ପ୍ରାଚୀନ କାଳର ରାଜା: ମାନ୍ଧାତା

ଲୋକକଥାରେ ମାନ୍ଧାତା ଯୁଗ କହିଲେ ଏକ ପୁରାତନ ସମୟକୁ ବୁଝାଏ। ପୃଥିବୀରେ ଏହି ସମୟକୁ ମାନ୍ଧାତା ରାଜାଙ୍କ ଯୁଗ ଭାବେ ଅଭିହିତ କରାଯାଏ। ପ୍ରଭୁ ଶ୍ରୀକୃଷ୍ଣ ଓ ପୁରୁଷୋତ୍ତମ ଶ୍ରୀରାମଙ୍କ ପୂର୍ବରୁ ଧରାପୃଷ୍ଟରେ ମାନ୍ଧାତା ରାଜା ଶାସନ କରିଥିଲେ। ମହାଭାରତରେ ବି ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ମାନ୍ଧାତା ଶ୍ରୀରାମଙ୍କ ପୂର୍ବଜ ଯୁବନାଶ୍ୱଙ୍କ ପୁତ୍ର ଥିଲେ। ତେବେ ମାନ୍ଧାତାଙ୍କ ଜନ୍ମକୁ ନେଇ ଏକ ରୋଚକ କାହାଣୀ ରହିଛି। ଯୁବନାଶ୍ୱ ଏକ ସନ୍ତାନ ଚାହଁିଥିଲେ। ତାଙ୍କ ସ୍ତ୍ରୀ ଗର୍ଭବତୀ ହେବା ପାଇଁ ଉଦ୍ଦିଷ୍ଟ ଦିବ୍ୟ ମହୌଷଧି ଜଳକୁ ଯୁବନାଶ୍ୱ ଭୁଲ୍‌ବଶତଃ ପାନ କରିଦେଇଥିଲେ। ଫଳରେ ସେ ଗର୍ଭବତୀ ହୋଇ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ, ଯାହାଙ୍କ ନାମ ମାନ୍ଧାତା। ଯମଜ ଅଶ୍ୱିନୀ ଭ୍ରାତୃଦ୍ୱୟ ମାନ୍ଧାତାଙ୍କୁ ଯୁବନାଶ୍ୱଙ୍କ ଶରୀରରୁ ବାହାରକୁ ଆଣିଥିଲେ। ସାଧାରଣତଃ ଶିଶୁ ସନ୍ତାନଟିଏ ଜନ୍ମ ନେବା ପରେ ଯେପରି ମା’ କ୍ଷୀର ଖାଇବା ପାଇଁ କାନ୍ଦେ, ଠିକ୍‌ ସେମିତି ମାନ୍ଧାତା କାନ୍ଦିବା ଆରମ୍ଭ କରିଦେଲେ। ସେ କ୍ଷୀର ଖୋଜିଲେ। ଏହା ଦେଖି ଦେବରାଜ ଇନ୍ଦ୍ର ତାଙ୍କ ବୃଦ୍ଧାଙ୍ଗୁଳି କାଟିଦେଲେ। ତତ୍‌କ୍ଷଣାତ ସେଥିରୁ କ୍ଷୀର ଝରିଲା ଓ ମାନ୍ଧାତା ତାହାକୁ ପାନ କରିଚାଲିଲେ। ଆମକୁ ଏହି ଘଟଣା ସ୍ମରଣ କରାଇବା ପାଇଁ ସବୁ ପିଲା ଶୈଶବରେ ସେମାନଙ୍କ ବୃଦ୍ଧାଙ୍ଗୁଳିକୁ ପାଟିରେ ପୂରାଇ କ୍ଷୀର ପାନ କଳାଭଳି ସନ୍ତୁଷ୍ଟି ଲାଭ କରିବେ ବୋଲି ଦେବତାମାନେ ବିଧାନ ଖଞ୍ଜିଦେଇଗଲେ। ଉକ୍ତ ଲକ୍ଷଣ ମଧ୍ୟ ପ୍ରତ୍ୟେକ ଶିଶୁଙ୍କଠାରେ ଲକ୍ଷ୍ୟ କରାଯାଏ।
ଜଣେ ପୁରୁଷ (ଯୁବନାଶ୍ୱ) ଠାରୁ ପୁତ୍ର ସନ୍ତାନ ଭାବେ ମାନ୍ଧାତା ଜନ୍ମ ଲାଭ କରିଥିଲେ। ତାଙ୍କୁ ଜନ୍ମ କରାଇବାରେ ଡେଲିଭରି ନର୍ସ ଏବଂ ଓ୍ବେଟ୍‌ ନର୍ସ ଭାବେ ଦାୟିତ୍ୱ ତୁଲାଇଥିଲେ ଦୁଇ ପୁରୁଷ (ଅଶ୍ୱିନୀ ଭ୍ରାତୃଦ୍ୱୟ)। ତାନ୍ତ୍ରିକ ପରମ୍ପରାରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଥିବା ଜଣେ ଅସାଧାରଣ ଅତିପୁରୁଷ ଭାବେ ମାନ୍ଧାତାଙ୍କୁ ଅବତାରଣ କରିବାରେ ଉକ୍ତ କାହାଣୀ ଉଦ୍ଦିଷ୍ଟ। ମାନ୍ଧାତାଙ୍କୁ ଭଗବାନ ୍‌ଶିବଙ୍କ ସହ ସମ୍ପର୍କିତ କରାଯିବାର ଏହା ମଧ୍ୟ ଏକ କାରଣ ହୋଇପାରେ। ସେଥିପାଇଁ ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ମାନ୍ଧାତାଙ୍କ ସହ ଶିବ ମନ୍ଦିରର ସମ୍ପର୍କ ରହିଥିବା ଦେଖିବାକୁ ମିଳେ। ବହୁ ଅଞ୍ଚଳରେ ୬୪ ଯୋଗିନୀଙ୍କ ଉପାସନା ପୀଠ ସହ ସେ ସମ୍ପର୍କିତ ଥିବା ଲକ୍ଷ୍ୟ କରାଯାଏ।
ବୌଦ୍ଧ ସାହିତ୍ୟରେ ମାନ୍ଧାତାଙ୍କ ବର୍ଣ୍ଣନା ଦେଖିବାକୁ ମିଳିଥାଏ। ସେଥିରେ ତାଙ୍କୁ ରାଜା ଭାବେ ପ୍ରତିପାଦିତ କରାଯାଇଛି। ମାନ୍ଧାତା ଏତେ ଭଲ ଓ ତେଜସ୍ବୀ ଥିଲେ ଯେ, ତାଙ୍କୁ ପଡ଼ୋଶୀ ରାଜାମାନେ ବହୁତ ମାନୁଥିଲେ, ସମ୍ମାନ ବି ଦେଉଥିଲେ। ସେହି ରାଜାମାନେ ମାନ୍ଧାତାଙ୍କ ନିକଟରେ ପହଞ୍ଚତ୍ ସେମାନଙ୍କ ରାଜ୍ୟର ଶାସକ ହେବା ପାଇଁ ନିଜ ତରଫରୁ ତାଙ୍କୁ ଅନୁରୋଧ କରୁଥିଲେ। ଜଣକ ପରେ ଜଣେ ରାଜା ଏଭଳି କରନ୍ତେ ପ୍ରଥମେ ସେ ଏକ ବିଶାଳ ସାମ୍ରାଜ୍ୟର ଶାସକ ହୋଇଗଲେ। ଏହା ବାଦ୍‌ ମଧ୍ୟ ଅଧିକରୁ ଅଧିକ ରାଜା ତାଙ୍କ ଶାସନ ପ୍ରତି ଆକୃଷ୍ଟ ହୋଇ ତାଙ୍କ ନିକଟରେ ପହଞ୍ଚତ୍ବାକୁ ଲାଗିଲେ ଓ ସେମାନଙ୍କ ରାଜ୍ୟ ମାନ୍ଧାତାଙ୍କୁ ହସ୍ତାନ୍ତର କଲେ। ଧୀରେ ଧୀରେ ସେ ଚତୁର୍ଦ୍ଦିଗରେ ଥିବା ସମସ୍ତ ରାଜ୍ୟ ବା ଭୂଖଣ୍ଡର ପ୍ରଭୁ (ଶାସକ) ପାଲଟିଗଲେ। ମାନ୍ଧାତାଙ୍କ ଶାସନର ସୁନାମ ଓ ତାଙ୍କ ଗୌରବ ଏଭଳି ସ୍ତରରେ ପହଞ୍ଚିଗଲା ଯେ, ସ୍ବୟଂ ସ୍ବର୍ଗାଧିପତି ଇନ୍ଦ୍ର ତାଙ୍କୁ ଆମନ୍ତ୍ରଣ କରି ସ୍ବର୍ଗର ଅଧା ଭାଗ ଦେଇ ତାହାକୁ ଶାସନ କରିବାକୁ କହିଲେ। ଇନ୍ଦ୍ରଙ୍କର ଏଭଳି କାର୍ଯ୍ୟରେ ମାନ୍ଧାତା ଅତ୍ୟନ୍ତ ଆନନ୍ଦିତ ହୋଇଗଲେ। କିନ୍ତୁ କିଛି ସମୟ ଉପରାନ୍ତେ ସେ ଆଶ୍ଚର୍ଯ୍ୟପ୍ରକଟ କଲେ ଓ ଭାବିଲେ ସମସ୍ତେ ତ ସେମାନଙ୍କ ପୂରା ରାଜ୍ୟ ଦେଇଦେଲେ, ହେଲେ ଇନ୍ଧ୍ର କାହିଁକି ସମ୍ପୂର୍ଣ୍ଣ ସ୍ବର୍ଗକୁ ଶାସନ କରିବାକୁ ତାଙ୍କୁ ଦେଲେ ନାହିଁ। ସେ କାହିଁକି ସ୍ବର୍ଗରୁ ଅଧା ଦେଲେ? ନିଶ୍ଚିତ ଭାବେ ସେ ସ୍ବର୍ଗର ରାଜା ହେବା ସକାଶେ ଯୋଗ୍ୟ ଥିଲେ କି? ଉକ୍ତ ଭାବନା ମାନ୍ଧାତାଙ୍କ ମନରେ ଆସିବା କ୍ଷଣି ସେ ସ୍ବର୍ଗରୁ ଖସି ପଡ଼ିଲେ ପୃଥିବୀକୁ। ପୂର୍ବର ପ୍ରତିଭାଶାଳୀ ରାଜା ମାନ୍ଧାତା ରୂପେ ନୁହେଁ, ବରଂ ଜଣେ ବୃଦ୍ଧ ଓ ନିର୍ବଳ ବ୍ୟକ୍ତି ଭାବେ ସେ ଖସିପଡ଼ିଲେ। ଯେଉଁ ସୌଭାଗ୍ୟ ବା ସମ୍ପତ୍ତି ପ୍ରାପ୍ତ ହୁଏ ତାହା ଉତ୍ତମ, କିନ୍ତୁ ସମ୍ପତ୍ତି ଲୋଭ ଅନୁଗ୍ରହ ବା କୃପାରୁ ବଞ୍ଚିତ କରେ ବୋଲି ଅନୁଭବ କରିବା ପରେ ସେ ପୃଥିବୀ ପୃଷ୍ଠରେ ଦେହତ୍ୟାଗ କରିଥିଲେ। ମାନ୍ଧାତା ଆରମ୍ଭରୁ ଲୋକମାନଙ୍କ ସେବାରେ ଜଡ଼ିତ ଥିଲେ। ଯେତେବେଳେ ଯାଏ ସେ ଏହା କରୁଥିଲେ ସମୃଦ୍ଧି ତାଙ୍କ ନିକଟରେ ପହଞ୍ଚୁଥିଲା। କିନ୍ତୁ ସେ ନିଜକୁ ଯେତେବେଳେ ସମ୍ପତ୍ତି ପାଇବାକୁ ଯୋଗ୍ୟ ବୋଲି ଭାବିଲେ ସେତେବେଳେ ତାହା ତାଙ୍କ ଠାରୁ ଦୂରେଇଗଲା।
ମାନ୍ଧାତାଙ୍କ କାହାଣୀର କଳାକୃତି ଆନ୍ଧ୍ରପ୍ରଦେଶ ଗୋଦାବରୀ ଡେଲ୍‌ଟାର ଅମରାବତୀସ୍ଥିତ ବୌଦ୍ଧ ସ୍ତୂପର କାନ୍ଥଗୁଡ଼ିକରେ ଖୋଦିତ ହୋଇଥିବା ଦେଖିବାକୁ ମିଳେ। ଏହା ବ୍ୟତୀତ ଭାରତର ପଶ୍ଚିମ ଉପକୂଳ ମୁମ୍ବାଇ ନିକଟରେ ଥିବା ଭାଜା ଗୁମ୍ଫାଗୁଡ଼ିକ ବି ତାଙ୍କ କାର୍ଯ୍ୟର ସ୍ବାକ୍ଷର ବହନକରେ। ସେଠାରେ ମାନ୍ଧାତା ରଥ ଚଳାଉଥିବା ଓ ହାତୀ ଉପରେ ବସିଥିବାର ଖୋଦିତ କଳାକୃତି ଦେଖିବାକୁ ମିଳେ। ଭାଜା ଗୁମ୍ଫାଗୁଡ଼ିକରେ ଖୋଦିତ ହୋଇଥିତ୍ବା କଳାକୃତି ସବୁକୁ ଅନେକ ସମୟରେ ଭୁଲ୍‌ବଶତଃ ସୂର୍ଯ୍ୟ ଓ ଇନ୍ଦ୍ରଙ୍କର ବୋଲି କୁହାଯାଏ। ବାସ୍ତବରେ ଏସବୁ ୨୦୦୦ ବର୍ଷ ପୁରୁଣା ଖୋଦିତ କଳାକୃତି। ଏଗୁଡ଼ିକ ସାତବାହନଙ୍କ ସମୟର ଏବଂ ଭାରତର ପଶ୍ଚିମ ଉପକୂଳ ଓ ପୂର୍ବ ଉପକୂଳ ମଧ୍ୟରେ କପା ବାଣିଜ୍ୟ ପଥରେ ଦେଖିବାକୁ ମିଳେ। କପା ବାଣିଜ୍ୟର ଏହି ପଥ ସମାନ୍ତରାଳ ଭାବେ ନର୍ମଦା ନଦୀ ପର୍ଯ୍ୟନ୍ତ ଲମ୍ବିଛି। ଏହି ନଦୀ ଶଯ୍ୟାରେ ଏକ ଟାପୁ ରହିଛି ଯାହାର ନାମ ମାନ୍ଧାତା। ଏହା ମଧ୍ୟ ଏକ ପ୍ରସିଦ୍ଧ ଓ ଜଣାଶୁଣା ତୀର୍ଥସ୍ଥଳୀ। ଉକ୍ତ କ୍ଷେତ୍ରଟି ହିନ୍ଦୁ ଓ ଜୈନ୍ୟ ମନ୍ଦିରରେ ପରିପୂର୍ଣ୍ଣ।
ମାନ୍ଧାତାଙ୍କ କାହାଣୀ ପ୍ରତିଭା ଓ କ୍ଷମତା ଉପରେ ପର୍ଯ୍ୟବସିତ। ଏଥିପାଇଁ ମାନ୍ଧାତାଙ୍କ କାହାଣୀ ବଣିକ ଓ ରାଜାମାନଙ୍କ ମଧ୍ୟରେ ଅତ୍ୟନ୍ତ ଆଦୃତି ଲାଭ କରିଥିଲା। ହେଲେ ତାଙ୍କ ଜନ୍ମର ଅଦ୍ଭୁତ କାହାଣୀ ସଙ୍କେତ ଦିଏ ଯେ ଜନ୍ମ ସହ ମହିଳାଙ୍କର କିଛି ସମ୍ପର୍କ ନ ଥିଲା। ଅର୍ଥାତ୍‌ ତାଙ୍କ ଜନ୍ମ ପାର୍ଥିବ ଓ ଇନ୍ଦ୍ରିୟ ସୁଖରୁ ମୁକ୍ତ ଥିଲା ବୋଲି ଏହି କାହାଣୀ ସୂଚେଇଦିଏ।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri