ଡଙ୍ଗରିଆଙ୍କୁ ଠକୁଛନ୍ତି ଆନ୍ଧ୍ର ଦଲାଲ

ବିଷମକଟକ,୨୭ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଡଙ୍ଗରିଆମାନେ ବିଶେଷକରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଉତ୍ପାଦିତ ପନିପରିବା, ଫଳ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିକରି ଏମାନେ ପରିବାର ଚଳାନ୍ତି। ହେଲେ ଲକ୍‌ଡାଉନ ଯୋଗୁ ଏସବୁ ଠିକ୍‌ଭାବେ ବିକ୍ରି ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଡ଼ୋଶୀ ରାଜ୍ୟର ଦଲାଲ ଡଙ୍ଗରିଆଙ୍କ ଦ୍ରବ୍ୟକୁ ଶାଗମାଛ ଦରରେ କିଣି ନେଉଛନ୍ତି।

ଜିଲାର ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ୬୫ ଗ୍ରାମରେ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୦୦ରୁ ଊର୍ଦ୍ଧ୍ୱ ପରିବାର ଚାଷ ଉପରେ ନିର୍ଭର କରନ୍ତି। ଏଠାରେ ପ୍ରାୟ ୨ହଜାର ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମିରେ ସପୁରି ଚାଷ ହେଉଥିବାବେଳେ ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ସପୁରି ଉତ୍ପାଦିତ ହୋଇଥାଏ। କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟରେ ମେ ୫ରୁ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ ଡଙ୍ଗରିଆଙ୍କ ଜୀବନ ଓ ଜୀବିକା ଉପରେ ମଧ୍ୟ ପଡ଼ିଛି। ସପୁରି ବ୍ୟତୀତ ଡଙ୍ଗରିଆମାନେ ନିଜ ଅଞ୍ଚଳରେ ହଳଦୀ, ଅଦା, ପାଳୁଅ, କଦଳୀ, ତେନ୍ତୁଳି, ପଣସ ଆଦି ଉତ୍ପାଦନ କରିଥାନ୍ତି। ଏସବୁ ରାଜ୍ୟ ସମେତ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ଆଦି ରାଜ୍ୟକୁ ଯାଇଥାଏ। ସେହିପରି ଝାଡ଼ୁ ମଧ୍ୟ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ତେବେ ଲକ୍‌ଡାଉନ ଏବଂ ଶଟ୍‌ଡାଉନରେ ବଜାର, ହାଟ ବନ୍ଦ ରହିଛି। ସେହିପରି ଟ୍ରେନ୍‌ ଓ ବସ୍‌ ସେବା ମଧ୍ୟ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଉତ୍ପାଦିତ ଦ୍ରବ୍ୟ ବାହାର ରାଜ୍ୟକୁ ଯାଇପାରୁନାହିଁ। ଡଙ୍ଗରିଆମାନେ ଉତ୍ପାଦିତ ଦ୍ରବ୍ୟକୁ ନଷ୍ଟ କରିବା ବଦଳରେ ପରିବାର ଚଳାଇବା ପାଇଁ ସେଗୁଡ଼ିକୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବ୍ଲକ୍‌ ଅଧୀନ କୁର୍ଲି ପଞ୍ଚାୟତର ୨୩ ଖଣ୍ଡ ଗାଁ ଚଞ୍ଚଡ଼ାଗୁଡ଼ା ପଞ୍ଚାୟତର କିଞ୍ଜମଯୋଡ଼ି ଗ୍ରାମ ସମେତ ଡାଳିଆକୁଜି ପଞ୍ଚାୟତର କେତୋଟି ଗାଁ ଏବଂ ମୁନିଗୁଡ଼ା ବ୍ଲକ୍‌ ମୁନିଖୋଲ ପଞ୍ଚାୟତର କେତୋଟି ଗାଁରେ ଡଙ୍ଗରିଆ ପରିବାର ଚାଷ ଉପରେ ନିର୍ଭର କରନ୍ତି। ଚାଟିକଣାସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ)ପକ୍ଷରୁ କରାଯାଥିବା ଆକଳନ ଅନୁଯାୟୀ, ନିୟମଗିରି ଅଞ୍ଚଳରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଆମ୍ବ, ୨୦୦ରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ କମଳା, ୨୮ଲକ୍ଷରୁ ଊର୍ଦ୍ଧ୍ୱ ସପୁରି ଉତ୍ପାଦନ କରାଯାଇଥାଏ। କିନ୍ତୁ ଦଲାଲ ଏହାକୁ କିଣିନେଇ ବଜାରରେ ଚଢ଼ାଦରରେ ବିକ୍ରି କରୁଥିବା ଜଣାପଡ଼ିଛି। ଆନ୍ଧ୍ରରୁ ଦଲାଲମାନେ ଆସି ଡଙ୍ଗରିଆଙ୍କ ସରଳତାର ସୁଯୋଗ ନେଇ କମ୍‌ ମୂଲ୍ୟରେ ଜିନିଷ କିଣି ନେଉଛନ୍ତି। ଏ ନେଇ ଓର୍‌ମାସ୍‌ର ଉପମୁଖ୍ୟ ମନୋଜ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଦିଲ୍ଲୀରୁ କେତେଜଣ ବ୍ୟବସାୟୀ ଆସି ଡଙ୍ଗରିଆଙ୍କ ଦ୍ୱାରା ଉତ୍ପାଦିତ ସପୁରିର ମାନ ପରଖି ଯାଇଛନ୍ତି। ଏବେ ଏଠାରେ ସପୁରି ମୂଲ୍ୟ ଗୋଟିଏ ପିଛା ୨୫ ଟଙ୍କା ରହିଥିବାବେଳେ ବ୍ୟବସାୟୀମାନେ ୧୮ ଟଙ୍କା ମଧ୍ୟରେ ସପୁରି ଦିଲ୍ଲୀରେ ପହଞ୍ଚିଲେ କିଣିବେ ବୋଲି କହିଛନ୍ତି। ତେଣୁ ଦର କମିବା ପରେ ଦିଲ୍ଲୀ ପଠାଇବା ଯୋଜନା ରହିଥିବା ସେ କହିଛନ୍ତି। ସେହିପରି ନିକଟରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ବିଷମକଟକ ଗସ୍ତବେଳେ ଡଙ୍ଗରିଆଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri