କରୋନାରେ ମୃତ ବାଳକଙ୍କ ଶବ ନେଲେ ନାହିଁ ପରିବାର: ଅନ୍ତିମ ସଂସ୍କାର ପାଇଁ ଠେଲାରେ ବୋହି ନିଆଗଲା

ହାଇଦ୍ରାବାଦ, ୧୩।୮:  ମହାମାରୀ କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ତେବେ ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜଣେ କରୋନା ରୋଗୀଙ୍କୁ ଅବହେଳା କରିବା ଘଟଣା ସମ୍ମୁଖକୁ ଆସିଛି।
ଆନ୍ଧ୍ରପ୍ରଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜରୁରୀକାଳିନ ସହାୟତା ପାଇଁ ୧୧୮୦ ନୂତନ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି ସରକାର। ମାତ୍ର ସରକାରଙ୍କ ଏହି ଘୋଷଣା କେବଳ କାଗଜପତ୍ରରେ ସିମିତ ରହିଯାଇଥିବା ମନେ ହେଉଛି। କାରଣ ଆମ୍ବୁଲାନ୍ସ ନ ମିଳିବାରୁ ଜଣେ କରୋନାରେ ମୃତ୍ୟୁ ଘଟିଥିବା ଜଣେ ବାଳକଙ୍କୁ ଠେଲାରେ ବୋହି ନେବାକୁ ପଡ଼ିଛି। ଏହି ଅଘଟଣ ଘଟିଛି। ଗୁଣ୍ଟୁର ବାପଟଲା ଅଞ୍ଚଳରେ। କୁହାଯାଉଛି ପରିବାର ପକ୍ଷରୁ କେହି ମୃତଦେହ ନେବାକୁ ଆସିଲେ ନାହିଁ। ତେଣୁ ହସ୍ପିଟାଲ ପ୍ରଶାସନ ପକ୍ଷରୁ କୋଭିଡ-୧୯ ନିୟମକୁ ପାଳନକରି ମୃତଦେହକୁ ଏକ ବ୍ୟାଗ୍‌ରେ ଗୁଡ଼ାଇ ଅନ୍ତିମ ସଂସ୍କାର ପାଇଁ ମ୍ୟୁନିସିପାଲଟି କର୍ମଚାରୀଙ୍କୁ ହସ୍ତାନ୍ତର କରାଗଲା। ତେବେ ଆମ୍ବୁଲାନ୍ସ ନ ମିଳିବାରୁ ମୃତଦେହକୁ ମ୍ୟୁନିସିପାଲଟି କର୍ମଚାରୀମାନେ ଏକ ଠେଲାରେ ଅନ୍ତିମ ସଂସ୍କାର ପାଇଁ ନେଇଗଲେ। ଏ ନେଇ ସ୍ଥାନୀୟ ଲୋକ ଅସନ୍ତାଷ ପ୍ରକାଶ କରିଛନ୍ତି। ଆନ୍ଦ୍ରପ୍ରଦେଶର ବିଧାନସଭାର ଉପବାଚସ୍ପତି କୋନା ରଘୁପତିଙ୍କ ନିର୍ବାଚନମଣ୍ଡଳୀରେ ଏହି ଅଘଟଣ ଘଟିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ହସ୍ପିଟାଲ ଏବଂ ମ୍ୟୁନିସିପାଲଟି କର୍ମଚାରୀଙ୍କୁ ଏଥିପାଇଁ ଭର୍ତ୍ସନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ବଡ଼ ଧରଣର ଚୋରି: ହୁଣ୍ଡି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା ସହ ଅଳଙ୍କାର

ରାୟଗଡ଼ା,୧୨।୫: ରାୟଗଡ଼ା ସାଇଲେଶ୍ୱର ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବର…

ଶହୀଦ ମାଧୋ ସିଂଙ୍କ ଜୀବନୀରେ ଭୁଲ ତଥ୍ୟକୁ ନେଇ ବିଜେଡିର ପ୍ରତିବାଦ, ସରକାରଙ୍କୁ ଦାବିପତ୍ର

ବରଗଡ଼, ୧୨।୫ (ପ୍ରେମାନନ୍ଦ ଖମାରୀ): ଭାରତର ସ୍ୱାଧୀନତା ସଂଗ୍ରାମରେ ବରଗଡ଼ ମାଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ପରିପ୍ରେକ୍ଷିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ…

ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, TVK ସରକାରରେ ମିଳିଲା ବଡ଼ ପଦବୀ

ଚେନ୍ନାଇ,୧୨।୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ପ୍ରଥମେ ତିନି ବର୍ଷ ପୂର୍ୱେ ପ୍ରତିଷ୍ଠିତ ତାଙ୍କ ଦଳ ସହିତ ନିର୍ୱାଚନରେ ଏକ ବଡ଼ ବିଜୟ ହାସଲ କରି ହଇଚଇ ସୃଷ୍ଟି…

ଇଟାଲୀ, ୟୁଏଇ, ସ୍ୱିଡେନ…ମୋଦିଙ୍କ ଏହି ୫ଟି ଦେଶ ଗସ୍ତ ସ୍ଥାନରେ ୫୦୦ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ ରୁ ମେ ୨୦ ମଧ୍ୟରେ ପାଞ୍ଚଟି ଦେଶ ଗସ୍ତରେ ଯିବେ। ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE)…

NEET- UG ୨୦୨୬ ପରୀକ୍ଷା ବାତିଲ: ବର୍ଷିଲେ ରାହୁଲ, ମୋଦିଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୧୨।୫: NEET-UG ୨୦୨୬ ପରୀକ୍ଷା ବାତିଲକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଭ୍ରଷ୍ଟ…

ପଞ୍ଚାୟତ,ପୌର ନିର୍ବାଚନ ପୂର୍ବରୁ ଭାଜପାର ରଣନୀତି : ନୀତିନ ନବୀନଙ୍କ ଗସ୍ତକୁ ନେଇ ମନମୋହନ କହିଲେ…

ଭୁବନେଶ୍ୱର, ୧୨/୫ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ଭାଜପା ମୁଖ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ ପ୍ରଶିକ୍ଷଣ…

ଚାଷଙ୍କ ଇଚ୍ଛା ମୃତ୍ୟୁ ଆବେଦନ: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ତାଲମେଣ୍ଡା ଗ୍ରାମର ଯୁବ ଚାଷୀ ରୋହିତ ଭୋଇଙ୍କ ଇଚ୍ଛାମୃତ୍ୟୁ ଆବେଦନ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମବାୟ ମନ୍ତ୍ରୀ ପ୍ରଦୀପ…

ସୁନା କିଣିବାକୁ ମନାକଲେ ମୋଦି, କିଣିଲେ ମିଳିବ ଦଣ୍ଡ! ଜାଣନ୍ତୁ ନୂଆ ନିୟମ…

ନୂଆଦିଲ୍‌ଲୀ,୧୨।୫: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ବଢ଼ୁଥିବା ଚାପ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ନାଗରିକମାନଙ୍କୁ ଗୋଟିଏ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri