ଆନ୍ଧ୍ର ଆବେଦନକାରୀଙ୍କ ପିଟିଶନ ଖାରଜ

ନୂଆଦିଲ୍ଲୀ, ୨୨।୩:କୋରାପୁଟ ଜିଲାର ବିବାଦୀୟ କୋଟିଆର ୨୧ଟି ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା କରିବା ସହ ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା ସକାଶେ ଆନ୍ଧ୍ର ସମର୍ଥିତ ୫ ସରପଞ୍ଚ ଦାୟର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ପୀଠ ଓଡ଼ିଶା ଓକିଲଙ୍କ ଯୁକ୍ତି ଶୁଣିବା ପରେ ଆନ୍ଧ୍ର ପକ୍ଷରୁ କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ଓକିଲ ଶିବଶଙ୍କର ମିଶ୍ର କହିଥିଲେ ଯେ, ସମ୍ବିଧାନର ଅନୁଚ୍ଛେଦ ୧୩୧ ଅନୁଯାୟୀ ମୂଳ ମକଦ୍ଦମା ଏବଂ ଅଦାଲତ ଅବମାନନା ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ବିଚାରାଧୀନ ରହିଛି। ଚଳିତ ବର୍ଷ ଓଡ଼ିଶା ସରକାର କୋଟିଆର ସମ୍ପୃକ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ଓ ସେଥିରେ ୭୫ ପ୍ରତିଶତ ମତଦାନ ହୋଇଥିବା ସଂକ୍ରାନ୍ତ ତଥ୍ୟ ମଧ୍ୟ ମିଶ୍ର କୋର୍ଟରେ ଉପସ୍ଥାପନ କରିଥିଲେ। ଏଥିସହିତ ସେ ଯୁକ୍ତି ବାଢ଼ିଥିଲେ ଯେ, ସେହିସବୁ ଗ୍ରାମରେ ଆନ୍ଧ୍ର କେବେହେଲେ ନିର୍ବାଚନ କରିନାହିଁ ଓ କେବଳ ପଞ୍ଚାୟତ ପ୍ରତିନିଧି ବାଛିଛି।
ତେବେ ବିବାଦୀୟ ଅଞ୍ଚଳର ସରପଞ୍ଚ ବୋଲି ନିଜକୁ ଦାବି କରୁଥିବା ଆନ୍ଧ୍ରପ୍ରଦେଶର ୫ ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ସରକାର ସେଠାରେ କରିଥିବା ପଞ୍ଚାୟତ ନିର୍ବାଚନକୁ ସର୍ବୋଚ୍ଚ ଅଦାଲତ ଅସିଦ୍ଧ ଘୋଷଣା କରନ୍ତୁ। ଯେଉଁଭଳି ଭାବେ ଓଡ଼ିଶା ସରକାର ବିବାଦୀୟ ଅଞ୍ଚଳରେ ପଞ୍ଚାୟତ ସମିତି ନିର୍ବାଚନ ପରିଚାଳନା ସକାଶେ ବିଜ୍ଞପ୍ତି ଜାରି କରିଥିଲେ, ତାହା ସେମାନଙ୍କୁ ବ୍ୟଥିତ କରିଛି ବୋଲି ଆବେଦନକାରୀ କହିଛନ୍ତି। ସେମାନେ ଆବେଦନରେ ଦର୍ଶାଇଛନ୍ତି ଯେ, ୨୧ଟି ଗ୍ରାମରେ ୫ ହଜାରରୁ ଅଧିକ ଲୋକ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ତେଲୁଗୁ ଭାଷା କହିବା ସହ ଆନ୍ଧ୍ରପ୍ରଦେଶର ପରମ୍ପରା ଓ ସଂସ୍କୃତିକୁ ଅନୁସରଣ କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟ ମାର୍ଚ୍ଚ ୧୬ରେ କହିଥିଲେ କୋଟିଆ ସୀମା ବିବାଦ ନେଇ ସମ୍ବିଧାନର ଅନୁଚ୍ଛେଦ ୧୩୧ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ବିରୋଧରେ କରାଯାଇଥିବା ମୂଳ ମକଦ୍ଦମାକୁ ପ୍ରଥମେ ବିଚାରକୁ ନେବେ। ୨୦୨୦ରେ ଓଡ଼ିଶା ପକ୍ଷରୁ ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ସଂକ୍ରାନ୍ତୀୟ ମାମଲାରେ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ଉଭୟ ପକ୍ଷଙ୍କୁ ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଓ ସିଟି ରବିକୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ପୀଠ ଅନୁମତି ଦେଇଥିଲେ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଚଳିତବର୍ଷ ଜାନୁୟାରୀରେ ଓଡ଼ିଶା ତରଫରୁ ସୀମା ବିବାଦ ନେଇ ପୁନଶ୍ଚ ଏକ ମକଦ୍ଦମା ସର୍ବୋଚ୍ଚ ଅଦାଲତରେ କରାଯାଇଥିଲା। ଏଥିରେ କୋଟିଆ ଗ୍ରାମପୁଞ୍ଜ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ପ୍ରଶାସନିକ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଘୋଷଣା କରନ୍ତୁ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri