Posted inଖେଳ

Video: ଆଣ୍ଡରସନ ଫିଲିପଙ୍କ ‘ସୁପରମ୍ୟାନ’ କ୍ୟାଚ୍: ସ୍ତବ୍ଧ ହୋଇଗଲେ ଟ୍ରାଭିସ ହେଡ଼

ନୂଆଦିଲ୍ଲୀ,୧୩।୭: ଚାଲିଥିବା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଷ୍ଟ୍ରେଲିଆର ବ୍ୟାଟିଂ କଠିନ ପରୀକ୍ଷା ଦେଇ ଗତି କରୁଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ କାରିବିଅନ ସିରିଜରେ ଜିତିବା ଅଷ୍ଟ୍ରେଲିଆ ପାଇଁ ମନୋବଳ ବୃଦ୍ଧିକାରୀ ହୋଇପାରିଥାନ୍ତା। କିନ୍ତୁ ତୃତୀୟ ଓ ଶେଷ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆର ବ୍ୟାଟିଂ ଦୁର୍ବଳତା ପୁଣି ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୨୫ ରନରେ ଅଲଆଉଟ ହୋଇଥିବା ବେଳେ ଓ୍ଵେଷ୍ଟଇଣ୍ଡିଜର ଆଣ୍ଡରସନ ଫିଲିପ ଟ୍ରାଭିସ ହେଡ଼ଙ୍କୁ ଏକ ଅବିଶ୍ୱାସନୀୟ କ୍ୟାଚ ନେଇ ସ୍ତବ୍ଧ କରିଦେଇଛନ୍ତି।

ଘଟଣାଟି ସାବିନା ପାର୍କରେ ଚାଲିଥିବା ଡେ-ନାଇଟ ଟେଷ୍ଟର ପ୍ରଥମ ଦିନର ୬୫ତମ ଓଭରରେ ଘଟିଥିଲା। ଜଷ୍ଟିନ ଗ୍ରୀଭସଙ୍କ ଫୁଲର ଡେଲିଭରିରେ ହେଡ଼ ଅତି ଶୀଘ୍ର ସଟ୍‌ ଖେଳିଥିଲେ। ବଲଟି ବ୍ୟାଟରୁ ଉପରକୁ ଉଠି ମିଡ଼-ଅଫ ଆଡ଼କୁ ଯାଇଥିଲା। ଆଣ୍ଡରସନ ଫିଲିପ ଦ୍ରୁତଗତିରେ ଡାହାଣ ପଟକୁ ଦୌଡ଼ି ପୂରା ଲମ୍ବରେ ଡାଇଭ୍‌ ଦେଇ ଦୁଇ ହାତରେ ବଲକୁ ଧରିଥିଲେ। ଏହାସହ ସେ ନିରାପଦେ ଘାସରେ ଅବତରଣ କରିଥିଲେ, ଯେତେବେଳେ ତାଙ୍କ କହୁଣୀ ଘାସକୁ ଛୁଇଁଥିଲା।

ଏହି ଗସ୍ତରେ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନଅପ୍‌ ସଂଘର୍ଷ କରୁଛି। ୫ଟି ଇନିଂସରେ ମାତ୍ର ଗୋଟିଏ ଥର (ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୧୦) ସେମାନେ ୩୦୦ ରନ ଅତିକ୍ରମ କରିଛନ୍ତି। ଓ୍ଵେଷ୍ଟଇଣ୍ଡିଜର ବୋଲିଂ ଆକ୍ରମଣ, ବିଶେଷକରି ପେସର ଶାମାର ଜୋସେଫଙ୍କ ୫ ଇନିଂସରେ ୧୮ ଓ୍ୱିକେଟ ଓ ଜୟଦେନ ସିଲସଙ୍କ ୧୩ ଓ୍ୱିକେଟ ଅଷ୍ଟ୍ରେଲିଆକୁ ଚାପରେ ରଖିଛି।

ପ୍ରଥମ ଦିନରେ ମିଚେଲ ଷ୍ଟାର୍କ ନିଜର ୧୦୦ତମ ଟେଷ୍ଟକୁ ସ୍ମରଣୀୟ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ଶୂନ୍ୟ ରନରେ ଆଉଟ ହୋଇଥିଲେ ମଧ୍ୟ, ସେ ବୋଲିଂରେ ଦମଦାର ପ୍ରତ୍ୟାବର୍ତ୍ତନ କରି ଓ୍ଵେଷ୍ଟଇଣ୍ଡିଜର ଓପନର କେଭଲନ ଆଣ୍ଡରସନଙ୍କୁ ଆଉଟ କରିଥିଲେ। ଏହା ତାଙ୍କର ଟେଷ୍ଟ କ୍ୟାରିଅରରେ ୩୯୬ତମ ଓ୍ୱିକେଟ ଥିଲା। ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନ ଶେଷରେ ୧୬/୧ରେ ରହିଥିଲା।

ଓ୍ଵେଷ୍ଟଇଣ୍ଡିଜର ନିୟମିତ ଓପନର ଜନ କ୍ୟାମ୍ପବେଲ ଓ ମିକାଇଲ ଲୁଇସଙ୍କ ଆହତ ହେବା ଯୋଗୁଁ ଆଣ୍ଡରସନ ଓ ବ୍ରାଣ୍ଡନ କିଙ୍ଗଙ୍କୁ ଓପନିଂ ପାଇଁ ପଠାଯାଇଥିଲା। ଦ୍ୱିତୀୟ ଦିବସରେ କିଙ୍ଗ ଓ ଅଧିନାୟକ ରୋଷ୍ଟନ ଚେଜ ବ୍ୟାଟିଂ ଆରମ୍ଭ କରିବେ।

ଶାମାର ଜୋସେଫ ୪/୩୩, ଜୟଦେନ ସିଲସ ଓ ଜଷ୍ଟିନ ଗ୍ରୀଭସ ୩ଟି ଲେଖାଏ ଓ୍ୱିକେଟ ନେଇଥିଲେ। ପିଚ୍‌ ସିମର ଓ ସ୍ପିନରଙ୍କୁ ସହାୟତା କରୁଥିବା ଦେଖି ଅଷ୍ଟ୍ରେଲିଆର ଅଫ୍-ସ୍ପିନର ନାଥନ ଲିଅନଙ୍କ ବଦଳରେ ସ୍କଟ ବୋଲାଣ୍ଡଙ୍କୁ ଖେଳାଇବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଏକଲବ୍ୟ ମଡେଲ୍‌ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦାରିଙ୍ଗବାଡି,୧୫ା୧୧(ଅରୁଣ ସାହୁ ):ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ସ୍କୁଲର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ…

ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମା! ମାଇକ୍‌ ଫିଙ୍ଗିଲେ, ଚେୟାର…

ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ…

ଗଞ୍ଜାମ ବିଇଓଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ୟୁନିଟ୍‌-୩ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?