ଭୁବନେଶ୍ୱର,୨।୩: ପୁଣି ବିଜେଡିକୁ ଝଟ୍କା। ବିଜେଡି ହାତରୁ ଗଲା ବ୍ରଜରାଜନଗର ପୌର ପରିଷଦ । ବ୍ରଜରାଜନଗର ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ ଅନାସ୍ଥା ଭୋଟରେ ତାଙ୍କ ପଦ ହରାଇଛନ୍ତି। ଅନାସ୍ଥା ସପକ୍ଷରେ ୨୨ଟି ଭୋଟ ଥିବାବେଳେ ବିପକ୍ଷରେ ମାତ୍ର ଗୋଟିଏ ଭୋଟ ରହିଛି । ଫଳରେ ବ୍ରଜରାଜନଗର ପୌରାଧ୍ୟକ୍ଷା ପଦଚ୍ୟୁତ ହୋଇଛନ୍ତି ।
ଝାରସୁଗୁଡ଼ା ଜିଲା ବ୍ରଜରାଜନଗରରୁ ବିଜେଡିରୁ ପୌରାଧ୍ୟକ୍ଷା ଥିବା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଗତ ଜାନୁଆରୀ ୧୫ ତାରିଖରେ ଅନାସ୍ଥା ଭୋଟ୍ ହୋଇଥିଲା । ତେବେ ଏହା ଉପରେ ହାଇକୋର୍ଟରୁ ରହିତାଦେଶ ଆଣିଥିଲେ ଯାଜ୍ଞସେନୀ ଓରାମ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଭୋଟ ଗଣତି ହୋଇଥିଲା । ଏଥିରେ ମୋଟ ୨୩ କାଉନସିଲରଙ୍କ ଭୋଟ ମଧ୍ୟରୁ ୨୨ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ, ମାତ୍ର ଗୋଟିଏ ଭୋଟ ବିପକ୍ଷରେ ଆସିଥିଲା ।


