Posted inଖେଳ

କୋହଲିଙ୍କୁ ଆଉଟ୍‌ କରିବା ପରେ ସବୁଠୁ ଅଧିକ ଖୁସି ହୁଅନ୍ତି ଆଣ୍ଡରସନ୍‌, କାରଣ କଲେ ଖୁଲାସା

କ୍ରିକେଟ ପଡ଼ିଆରେ ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ୨୦୧୪ ପରଠାରୁ ବିରାଟ ଏବଂ ଆଣ୍ଡରସନଙ୍କ ମଧ୍ୟରେ ଟକ୍କର ଚାଲିଛି। ଆଣ୍ଡରସନ ୨୦୧୪ରେ କୋହଲିଙ୍କୁ ଆଉଟ୍‌ କରିଥିଲେ, ୨୦୧୮ରେ ଭାରତୀୟ ଅଧିନାୟକ କୋହଲି ପ୍ରାଧାନ୍ୟ ବିସ୍ତାର କରିଥିଲେ। ଚଳିତ ସିରିଜରେ କୋହଲି ଆଣ୍ଡରସନଙ୍କ ସୁଇଙ୍ଗ ବଲ ସାମ୍ନାରେ ଖେଳିବା କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳିଛି। ଏହି ସିରିଜରେ ଆଣ୍ଡରସନ ଦୁଇଥର କୋହଲିଙ୍କୁ ଆଉଟ୍‌ କରିଛନ୍ତି। ଟେଷ୍ଟ କ୍ରିକେଟରେ ୭ଥର ଆଣ୍ଡରସନ କୋହଲିଙ୍କୁ ଆଉଟ୍‌ କରିଛନ୍ତି। ଲିଡ୍ସ ଟେଷ୍ଟରେ କୋହଲିଙ୍କୁ ଆଉଟ୍‌ କରିବା ପରେ ଆଣ୍ଡରସନ ପଡ଼ିଆରେ ଏକସ୍ବେତନ୍ତ୍ର ସେଲିବ୍ରେସନ କରିଥିଲେ।
ତାଙ୍କ ସେଲିବ୍ରେସନର କାରଣ ଦର୍ଶାଇ ଆଣ୍ଡରସନ କହିଛନ୍ତି ଯେ, ସେ ବିରାଟଙ୍କୁ ଦେଖାଇବାକୁ ଚାହୁଁଥିଲେ ତାଙ୍କୁ ଆଉଟ୍‌ କରିବା ଅର୍ଥ ମୋ ପାଇଁ କେତେ ଅଧିକ। ମୁଁ ଲିଡସ ଟେଷ୍ଟର ପ୍ରଥମ ଇନିଂସରେ କୋହଲିଙ୍କୁ ଆଉଟ କରିଥିଲି ସେତେବେଳେ ମୁଁ ବହୁତ ଭାବପ୍ରବଣ ହୋଇଥିଲି। କାରଣ ସେ ଜଣେ ମହାନ ବ୍ୟାଟ୍ସମ୍ୟାନ ଏବଂ ଜଣେ ଅଧିନାୟକ ମଧ୍ୟ। ସେଥିପାଇଁ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ତାଙ୍କୁ ଆଟ୍‌ କରିବାର ଅର୍ଥ କ’ଣ? ତୃତୀୟ ଟେଷ୍ଟ ମ୍ୟାଚରେ କୋହଲିଙ୍କ ବିପକ୍ଷରେ ରଣନୀତି କ’ଣ ବୋଲି ଆଣ୍ଡରସନ ଆହୁରି କହିଛନ୍ତି। ସେ ଲେଖିଛନ୍ତି, ସବୁଠୁ ବଡ଼ ଲକ୍ଷ୍ୟ ହେଉଛି ଭାଗିଦାରୀରେ ବୋଲିଂ କରିବା । ହେଡିଙ୍ଗଲିରେ ଭାରତର ଦ୍ୱିତୀୟ ଇନିଂସରେ ଏହାର ଭଲ ଉଦାହରଣ ରହିଛି। ମୁଁ କୋହଲିଙ୍କୁ ବୋଲିଂ କରିଥିବା ପ୍ରଥମ ୧୨ ବଲ ମଧ୍ୟରୁ ସେ ୧୦ଟି ଛାଡି ଦେଇଥିଲେ। ଜୋ ରୁଟ କୋହଲିଙ୍କୁ ଖେଳିବାକୁ ବାଧ୍ୟ କରିବାକୁ ମୋତେ କହୁଥିଲେ। କିନ୍ତୁ ମୁଁ ଚାହୁଁ ନ ଥିଲି ଯେ ସେ ସେ ସେଟ୍‌ ଖେଳନ୍ତୁ। ୫ ଟି ଇନିଂସରେ ଅର୍ଦ୍ଧଶତକୀୟ ସହାୟତାରେ କୋହଲି ଏହି ସିରିଜରେ ମାତ୍ର ୧୨୪ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୫୫। ଶେଷ ଗସ୍ତରେ (୨୦୧୮ ରେ) କୋହଲି ଦୁଇ ଶତକ ସହିତ ପାଞ୍ଚ ଟେଷ୍ଟ ସିରିଜରେ ୫୯୩ରନ ସ୍କୋର କରିଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

ରାଜଧାନୀର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ଲୋକ…

ନୂଆଦିଲ୍ଲୀ,୧୫।୭: ନୋଏଡାର ସେକ୍ଟର ୬୬ରେ ଏକ କୋଠାର ବେସମେଣ୍ଟରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ବାଇକ୍ ଜଳିବା ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ବର୍ତ୍ତମାନ…

ଖ୍ରୀଷ୍ଟିଆନ ପରିବାରକୁ ଜୀବନ୍ତ ଜାଳିଦେଇଥିବା ଦାରା ସିଂ କିଏ? ୨୬ ବର୍ଷ ଜେଲଦଣ୍ଡ ପରେ ଏବେ ଚର୍ଚ୍ଚାରେ, ବଜରଙ୍ଗ ଦଳ ସହ…

କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍‌ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ…

ଗୁରୁଣ୍ଡିଆରେ ବାଘ ଆତଙ୍କ: ପାଦ ଚିହ୍ନ ଦେଖିବା ପରେ ଲୋକଙ୍କ ମନରେ କୋକୁଆ ଭୟ

ସୁନ୍ଦରଗଡ,୧୫।୭ (ଦିଲ୍ଲୀପ କୁମାର ଭାରତୀ): ସୁନ୍ଦରଗଡ ଜିଲା ବଣେଇ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜ ଅଧୀନସ୍ଥ ଗୁରୁଣ୍ଡିଆ ଠାରେ ବାଘ ଆତଙ୍କ । ଘଟଣାରୁ ପ୍ରକାଶ ଯେ,ଗୁରୁଣ୍ଡିଆ…

୩ ରଥକୁ ଆଜ୍ଞାମାଳ ବିଜେ

ପୁରୀ,୧୫ା୭: ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ପାଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri