରହିଛି। ତେଣୁ ଚାଷୀ ନିରୁପାୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ବାବୁଲା ପାତ୍ର, ଲକ୍ଷ୍ମୀ ନାରାୟଣ ପ୍ରମୁଖ କହିଛନ୍ତି।
ତେବେ ଏ ନେଇ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଜିଲାର ୭ଟି ବ୍ଲକ ମଧ୍ୟରୁ ୪ଟି ଯଥା ଗୁମ୍ମା, ଗୋଷାଣି, କାଶୀନଗର ଓ ରାୟଗଡ ବ୍ଲକରେ ମୋଟ ୪୫ଟି ମଣ୍ଡି ଖୋଲାଯିବ। ମୋଟ ୫,୮୫,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ ଓଡିଶାରେ ଧାନର କୁଇଣ୍ଟାଲ ପିଛା ଦର ଆନ୍ଧ୍ରଠାରୁ ଅଧିକା ରହିଥିବା ବେଳେ ଚାଷୀ କମ୍‌ ଦରରେ ବିକିବା ଦୁର୍ଭାଗ୍ୟଜନକ। ଚାଷୀ ତାର ଇଚ୍ଛାରେ ଯାହାକୁ ଧାନ ବିକ୍ରି କରିପାରିବ। ଜିଲା ପ୍ରଶାସନ ଏହାକୁ ରୋକିପାରିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଯେଉଁ ଚାଷୀମାନଙ୍କ ପାଖରେ ଟାର୍ଗେଟଠାରୁ ଅଧିକା ଧାନ ରହିଛି, ସେମାନେ କମ୍‌ ଦାମରେ ଆନ୍ଧ୍ରକୁ ବିକ୍ରି କରୁଥିବେ। ଯୋଗାଣ ଅଧିକାରୀଙ୍କ ଏଭଳି ମନ୍ତବ୍ୟରୁ ଜିଲାରେ ଚୋରା ବ୍ୟବସାୟୀଙ୍କୁ ଅଙ୍କୁଶ ଲଗାଇବା ପରିବର୍ତ୍ତେ ପ୍ରଶ୍ରୟ ଦେଲାଭଳି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ

ବାରିପଦା,୧୬।୧: ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ମୁତୟନ ହେବେ ୧ ପ୍ଲାଟୁନ ଫୋର୍ସ ନିଯୁକ୍ତ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ଇ-କେୱାଇସି କରିବା ଜରୁରୀ,ଆସିଲା ନୂଆ ସୂଚନା

ଭୁବନେଶ୍ୱର,୧୬।୧: ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

ଗାଁ ପାହାଡ଼ରୁ ପଥର ଖୋଳୁଥିବାବେଳେ ଅଘଟଣ, ମାଟି ଅତଡ଼ା ଖସି ଶ୍ରମିକ ମୃତ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଆମ୍ବ ଗାଁ ନିକଟ କାଙ୍କରା ପାହାଡ଼ରୁ ମାଟି ଅତଡ଼ା ଖସି ଜଣେ ଶ୍ରମିକ ଗୁରୁବାର ମୃତ୍ୟୁବରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri