ପ୍ରାଚୀନ ମୁଦ୍ରା

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଡିସେମ୍ବର ୨୯ରେ ୯୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୩୨ରେ ଏହି ସଂଗ୍ରହାଳୟ ରେଭେନ୍‌ଶା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରରେ ଡିସେମ୍ବର ୨୯ରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ କରକମଳରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଐତିହ୍ୟର ମୂକସାକ୍ଷୀ। ଭାରତବର୍ଷ ଏପରିକି ବିଶ୍ୱରେ ଥିବା ସଂଗ୍ରହାଳୟ ମଧ୍ୟରୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ସଂଗ୍ରହାଳୟ ପ୍ରାଗୈତିହାସିକ ଯୁଗରୁ ଆରମ୍ଭ କରି ଐତିହାସିକ ଏପରିକି ଆଧୁନିକ ଯୁଗର ବିଭିନ୍ନ ବିରଳ କଳାକୃତି ଦ୍ୱାରା ଭରପୂର। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବିଭିନ୍ନ ବିଭାଗ ମଧ୍ୟରୁ ମୁଦ୍ରା ବିଭାଗଟି ଉଭୟ ଗବେଷକ ଏବଂ ସାଧାରଣ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ମୁଦ୍ରା ଯଥା ସ୍ବର୍ଣ୍ଣ, ରୌପ୍ୟ, ତାମ୍ର ଆଦି ଧାତୁରେ ନିର୍ମିତ ମୁଦ୍ରା ଗଚ୍ଛିତ ହୋଇରହିଅଛି। ଏହି ପ୍ରାଚୀନ ମୁଦ୍ରା ପ୍ରାଚୀନ ଇତିହାସକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରେ।
ଓଡ଼ିଶାରେ ଆବିଷ୍କୃତ ସର୍ବ ପ୍ରାଚୀନ ମୁଦ୍ରା ରୌପ୍ୟ ଲାଞ୍ଛ୍ଥନ । ଏହି ମୁଦ୍ରା ସମଗ୍ର ଭାରତବର୍ଷରେ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀରୁ ଦେଖିବାକୁ ମିଳେ। ଓଡ଼ିଶାରେ ମୁଖ୍ୟତଃ ଦୁଇ ପ୍ରକାର ଲାଞ୍ଛ୍ଥନ ମୁଦ୍ରା ଦେଖିବାକୁ ମିଳେ। ଏହାକୁ ଜନପଦ ବା ଆଞ୍ଚଳିକ ମୁଦ୍ରାଭାବେ ଐତିହାସିକମାନେ ଅଭିହିତ କରିଥାନ୍ତି। ଏହି ମୁଦ୍ରା ସାଧାରଣତଃ ଷୋଡ଼ଶ ଜନପଦ ଯଥା ପୁରାଣ ବର୍ଣ୍ଣିତ ଅଙ୍ଗ, ବଙ୍ଗ, କଳିଙ୍ଗ, ପାଞ୍ଚାଳ, କୋଶଳ ଆଦି ରାଜ୍ୟରେ ଆବିଷ୍କୃତ ହୋଇଅଛି। ଦ୍ୱିତୀୟ ପ୍ରକାର ମୁଦ୍ରାଗୁଡ଼ିକ ସାଧାରଣ ବା ମୌର୍ଯ୍ୟ ଯୁଗୀୟ ମୁଦ୍ରା କୁହାଯାଏ। ଏହି ମୁଦ୍ରାଗୁଡ଼ିକ ଚତୁଷ୍କୋଣ, ତ୍ରିକୋଣ ବା ବହୁକୋଣବିଶିଷ୍ଟ ହୋଇଥାଏ। ଏହି ମୁଦ୍ରାଗୁଡ଼ିକର ଗୋଟିଏ ପାର୍ଶ୍ୱରେ ପାଞ୍ଚଗୋଟି ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ଏକ ବା ଦୁଇଟି ପ୍ରତୀକ ଦେଖିବାକୁ ମିଳିଥାଏ। ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ଭୁବନେଶ୍ୱର ଶିଶୁପାଳଗଡ଼ ଆଦି ସ୍ଥାନରୁ ମୁଦ୍ରାଗୁଡ଼ିକ ବହୁଳ ପରିମାଣରେ ଆବିଷ୍କୃତ ହୋଇଅଛି।
ପରବର୍ତ୍ତୀ ପର୍ଯ୍ୟାୟରେ ଭାରତବର୍ଷର ଉତ୍ତରପ୍ରଦେଶ ଓ ଉତ୍ତର ପଶ୍ଚିମ ସୀମାନ୍ତରେ ରାଜତ୍ୱ କରୁଥିବା କୁଷାଣ ରାଜବଂଶ ଦ୍ୱାରା ପ୍ରଚଳିତ ତାମ୍ରମୁଦ୍ରା ଅନୁକରଣରେ ପୁରୀ-କୁଷାଣ ମୁଦ୍ରା ଦେଖିବାକୁ ମିଳେ। ଏହି କୁଷାଣ ପ୍ରତିରୂପ ମୁଦ୍ରାଗୁଡ଼ିକ ପ୍ରଥମେ ପୁରୀ ଜିଲା ମାଣିକପାଟଣା ନିକଟରୁ ଆବିଷ୍କୃତ ହୋଇଥିବାରୁ ଏହାକୁ ପୁରୀ-କୁଷାଣ ମୁଦ୍ରା ନାମରେ ଐତିହାସିକମାନେ ନାମିତ କରିଛନ୍ତି। ଓଡ଼ିଶାରୁ ଅନେକ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ତାମ୍ର ଧାତୁବିଶିଷ୍ଟ ଏହି ମୁଦ୍ରା ଆବିଷ୍କୃତ ହୋଇ ରାଜ୍ୟ ସଂଗ୍ରହାଳୟରେ ଅଛି। ଏହି ମୁଦ୍ରାଗୁଡ଼ିକର ଗୋଟିଏ ପାର୍ଶ୍ୱରେ କୁଷାଣ ରାଜା କନିଷ୍କ, ହୁବିଷ୍କ, ବାସୁଦେବ ଆଦିଙ୍କର ପ୍ରତିଛବି ଦେଖିବାକୁ ମିଳେ ଏବଂ ଅନ୍ୟ ପାର୍ଶ୍ୱରେ ଚନ୍ଦ୍ର ବା ଅର୍ଦ୍ଧଚନ୍ଦ୍ରର ପ୍ରତୀକ ଦେଖାଯାଏ। ତାମ୍ରମୁଦ୍ରା ବ୍ୟତୀତ ଏହି ବଂଶର ପାଞ୍ଚଟି ସ୍ବର୍ଣ୍ଣମୁଦ୍ରା ମଧ୍ୟ ଆବିଷ୍କୃତ ହୋଇଅଛି।
ଖ୍ରୀଷ୍ଟୀୟ ତୃତୀୟ ୪ର୍ଥ ଶତାବ୍ଦୀରେ ଗୁପ୍ତ ସାମ୍ରାଜ୍ୟର ଅଭ୍ୟୁଦୟ ଘଟିଲା। ଏହି ବଂଶର ଶାସକମାନେ ଯଥା ଚନ୍ଦ୍ର ଗୁପ୍ତ, ସମୁଦ୍ର ଗୁପ୍ତ, ଚନ୍ଦ୍ର ଗୁପ୍ତ ଦ୍ୱିତୀୟ, କୁମାର ଗୁପ୍ତ ଆଦି ରାଜାମାନେ ସୁବର୍ଣ୍ଣ ମୁଦ୍ରା ବହୁଳ ଭାବରେ ପ୍ରବର୍ତ୍ତନ କରିଥିଲେ। ଖ୍ରୀଷ୍ଟାବ୍ଦ ୪ର୍ଥ ଶତାବ୍ଦୀରେ ସମୁଦ୍ର ଗୁପ୍ତଙ୍କର ଦାକ୍ଷିଣାତ୍ୟ ଅଭିଯାନ ସମୟରେ କଳିଙ୍ଗ ରାଷ୍ଟ୍ରର ପାର୍ବତ୍ୟ ଅଞ୍ଚଳ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଶାସକମାନେ ବିଶେଷ କରି ଦକ୍ଷିଣ କୋଶଳର ଅନେକ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ଏବଂ ଏହି ରାଜାମାନେ ତାଙ୍କର ସାର୍ବଭୌମତ୍ୱ ସ୍ବୀକାର କରିଥିଲେ। ଓଡ଼ିଶାରେ ଚନ୍ଦ୍ର ଗୁପ୍ତ ଏବଂ କୁମାରଦେବୀଙ୍କର ଯୁଗ୍ମ ପ୍ରତୀକ ଥିବା ମୁଦ୍ରା, ସମୁଦ୍ର ଗୁପ୍ତଙ୍କ ବୀଣା ବଜାଇବା ଦୃଶ୍ୟ, ଚନ୍ଦ୍ର ଗୁପ୍ତ ଦ୍ୱିତୀୟ ଏବଂ କୁମାର ଗୁପ୍ତଙ୍କର ଧନୁତୀରଧାରୀ ମୁଦ୍ରା ଆବିଷ୍କୃତ ହୋଇଅଛି। ଏହି ମୁଦ୍ରାରେ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ଦେଖିବାକୁ ମିଳେ। ସେହିପରି ଖ୍ରୀଷ୍ଟାବ୍ଦ ୬ଷ୍ଠ-୭ମ ଶତାବ୍ଦୀରେ ଦକ୍ଷିଣ କୋଶଳ ଅର୍ଥାତ୍‌ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଏବଂ ସମ୍ବଲପୁର ଅଞ୍ଚଳ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳରେ ଶାସନ କରୁଥିବା ଶରଭପୁରୀୟ ଶାସକମାନେ ମଧ୍ୟ ସ୍ବର୍ଣ୍ଣମୁଦ୍ରା ପ୍ରବର୍ତ୍ତନ କରିଥିଲେ। ଏହି ଶାସକମାନେ ବୈଷ୍ଣବ ଧର୍ମାବଲମ୍ବୀ ଥିବାରୁ ସେମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ମୁଦ୍ରାରେ ବୈଷ୍ଣବ ଧର୍ମର ପ୍ରତୀକ ଗରୁଡ଼, ଶଙ୍ଖ, ଚକ୍ର ଆଦିର ପ୍ରତୀକ ଦେଖିବାକୁ ମିଳେ।

  • ଡ. ଭାରତୀ ପାଲ୍‌
    ସଂଗ୍ରହାଧ୍ୟକ୍ଷା, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ,ଭୁବନେଶ୍ୱର

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri