
ଲଣ୍ଡନ,୧୪ା୬: ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ପ୍ରସ୍ତାବିତ ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି।
ସୂଚନା ମୁତାବକ, ଇଂଲଣ୍ଡ ଓ ଭାରତ ମଧ୍ୟରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍ ଲାଗି ଟ୍ରଫି ନାମକରଣ କାର୍ଯ୍ୟକ୍ରମ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଅବସରରେ ଜୁନ ୧୪ ତଥା ଶନିବାର କରାଯିବାର ଥିଲା। ଏଥିଲାଗି ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରଶନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ହେଲେ ଲଡର୍ସରେ ହେବାକୁ ଥିବା ଏହି ଇଭେଣ୍ଟକୁ ଉଭୟ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମିଳିତ ଭାବେ ଅନ୍ତିମ ମୁହୂର୍ତ୍ତରେ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲେ।