ଡଙ୍ଗରିଆଙ୍କୁ ଠକୁଛନ୍ତି ଆନ୍ଧ୍ର ଦଲାଲ

ବିଷମକଟକ,୨୭ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଡଙ୍ଗରିଆମାନେ ବିଶେଷକରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଉତ୍ପାଦିତ ପନିପରିବା, ଫଳ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିକରି ଏମାନେ ପରିବାର ଚଳାନ୍ତି। ହେଲେ ଲକ୍‌ଡାଉନ ଯୋଗୁ ଏସବୁ ଠିକ୍‌ଭାବେ ବିକ୍ରି ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଡ଼ୋଶୀ ରାଜ୍ୟର ଦଲାଲ ଡଙ୍ଗରିଆଙ୍କ ଦ୍ରବ୍ୟକୁ ଶାଗମାଛ ଦରରେ କିଣି ନେଉଛନ୍ତି।

ଜିଲାର ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ୬୫ ଗ୍ରାମରେ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୦୦ରୁ ଊର୍ଦ୍ଧ୍ୱ ପରିବାର ଚାଷ ଉପରେ ନିର୍ଭର କରନ୍ତି। ଏଠାରେ ପ୍ରାୟ ୨ହଜାର ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମିରେ ସପୁରି ଚାଷ ହେଉଥିବାବେଳେ ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ସପୁରି ଉତ୍ପାଦିତ ହୋଇଥାଏ। କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟରେ ମେ ୫ରୁ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ ଡଙ୍ଗରିଆଙ୍କ ଜୀବନ ଓ ଜୀବିକା ଉପରେ ମଧ୍ୟ ପଡ଼ିଛି। ସପୁରି ବ୍ୟତୀତ ଡଙ୍ଗରିଆମାନେ ନିଜ ଅଞ୍ଚଳରେ ହଳଦୀ, ଅଦା, ପାଳୁଅ, କଦଳୀ, ତେନ୍ତୁଳି, ପଣସ ଆଦି ଉତ୍ପାଦନ କରିଥାନ୍ତି। ଏସବୁ ରାଜ୍ୟ ସମେତ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ଆଦି ରାଜ୍ୟକୁ ଯାଇଥାଏ। ସେହିପରି ଝାଡ଼ୁ ମଧ୍ୟ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ତେବେ ଲକ୍‌ଡାଉନ ଏବଂ ଶଟ୍‌ଡାଉନରେ ବଜାର, ହାଟ ବନ୍ଦ ରହିଛି। ସେହିପରି ଟ୍ରେନ୍‌ ଓ ବସ୍‌ ସେବା ମଧ୍ୟ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଉତ୍ପାଦିତ ଦ୍ରବ୍ୟ ବାହାର ରାଜ୍ୟକୁ ଯାଇପାରୁନାହିଁ। ଡଙ୍ଗରିଆମାନେ ଉତ୍ପାଦିତ ଦ୍ରବ୍ୟକୁ ନଷ୍ଟ କରିବା ବଦଳରେ ପରିବାର ଚଳାଇବା ପାଇଁ ସେଗୁଡ଼ିକୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବ୍ଲକ୍‌ ଅଧୀନ କୁର୍ଲି ପଞ୍ଚାୟତର ୨୩ ଖଣ୍ଡ ଗାଁ ଚଞ୍ଚଡ଼ାଗୁଡ଼ା ପଞ୍ଚାୟତର କିଞ୍ଜମଯୋଡ଼ି ଗ୍ରାମ ସମେତ ଡାଳିଆକୁଜି ପଞ୍ଚାୟତର କେତୋଟି ଗାଁ ଏବଂ ମୁନିଗୁଡ଼ା ବ୍ଲକ୍‌ ମୁନିଖୋଲ ପଞ୍ଚାୟତର କେତୋଟି ଗାଁରେ ଡଙ୍ଗରିଆ ପରିବାର ଚାଷ ଉପରେ ନିର୍ଭର କରନ୍ତି। ଚାଟିକଣାସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ)ପକ୍ଷରୁ କରାଯାଥିବା ଆକଳନ ଅନୁଯାୟୀ, ନିୟମଗିରି ଅଞ୍ଚଳରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଆମ୍ବ, ୨୦୦ରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ କମଳା, ୨୮ଲକ୍ଷରୁ ଊର୍ଦ୍ଧ୍ୱ ସପୁରି ଉତ୍ପାଦନ କରାଯାଇଥାଏ। କିନ୍ତୁ ଦଲାଲ ଏହାକୁ କିଣିନେଇ ବଜାରରେ ଚଢ଼ାଦରରେ ବିକ୍ରି କରୁଥିବା ଜଣାପଡ଼ିଛି। ଆନ୍ଧ୍ରରୁ ଦଲାଲମାନେ ଆସି ଡଙ୍ଗରିଆଙ୍କ ସରଳତାର ସୁଯୋଗ ନେଇ କମ୍‌ ମୂଲ୍ୟରେ ଜିନିଷ କିଣି ନେଉଛନ୍ତି। ଏ ନେଇ ଓର୍‌ମାସ୍‌ର ଉପମୁଖ୍ୟ ମନୋଜ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଦିଲ୍ଲୀରୁ କେତେଜଣ ବ୍ୟବସାୟୀ ଆସି ଡଙ୍ଗରିଆଙ୍କ ଦ୍ୱାରା ଉତ୍ପାଦିତ ସପୁରିର ମାନ ପରଖି ଯାଇଛନ୍ତି। ଏବେ ଏଠାରେ ସପୁରି ମୂଲ୍ୟ ଗୋଟିଏ ପିଛା ୨୫ ଟଙ୍କା ରହିଥିବାବେଳେ ବ୍ୟବସାୟୀମାନେ ୧୮ ଟଙ୍କା ମଧ୍ୟରେ ସପୁରି ଦିଲ୍ଲୀରେ ପହଞ୍ଚିଲେ କିଣିବେ ବୋଲି କହିଛନ୍ତି। ତେଣୁ ଦର କମିବା ପରେ ଦିଲ୍ଲୀ ପଠାଇବା ଯୋଜନା ରହିଥିବା ସେ କହିଛନ୍ତି। ସେହିପରି ନିକଟରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ବିଷମକଟକ ଗସ୍ତବେଳେ ଡଙ୍ଗରିଆଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri