Posted inଖେଳ

ଆଶେସ ଟୁର୍‌ ଉପରେ ଆଣ୍ଡରସନଙ୍କ ନଜର

ସାଉଥାମ୍ପଟନ,୨୮।୯(ପି.ଟି.): ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ ଅକ୍ତିଆର କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବେ ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଶେସ ସିରିଜ ଖେଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅଷ୍ଟ୍ରେଲିଆରେ ସେ ଏହି ହାଇପ୍ରୋଫାଇଲ ଟେଷ୍ଟ ସିରିଜ ଖେଳିବାକୁ ସେ ସବୁକିଛି କରିବାକୁ ପ୍ରସ୍ତୁତ୍‌ ଅଛନ୍ତି ବୋଲି କହିଛନ୍ତି।
୨୦୦୩ରେ ୩୮ ବର୍ଷୀୟ ଆଣ୍ଡରସନ୍‌ ଟେଷ୍ଟ ପଦାର୍ପଣ କରିଥିଲେ। ଏହାପରଠାରୁ ସେ ଇଂଲଣ୍ଡ ପାଇଁ ୧୫୬ଟି ଟେଷ୍ଟ ଖେଳି ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଉଇକେଟ ହାସଲ କରି ବୋଲର ସାବ୍ୟସ୍ତ ହୋଇଛନ୍ତି। ଏଥିରେ ୪ଟି ଆଶେସ ଟୁର ସାମିଲ ରହିଛି। ଏବେ ମଧ୍ୟ ଉଇକେଟ ହାସଲ କରିବାକୁ ବ୍ୟଗ୍ର ରହିଛି। କ୍ରିକେଟ ଖେଳିବାକୁ ଏବେ ମଧ୍ୟ ଭଲ ପାଉଛି। ତେଣୁ ଫିଟ୍‌ ରହିବା ସହ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ ଜାରି ରଖିଛି ବୋଲି ସେ ‘ବିବିସି ବ୍ରେକ୍‌ଫାଷ୍ଟ’କୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। ଏଥର ଆସେଶ ସିରିଜ ଅଷ୍ଟ୍ରେଲିଆରେ ନଭେମ୍ବର ୨୦୨୧ରୁ ଜାନୁୟାରୀ ୨୦୨୨ ଜାନୁୟାରୀ ମଧ୍ୟରେ ଆୟୋଜନ ହେବ। ଆଗାମୀ ଦିନରେ ଭଲ ପ୍ରଦର୍ଶନ କଲେ ଆଶେସ ପାଇଁ ସେ ଦଳରେ ସାମିଲ ହୋଇପାରିବେ। ପୂର୍ବରୁ ଚଳିତ ସପ୍ତାହରେ ଆଣ୍ଡରସନ ବିଶ୍ୱର ଚତୁର୍ଥ ବୋଲର ଓ ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଅଧିନାୟକ ଆଝାର ଅଲୀଙ୍କୁ ଆଉଟ କରିବା ପରେ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ। ଅବସର ନେଇଥିବା ସ୍ପିନର ମୁଥିଆ ମୁରଲୀଧରନ (୮୦୦), ଶେନ୍‌ ଓ୍ବର୍ନ (୭୦୮) ଓ ଅନିଲ କୁମ୍ବଲେ (୬୧୯) ଆଣ୍ଡରସନଙ୍କଠାରୁ ଅଧିକ ଉଇକେଟ ହାସଲ କରିଛନ୍ତି। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏହା ପଛରେ ପ୍ରକୃତିଦତ୍ତ ଶରୀରର ଭୂମିକା ରହିଛି ବାଲି ସେ କହିଛନ୍ତି। ଜିମ୍‌ରେ ଫିଟ୍‌ ରହିବାକୁ ଓ ମୋ ଆକ୍ସନକୁ ଯେତେସମ୍ଭବ ସହଜ କରିବାକୁ ସବୁବେଳେ ପ୍ରୟାସ କରିଥାଏ। ଇଞ୍ଜୁରୀଠାରୁ ଦୂରେଇ ରହିପାରିଲେ ଆଉ ଅଧିକ ସମୟ ଖେଳିପାରିବି ବୋଲି ଆଣ୍ଡରସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri