ପ୍ରାଚୀନ ମୁଦ୍ରା

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଡିସେମ୍ବର ୨୯ରେ ୯୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୩୨ରେ ଏହି ସଂଗ୍ରହାଳୟ ରେଭେନ୍‌ଶା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରରେ ଡିସେମ୍ବର ୨୯ରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ କରକମଳରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଐତିହ୍ୟର ମୂକସାକ୍ଷୀ। ଭାରତବର୍ଷ ଏପରିକି ବିଶ୍ୱରେ ଥିବା ସଂଗ୍ରହାଳୟ ମଧ୍ୟରୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ସଂଗ୍ରହାଳୟ ପ୍ରାଗୈତିହାସିକ ଯୁଗରୁ ଆରମ୍ଭ କରି ଐତିହାସିକ ଏପରିକି ଆଧୁନିକ ଯୁଗର ବିଭିନ୍ନ ବିରଳ କଳାକୃତି ଦ୍ୱାରା ଭରପୂର। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବିଭିନ୍ନ ବିଭାଗ ମଧ୍ୟରୁ ମୁଦ୍ରା ବିଭାଗଟି ଉଭୟ ଗବେଷକ ଏବଂ ସାଧାରଣ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ମୁଦ୍ରା ଯଥା ସ୍ବର୍ଣ୍ଣ, ରୌପ୍ୟ, ତାମ୍ର ଆଦି ଧାତୁରେ ନିର୍ମିତ ମୁଦ୍ରା ଗଚ୍ଛିତ ହୋଇରହିଅଛି। ଏହି ପ୍ରାଚୀନ ମୁଦ୍ରା ପ୍ରାଚୀନ ଇତିହାସକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରେ।
ଓଡ଼ିଶାରେ ଆବିଷ୍କୃତ ସର୍ବ ପ୍ରାଚୀନ ମୁଦ୍ରା ରୌପ୍ୟ ଲାଞ୍ଛ୍ଥନ । ଏହି ମୁଦ୍ରା ସମଗ୍ର ଭାରତବର୍ଷରେ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀରୁ ଦେଖିବାକୁ ମିଳେ। ଓଡ଼ିଶାରେ ମୁଖ୍ୟତଃ ଦୁଇ ପ୍ରକାର ଲାଞ୍ଛ୍ଥନ ମୁଦ୍ରା ଦେଖିବାକୁ ମିଳେ। ଏହାକୁ ଜନପଦ ବା ଆଞ୍ଚଳିକ ମୁଦ୍ରାଭାବେ ଐତିହାସିକମାନେ ଅଭିହିତ କରିଥାନ୍ତି। ଏହି ମୁଦ୍ରା ସାଧାରଣତଃ ଷୋଡ଼ଶ ଜନପଦ ଯଥା ପୁରାଣ ବର୍ଣ୍ଣିତ ଅଙ୍ଗ, ବଙ୍ଗ, କଳିଙ୍ଗ, ପାଞ୍ଚାଳ, କୋଶଳ ଆଦି ରାଜ୍ୟରେ ଆବିଷ୍କୃତ ହୋଇଅଛି। ଦ୍ୱିତୀୟ ପ୍ରକାର ମୁଦ୍ରାଗୁଡ଼ିକ ସାଧାରଣ ବା ମୌର୍ଯ୍ୟ ଯୁଗୀୟ ମୁଦ୍ରା କୁହାଯାଏ। ଏହି ମୁଦ୍ରାଗୁଡ଼ିକ ଚତୁଷ୍କୋଣ, ତ୍ରିକୋଣ ବା ବହୁକୋଣବିଶିଷ୍ଟ ହୋଇଥାଏ। ଏହି ମୁଦ୍ରାଗୁଡ଼ିକର ଗୋଟିଏ ପାର୍ଶ୍ୱରେ ପାଞ୍ଚଗୋଟି ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ଏକ ବା ଦୁଇଟି ପ୍ରତୀକ ଦେଖିବାକୁ ମିଳିଥାଏ। ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ଭୁବନେଶ୍ୱର ଶିଶୁପାଳଗଡ଼ ଆଦି ସ୍ଥାନରୁ ମୁଦ୍ରାଗୁଡ଼ିକ ବହୁଳ ପରିମାଣରେ ଆବିଷ୍କୃତ ହୋଇଅଛି।
ପରବର୍ତ୍ତୀ ପର୍ଯ୍ୟାୟରେ ଭାରତବର୍ଷର ଉତ୍ତରପ୍ରଦେଶ ଓ ଉତ୍ତର ପଶ୍ଚିମ ସୀମାନ୍ତରେ ରାଜତ୍ୱ କରୁଥିବା କୁଷାଣ ରାଜବଂଶ ଦ୍ୱାରା ପ୍ରଚଳିତ ତାମ୍ରମୁଦ୍ରା ଅନୁକରଣରେ ପୁରୀ-କୁଷାଣ ମୁଦ୍ରା ଦେଖିବାକୁ ମିଳେ। ଏହି କୁଷାଣ ପ୍ରତିରୂପ ମୁଦ୍ରାଗୁଡ଼ିକ ପ୍ରଥମେ ପୁରୀ ଜିଲା ମାଣିକପାଟଣା ନିକଟରୁ ଆବିଷ୍କୃତ ହୋଇଥିବାରୁ ଏହାକୁ ପୁରୀ-କୁଷାଣ ମୁଦ୍ରା ନାମରେ ଐତିହାସିକମାନେ ନାମିତ କରିଛନ୍ତି। ଓଡ଼ିଶାରୁ ଅନେକ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ତାମ୍ର ଧାତୁବିଶିଷ୍ଟ ଏହି ମୁଦ୍ରା ଆବିଷ୍କୃତ ହୋଇ ରାଜ୍ୟ ସଂଗ୍ରହାଳୟରେ ଅଛି। ଏହି ମୁଦ୍ରାଗୁଡ଼ିକର ଗୋଟିଏ ପାର୍ଶ୍ୱରେ କୁଷାଣ ରାଜା କନିଷ୍କ, ହୁବିଷ୍କ, ବାସୁଦେବ ଆଦିଙ୍କର ପ୍ରତିଛବି ଦେଖିବାକୁ ମିଳେ ଏବଂ ଅନ୍ୟ ପାର୍ଶ୍ୱରେ ଚନ୍ଦ୍ର ବା ଅର୍ଦ୍ଧଚନ୍ଦ୍ରର ପ୍ରତୀକ ଦେଖାଯାଏ। ତାମ୍ରମୁଦ୍ରା ବ୍ୟତୀତ ଏହି ବଂଶର ପାଞ୍ଚଟି ସ୍ବର୍ଣ୍ଣମୁଦ୍ରା ମଧ୍ୟ ଆବିଷ୍କୃତ ହୋଇଅଛି।
ଖ୍ରୀଷ୍ଟୀୟ ତୃତୀୟ ୪ର୍ଥ ଶତାବ୍ଦୀରେ ଗୁପ୍ତ ସାମ୍ରାଜ୍ୟର ଅଭ୍ୟୁଦୟ ଘଟିଲା। ଏହି ବଂଶର ଶାସକମାନେ ଯଥା ଚନ୍ଦ୍ର ଗୁପ୍ତ, ସମୁଦ୍ର ଗୁପ୍ତ, ଚନ୍ଦ୍ର ଗୁପ୍ତ ଦ୍ୱିତୀୟ, କୁମାର ଗୁପ୍ତ ଆଦି ରାଜାମାନେ ସୁବର୍ଣ୍ଣ ମୁଦ୍ରା ବହୁଳ ଭାବରେ ପ୍ରବର୍ତ୍ତନ କରିଥିଲେ। ଖ୍ରୀଷ୍ଟାବ୍ଦ ୪ର୍ଥ ଶତାବ୍ଦୀରେ ସମୁଦ୍ର ଗୁପ୍ତଙ୍କର ଦାକ୍ଷିଣାତ୍ୟ ଅଭିଯାନ ସମୟରେ କଳିଙ୍ଗ ରାଷ୍ଟ୍ରର ପାର୍ବତ୍ୟ ଅଞ୍ଚଳ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଶାସକମାନେ ବିଶେଷ କରି ଦକ୍ଷିଣ କୋଶଳର ଅନେକ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ଏବଂ ଏହି ରାଜାମାନେ ତାଙ୍କର ସାର୍ବଭୌମତ୍ୱ ସ୍ବୀକାର କରିଥିଲେ। ଓଡ଼ିଶାରେ ଚନ୍ଦ୍ର ଗୁପ୍ତ ଏବଂ କୁମାରଦେବୀଙ୍କର ଯୁଗ୍ମ ପ୍ରତୀକ ଥିବା ମୁଦ୍ରା, ସମୁଦ୍ର ଗୁପ୍ତଙ୍କ ବୀଣା ବଜାଇବା ଦୃଶ୍ୟ, ଚନ୍ଦ୍ର ଗୁପ୍ତ ଦ୍ୱିତୀୟ ଏବଂ କୁମାର ଗୁପ୍ତଙ୍କର ଧନୁତୀରଧାରୀ ମୁଦ୍ରା ଆବିଷ୍କୃତ ହୋଇଅଛି। ଏହି ମୁଦ୍ରାରେ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ଦେଖିବାକୁ ମିଳେ। ସେହିପରି ଖ୍ରୀଷ୍ଟାବ୍ଦ ୬ଷ୍ଠ-୭ମ ଶତାବ୍ଦୀରେ ଦକ୍ଷିଣ କୋଶଳ ଅର୍ଥାତ୍‌ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଏବଂ ସମ୍ବଲପୁର ଅଞ୍ଚଳ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳରେ ଶାସନ କରୁଥିବା ଶରଭପୁରୀୟ ଶାସକମାନେ ମଧ୍ୟ ସ୍ବର୍ଣ୍ଣମୁଦ୍ରା ପ୍ରବର୍ତ୍ତନ କରିଥିଲେ। ଏହି ଶାସକମାନେ ବୈଷ୍ଣବ ଧର୍ମାବଲମ୍ବୀ ଥିବାରୁ ସେମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ମୁଦ୍ରାରେ ବୈଷ୍ଣବ ଧର୍ମର ପ୍ରତୀକ ଗରୁଡ଼, ଶଙ୍ଖ, ଚକ୍ର ଆଦିର ପ୍ରତୀକ ଦେଖିବାକୁ ମିଳେ।

  • ଡ. ଭାରତୀ ପାଲ୍‌
    ସଂଗ୍ରହାଧ୍ୟକ୍ଷା, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ,ଭୁବନେଶ୍ୱର

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri