Posted inଖେଳ

କୋହଲିଙ୍କୁ ଆଉଟ୍‌ କରିବା ପରେ ସବୁଠୁ ଅଧିକ ଖୁସି ହୁଅନ୍ତି ଆଣ୍ଡରସନ୍‌, କାରଣ କଲେ ଖୁଲାସା

କ୍ରିକେଟ ପଡ଼ିଆରେ ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ୨୦୧୪ ପରଠାରୁ ବିରାଟ ଏବଂ ଆଣ୍ଡରସନଙ୍କ ମଧ୍ୟରେ ଟକ୍କର ଚାଲିଛି। ଆଣ୍ଡରସନ ୨୦୧୪ରେ କୋହଲିଙ୍କୁ ଆଉଟ୍‌ କରିଥିଲେ, ୨୦୧୮ରେ ଭାରତୀୟ ଅଧିନାୟକ କୋହଲି ପ୍ରାଧାନ୍ୟ ବିସ୍ତାର କରିଥିଲେ। ଚଳିତ ସିରିଜରେ କୋହଲି ଆଣ୍ଡରସନଙ୍କ ସୁଇଙ୍ଗ ବଲ ସାମ୍ନାରେ ଖେଳିବା କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳିଛି। ଏହି ସିରିଜରେ ଆଣ୍ଡରସନ ଦୁଇଥର କୋହଲିଙ୍କୁ ଆଉଟ୍‌ କରିଛନ୍ତି। ଟେଷ୍ଟ କ୍ରିକେଟରେ ୭ଥର ଆଣ୍ଡରସନ କୋହଲିଙ୍କୁ ଆଉଟ୍‌ କରିଛନ୍ତି। ଲିଡ୍ସ ଟେଷ୍ଟରେ କୋହଲିଙ୍କୁ ଆଉଟ୍‌ କରିବା ପରେ ଆଣ୍ଡରସନ ପଡ଼ିଆରେ ଏକସ୍ବେତନ୍ତ୍ର ସେଲିବ୍ରେସନ କରିଥିଲେ।
ତାଙ୍କ ସେଲିବ୍ରେସନର କାରଣ ଦର୍ଶାଇ ଆଣ୍ଡରସନ କହିଛନ୍ତି ଯେ, ସେ ବିରାଟଙ୍କୁ ଦେଖାଇବାକୁ ଚାହୁଁଥିଲେ ତାଙ୍କୁ ଆଉଟ୍‌ କରିବା ଅର୍ଥ ମୋ ପାଇଁ କେତେ ଅଧିକ। ମୁଁ ଲିଡସ ଟେଷ୍ଟର ପ୍ରଥମ ଇନିଂସରେ କୋହଲିଙ୍କୁ ଆଉଟ କରିଥିଲି ସେତେବେଳେ ମୁଁ ବହୁତ ଭାବପ୍ରବଣ ହୋଇଥିଲି। କାରଣ ସେ ଜଣେ ମହାନ ବ୍ୟାଟ୍ସମ୍ୟାନ ଏବଂ ଜଣେ ଅଧିନାୟକ ମଧ୍ୟ। ସେଥିପାଇଁ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ତାଙ୍କୁ ଆଟ୍‌ କରିବାର ଅର୍ଥ କ’ଣ? ତୃତୀୟ ଟେଷ୍ଟ ମ୍ୟାଚରେ କୋହଲିଙ୍କ ବିପକ୍ଷରେ ରଣନୀତି କ’ଣ ବୋଲି ଆଣ୍ଡରସନ ଆହୁରି କହିଛନ୍ତି। ସେ ଲେଖିଛନ୍ତି, ସବୁଠୁ ବଡ଼ ଲକ୍ଷ୍ୟ ହେଉଛି ଭାଗିଦାରୀରେ ବୋଲିଂ କରିବା । ହେଡିଙ୍ଗଲିରେ ଭାରତର ଦ୍ୱିତୀୟ ଇନିଂସରେ ଏହାର ଭଲ ଉଦାହରଣ ରହିଛି। ମୁଁ କୋହଲିଙ୍କୁ ବୋଲିଂ କରିଥିବା ପ୍ରଥମ ୧୨ ବଲ ମଧ୍ୟରୁ ସେ ୧୦ଟି ଛାଡି ଦେଇଥିଲେ। ଜୋ ରୁଟ କୋହଲିଙ୍କୁ ଖେଳିବାକୁ ବାଧ୍ୟ କରିବାକୁ ମୋତେ କହୁଥିଲେ। କିନ୍ତୁ ମୁଁ ଚାହୁଁ ନ ଥିଲି ଯେ ସେ ସେ ସେଟ୍‌ ଖେଳନ୍ତୁ। ୫ ଟି ଇନିଂସରେ ଅର୍ଦ୍ଧଶତକୀୟ ସହାୟତାରେ କୋହଲି ଏହି ସିରିଜରେ ମାତ୍ର ୧୨୪ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୫୫। ଶେଷ ଗସ୍ତରେ (୨୦୧୮ ରେ) କୋହଲି ଦୁଇ ଶତକ ସହିତ ପାଞ୍ଚ ଟେଷ୍ଟ ସିରିଜରେ ୫୯୩ରନ ସ୍କୋର କରିଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri