ଆଣ୍ଡାମାନ ଧ୍ୱଂସ ନୀତି

ଭାରତ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ବୁଦ୍ଧି ଦେଉଥିବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ଆୟୋଗ ବା ‘ନୀତି ଆୟୋଗ’ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମୁକ୍ତ ବାଣିଜ୍ୟ ଜୋନ୍‌ ତିଆରି କରିବା ଲାଗି ପ୍ରସ୍ତାବ ଦେଇଛି। ଏଭଳି ଚିନ୍ତାଧାରା ସୃଷ୍ଟି ହେବା ପଛରେ ଲକ୍ଷ୍ୟ ରହିଛି ‘ବିକାଶ’। କେନ୍ଦ୍ର ସରକାରଙ୍କ ଅନ୍ୟତମ ସ୍ଲୋଗାନ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ସମ୍ଭବତଃ ପ୍ରାକୃତିକ ସମ୍ପଦକୁ ଯେଭଳି ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା ଭଳି ପ୍ରତୀୟମାନ ହେଉଛି। ୨୦୨୦ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ସାମୁଦ୍ରିକ ଓ ଷ୍ଟାର୍ଟ ଅପ୍‌ ହବ୍‌ ଭାବେ ବିକଶିତ କରାଯିବ। ଏଥିରେ ଗ୍ରୀନ୍‌ଫିଲ୍‌ଡ କୋଷ୍ଟାଲ ସିଟି ନିର୍ମାଣ ହେବ। ଫଳରେ ତାହା ଏକ ମୁକ୍ତ ବାଣିଜ୍ୟ ଜୋନ୍‌ରେ ପରିଣତ ହୋଇପାରିବ ଏବଂ ସିଙ୍ଗାପୁର ଓ ହଂକଂ ସହିତ ତାହା ପ୍ରତିଦ୍ୱନ୍ଦ୍ୱିତା କରିବ। କେନ୍ଦ୍ର ସରକାରଙ୍କ ଏଭଳି ବିକାଶ ଚିନ୍ତାଧାରା ପ୍ରକୃତି ଓ ପରିବେଶ ଉପରେ ଯେ କେତେ ପ୍ରଭାବ ପକାଇବ ତାହା ଭାବି ହେଉ ନାହିଁ ବୋଲି ପରିବେଶବିତ୍‌ମାନେ ମତ ରଖିଲେଣି।
୨୦୧୧ ଜନଗଣନାକୁ ଦେଖିଲେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୪୪ ଗ୍ରେଟ୍‌ ଆଣ୍ଡାମାନିଜ୍‌, ୩୮୦ ଜରଓ୍ବା, ୧୦୧ ଓନ୍‌ଗି, ୨୨୯ ସୋମ୍‌ପେନ୍‌ ଏବଂ ୧୫ ସେଣ୍ଟିନିଲିଜ୍‌ ଅଛନ୍ତି। ଯେତେବେଳେ ସେଠାକାର ଜନଜାତିଙ୍କ ସଂଖ୍ୟା କମିଚାଲିଛି, ସେଥିପ୍ରତି ସରକାର ଦୃଷ୍ଟି ନ ଦେବା ଘୋର ଅନ୍ୟାୟ ହେଉଛି। ସରକାର ଲିଟିଲ୍‌ ଆଣ୍ଡାମାନରେ ନିରନ୍ତର ବିକାଶ ଲକ୍ଷ୍ୟରେ ଯେଉଁ ମେଗା ସିଟି ବିଷୟରେ ଚିନ୍ତା କରୁଛନ୍ତି, ତାହା ଦ୍ୱାରା ପର୍ଟିକୁଲାର ଭଲ୍‌ନେରେବଲ୍‌ ଟ୍ରାଇବାଲ ଗ୍ରୁପ୍‌ସ (ପିଭିଟିଜି) ବିପଦରେ ପଡ଼ିବେ। ଏଥିସହିତ ଜୈବବିବିଧତା, ପ୍ରାକୃତିକ ଜୈବମଣ୍ଡଳ ନଷ୍ଟ ହେବା ସହିତ ଲେଦରବ୍ୟାକ୍‌ କଇଁଛଙ୍କ ପାଇଁ ଭାରତର ସର୍ବାଧିକ ଚରାଭୂମି ଥିବା ଏହି ଅଞ୍ଚଳ ଧ୍ୱଂସ ପାଇଯିବ। କିଛି ବ୍ୟକ୍ତିଙ୍କ ଇପ୍ସିତ ଲକ୍ଷ୍ୟ ପୂରଣ ଲାଗି ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ପିଭିଟିଜିଙ୍କୁ ଅନ୍ୟତ୍ର ପୁନଃସ୍ଥାପନ ନେଇ ହେଉଥିବା ଯୋଜନା ମାରାତ୍ମକ ସାବ୍ୟସ୍ତ ହେବ। ସାଧାରଣରେ ସେଠାରେ ବାସ କରୁଥିବା ଲୋକ ପ୍ରକୃତି କୋଳରେ ବଢ଼ିଛନ୍ତି। ସେମାନଙ୍କୁ ପ୍ରକୃତି କୋଳରୁ ଛଡ଼ାଇ ନିଆଯିବା ମାନେ ବାସସ୍ଥାନକୁ ଖିନ୍‌ଭିନ୍‌ କରିଦେବା। ଏହି ଆଧୁନିକତା ଯଦି କରାଯାଏ, ତେବେ ସେଠାକାର ଜଳବାୟୁ ମଧ୍ୟ ପ୍ରବଳ ମାତ୍ରାରେ ପ୍ରଦୂଷିତ ହେବ। ନୀତି ଆୟୋଗ ପକ୍ଷରୁ ଏଭଳି ପ୍ରକଳ୍ପକୁ ‘ହୋଲିଷ୍ଟିକ୍‌ ଆଣ୍ଡ୍‌ ସଷ୍ଟେନେବଲ୍‌’ ବା ‘ସାମଗ୍ରିକ ଓ ନିରନ୍ତର’ ଭିଜନ୍‌ ରଖାଯାଇ କରାଯାଉଛି ବୋଲି କୁହାଯାଉଛି। ନିରନ୍ତର ବିକାଶର ସଂଜ୍ଞା ଦେଖିଲେ କେହି ହଇରାଣ ହେବେ ନାହିଁ କି ପ୍ରକୃତି ବିଗିଡ଼ିବ ନାହିଁ; ଅଥଚ ବିକାଶ ହୋଇଚାଲୁଥିବ। ସେଭଳି ଏକ ଅବସ୍ଥାକୁ ଭାରତୀୟ ବ୍ୟବସ୍ଥା ପହଞ୍ଚି ନ ଥିବା ବେଳେ ଏପରି ସ୍ଲୋଗାନ ଦେବା ଅବାସ୍ତବ ପ୍ରତୀୟମାନ ହେଉଛି। ଏକ ଛୋଟିଆ ଉଦାହରଣ ଦିଆଯାଇପାରେ। ସିଙ୍ଗାପୁରର ଭୂତଳ ଜଳ ମିଠା ନୁହେଁ। ସମୁଦ୍ରରୁ ପାଣି ନେଇ ତାକୁ ବିରାଟକାୟ ଆର୍‌ଓ ବ୍ୟବସ୍ଥାରେ ପାନୀୟଯୋଗ୍ୟ କରାଯାଏ। ସେଠାରେ ବଗିଚାରେ ଦିଆଯାଉଥିବା ପାଣିଠାରୁ ଆରମ୍ଭ କରି ଗାଡ଼ି ଧୋଇବା ଯାଏ ଆର୍‌ଓ ପାଣି ବ୍ୟବହାର କରାଯାଏ। ସେଭଳି ସ୍ତରକୁ ଭାରତ ପହଞ୍ଚିନାହିଁ କିମ୍ବା ସିଙ୍ଗାପୁର ଭଳିଆ ପ୍ରଦୂଷଣ ରୋକିବାର ଇଚ୍ଛା ମଧ୍ୟ ଭାରତୀୟଙ୍କର ନାହିଁ। ନୀତି ଆୟୋଗ ଭଲ ଭାବେ ଜାଣିଛି ଯେ, ଉକ୍ତ ପ୍ରକଳ୍ପ ଆଣ୍ଡାମାନର ଏକକ ଜୈବ ବିବିଧତାକୁ ନଷ୍ଟ କରିବ। ତାହା ସତ୍ତ୍ୱେ ସମାଲୋଚନାରୁ ରକ୍ଷା ପାଇବା ନିମନ୍ତେ ‘ନିରନ୍ତର ବିକାଶ’ ଭଳି ଜଟିଳ ଶବ୍ଦ ବ୍ୟବହାର କରୁଛି।
ଯଦି ଆଣ୍ଡାମାନରେ ଉକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଅନେକ ହଜାର ଜଙ୍ଗଲ ଜମି ନଷ୍ଟ ହେବ। ଏଥିସହିତ ଅସଂଖ୍ୟ ଜୀବଜନ୍ତୁ ପ୍ରାଣ ହରାଇବେ। ସିଙ୍ଗାପୁର ଏବଂ ହଂକଂ ଭଳି ସହର ସହ ପ୍ରତିଦ୍ୱନ୍ଦ୍ୱିତା ଲକ୍ଷ୍ୟରେ କାର୍ଯ୍ୟ କରାଯାଇ ବିକାଶ କରାଗଲେ ବର୍ଜ୍ୟବସ୍ତୁରେ ଭରିଯିବ ଦ୍ୱୀପପୁଞ୍ଜ। ଅଳ୍ପ କେତେ ବର୍ଷ ପରେ ଆଣ୍ଡାମାନ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇବା ସହିତ ଏକ ବୃହତ୍‌ ପ୍ରଦୂଷିତ ଅଞ୍ଚଳ ପାଲଟିଯିବା ଜଳଜଳ ଦେଖାଯାଉଛି। ଏବେ ଯେଉଁମାନେ ଆଣ୍ଡାମାନ ଯାଉଥିବେ ସେମାନେ ଜାଣୁଥିବେ କେଉଁଭଳି ଆବର୍ଜନା ସେଠାରେ ସୃଷ୍ଟି ହେଉଛି, ଯାହାର କୌଣସି ପ୍ରତିକାର କରାଯାଇନାହିଁ। ବ୍ରାଜିଲର ଏକଚ୍ଛତ୍ରବାଦୀ ନେତା ଜୈର ବୋଲସୋନାରୋଙ୍କ ଇଙ୍ଗିତରେ ଆମାଜନ ଜଙ୍ଗଲ ପୋଡ଼ି ବିକାଶ କରାଯିବ ବୋଲି ଯେମିତି କୁହାଯାଉଛି, ଆଣ୍ଡାମାନରେ ବିକାଶ କଥା ସେମିତି ମନେହେଉଛି। ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିମାନେ କେବଳ ପ୍ରକୃତି ବିରୋଧୀ ନୁହନ୍ତି, ଭବିଷ୍ୟତରେ ଜନବିରୋଧୀ ସାବ୍ୟସ୍ତ ହେବେ। କାରଣ ମଣିଷକୁ ବଞ୍ଚିବାର ରାହା ଦେଇଥାଏ ପ୍ରକୃତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri