ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ। ଏହି ମହୋତ୍ସବରେ ୧୧ଦିନ ବ୍ୟାପୀ ବରଗଡ଼ରେ ଚାଲିବ କଂସ ରାଜୁତି। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ମଝିରେ ବୋହିଯାଇଥିବା ଜୀରାନଦୀ ହେବ ଯମୁନା। ଏହି ମହୋତ୍ସବକୁ ଆଉମାତ୍ର ୪ଦିନ ବାକି। ଏଥିପାଇଁ ସାଜସଜ୍ଜା ଜୋର୍‌ସୋର୍‌ରେ ଚାଲିଛ। ରାସ୍ତାଘାଟ ପ୍ରଶସ୍ତୀକରଣ ଚାଲିଛି। ରାଜ ଦରବାର, ରଙ୍ଗମହଲ ମଞ୍ଚ ନିର୍ମାଣରେ ମଧ୍ୟ କାରିଗର ଲାଗି ପଡ଼ିଛନ୍ତି। ଉଭୟ ବରଗଡ଼, ଅମ୍ବାପାଲିର ମୁଖ୍ୟ ପ୍ରବେଶଦ୍ୱାରରେ ସ୍ଥାୟୀ, ଅସ୍ଥାୟୀ ତୋରଣ ନିର୍ମାଣ ହେଉଛି। ଏବେଠାରୁ ଆଲୋକମାଳାରେ ସହର ଝଲସି ଉଠିଲାଣି। ଅନ୍ୟବର୍ଷ ଅପେକ୍ଷା ଏଥର ସାଜସଜ୍ଜା ଆକର୍ଷଣୀୟ ହେବ। ଏବେଠାରୁ ତାହା ଆପେ ବାରି ହୋଇପଡ଼ିଲାଣି। କିନ୍ତୁ ବରଗଡ଼ ଧନୁଯାତ୍ରା ମହୋତ୍ସବର ପରମ୍ପରା ଅନୁଯାୟୀ, ଦୀର୍ଘ ୩ବର୍ଷ ପରେ ଏଥର କଳାକାର ଚୟନ କରାଯାଇଛି। ଚୟନ ପ୍ରକ୍ରିୟାରେ ଅନେକ ପୁରୁଣା କଳାକାର ବାଦ୍‌ ପଡ଼ିଛନ୍ତି। ମୁଖ୍ୟ ଚରିତ୍ର କଂସଙ୍କ ସମେତ ଅନ୍ୟ ଚରିତ୍ରରେ ମଧ୍ୟ ଏକାଧିକ ପାର୍ଶ୍ୱ କଳାକାରଙ୍କୁ ଏଥର ଧନୁଯାତ୍ରା ମହୋତ୍ସବରେ ପ୍ରଥମଥର ପାଇଁ ସୁଯୋଗ ମିଳିଛି। ସାଜସଜ୍ଜାକୁ ନେଇ ସବୁଠି ପ୍ରଶଂସା କରାଯାଉଛି, ମାତ୍ର ନୂତନଭାବେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କ ଅଭିନୟ ଉପରେ ଏବେ ସଭିଁଙ୍କ ନଜର ରହିଛି। ନୂଆ କଳାକାରଙ୍କ ଅଭିନୟ ମଧ୍ୟ ଉଚ୍ଚକୋଟୀର ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ସାଜସଜ୍ଜା ଯେତେ ଆକର୍ଷଣୀୟ ହୋଇଛି, କଳାକାରଙ୍କ ଅଭିନୟ ମଧ୍ୟ ପୂର୍ବାପେକ୍ଷା ଅଧିକ ମନଛୁଆଁ ହେବ ବୋଲି ଲୋକେ ଚାହିଁ ବସିଛନ୍ତି।

ଭବ୍ୟ ଓ ଦିବ୍ୟ ହେବ ଧନୁଯାତ୍ରା
ଧନୁଯାତ୍ରା ମହୋତ୍ସବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ଜନ ସାଧାରଣଙ୍କ ସହଯୋଗରେ ଦିନରାତିକୁ ଏକ କରି ଦେଇଛନ୍ତି। ସମସ୍ତେ ଯେଭଳି ଏହି ମହୋତ୍ସବର ଦୃଶ୍ୟାଭିନୟ ଗୁଡ଼ିକୁ ଉପଭୋଗ କରି ପାରିବେ, ସେଥିପାଇଁ ଏଲ୍‌ଇଡ଼ି, ଟିଭି ସମେତ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି। ଦ୍ୱାପର ଯୁଗ ଭଳି ବରଗଡ଼ ସହରକୁ ମଥୁରାନଗରୀ ଏବଂ ଅମ୍ବାପାଲିକୁ ଗୋପପୁର ରୂପ ଦେବା ପାଇଁ ଉଦ୍ୟମ କରାଯାଇଛି। ଏହି କ୍ରମରେ ରାଜ ଦରବାର, ରଙ୍ଗମହଲ ସମେତ ଅନ୍ୟ ମଞ୍ଚ ନିର୍ମାଣ ଚାଲିଛି। ଅନ୍ୟବର୍ଷ ତୁଳନାରେ ଏଥର ବରଗଡ଼ ଧନୁଯାତ୍ରା ଭବ୍ୟ ଓ ଦିବ୍ୟ ହେବ ବୋଲି ଆଶା କରାଯାଉଛି।
-ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବିଧାୟକ, ବରଗଡ଼
ତ୍ରୁଟି ଦେଖିଲେ ସଂଶୋଧନ କରିବା
ଚଳିତ ୭୮ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଅଭିନୟ କ୍ଷେତ୍ରରେ ବହୁ ଶାଣିତ କରିବା ପାଇଁ ଚୟନ ହୋଇଥିବା ନୂତନ କଳାକାରମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଉପଦେଷ୍ଟା ମଣ୍ଡଳୀ ତାଙ୍କୁ ପୂର୍ଣ୍ଣମାତ୍ରାରେ ଦିଗଦର୍ଶନ ଦେଇଛନ୍ତି। ଆଖଡ଼ାଶାଳରେ ଭୁଲ୍‌ ହେଉଥିବା ଅଭିନୟକୁ କେମିତି ଠିକ୍‌ ହେବ, ସେ ବିଷୟରେ ଦିଗଦର୍ଶନ ଦିଆଯାଏ। ଆଖଡ଼ାକୁ ଦେଖି କୌଣସି ଭୁଲ ମନ୍ତବ୍ୟ ଦେବା ଠିକ୍‌ ନୁହେଁ, ଯଦି ମଞ୍ଚ ଉପରେ କୌଣସି ତ୍ରୁଟି ଦେଖାଯାଏ, ତାହାହେଲେ ଆମେ ତାର ସଂଶୋଧନ ପାଇଁ ଚେଷ୍ଟା କରିବା।
-ପ୍ରଶାନ୍ତ ମହାପାତ୍ର, ସଭ୍ୟ କଳାକାର ଉପଦେଷ୍ଟା ମଣ୍ଡଳୀ
ଅଭିଜ୍ଞଙ୍କୁ ଅଣଦେଖା
ଧନୁଯାତ୍ରାର ବିଭିନ୍ନ କମିଟିରେ ଅଭିଜ୍ଞ ଲୋକଙ୍କୁ ସ୍ଥାନ ଦେବା ଦରକାର। କିନ୍ତୁ ବରଗଡ଼ ଧନୁଯାତ୍ରାରେ ତାହା ଦେଖିବାକୁ ମିଳୁ ନାହିଁ। ସାଜସଜ୍ଜା ନିଶ୍ଚିତଭାବେ ଅନ୍ୟବର୍ଷ ଅପେକ୍ଷା ଅଧିକ ଉନ୍ନତମାନର ହେଉଛି। ତୋରଣମାଳା ଆହୁରି ଚିତ୍ତାକର୍ଷକ ହେଉଛି। ଦର୍ଶକଙ୍କ ଗମନାଗମନ ପାଇଁ ଯାତାୟାତ ବ୍ୟବସ୍ଥା ବହୁତ ଭଲ କରାଯାଉଛି। ଅଭିନୟ ଆଶାନୁରୂପ ହେବାର ବିରାଟ ଆଶଙ୍କା ରହିଛି। କାହିଁକିନା ଏଥର ଅନେକ ନୂଆଁ କଳାକାର ସ୍ଥାନ ପାଇଛନ୍ତି। ତଥାପି ନୂଆଁ କଳାକାରମାନେ ମଧ୍ୟ ଭଲ ଅଭିନୟ କରିବେ ବୋଲି ଆମେ ଆଶା କରିଛୁ।
-ରାଜେନ୍ଦ୍ର ସିକନ୍ଦର, ଆର୍ଟିଷ୍ଟ ଏଣ୍ଡ୍‌ ଡିଜାଇନର, ବରଗଡ଼
ପ୍ରସ୍ତାବ, ଦାୟିତ୍ୱରେ ତାଳମେଳ ରହୁନି
ଧନୁଯାତ୍ରା ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ପ୍ରତିବର୍ଷ ଉଦ୍ୟମ କରାଯାଉଛି। ଏହା ପୂର୍ବରୁ ବୈଠକ ମଧ୍ୟ ବସୁଛି। ବୈଠକରେ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ପ୍ରସ୍ତାବ ନିଆଯାଉଛି। ଏଥିପାଇଁ ବିଭିନ୍ନ କମିଟି ଗଠନ କରି ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ବୈଠକରେ ଯେଉଁ ପ୍ରସ୍ତାବ ନିଆଯାଉଛି, ଦାୟିତ୍ୱ ନିର୍ବାହରେ ତାହା ପରିଲକ୍ଷିତ ହେଉ ନାହିଁ। ବୈଠକର ପ୍ରସ୍ତାବ ଅନୁଯାୟୀ ଯଦି ସବୁ କମିଟି ଠିକ୍‌ ଭାବେ ଦାୟିତ୍ୱ ସମ୍ପାଦନ କରିବେ, ମହୋତ୍ସବ ଅଧିକ ଉଚ୍ଚକୋଟୀର ହେବ, ଏଥିରେ ସନ୍ଦେହ ନାହିଁ।
-ହରିିହର ପ୍ରଧାନ, ଆଇନଜୀବୀ, ବରଗଡ଼
ହସ ଭିତରେ ସୀମିତ ନ ରହୁ କଂସଙ୍କ ଅଭିନୟ
ବରଗଡ଼ ଧନୁଯାତ୍ରାକୁ ନେଇ ଆଜି ଉତ୍ସାହ ଦେଖାଯାଇଛି, ସାଜସଜ୍ଜା ଓ ତୋରଣରୁ ତାହା ବାରିହୋଇ ପଡ଼ୁଛି। ଆଜି ପର୍ଯ୍ୟନ୍ତ ତାହା ଦେଖାଯାଇ ନ ଥିଲା। ଅଭିନୟ ବି ସେଭଳି ହେବା କଥା। କଂସକୁ କେବଳ ରାକ୍ଷସଭାବେ ସୀମିତ କରା ନ ଯାଉ। କଂସର ଅଭିନୟ କେବଳ ହସ ଭିତରେ ରହିଯାଉଛି। ସଂଳାପ ପ୍ରତି ଟିକିଏ ଜୋର୍‌ ଦିଆଯାଉ। ଦର୍ଶକ ଆହୁରି ଆକର୍ଷିତ ହେବେ। ପିଲାବେଳୁ ଦେଖୁଥିଲୁ, ପୂର୍ବତନ କଂସ ମହାରାଜ ସ୍ବର୍ଗତ ଯୁଧିଷ୍ଠିର ଶତପଥୀ ଯେତେବେଳେ ମଞ୍ଚକୁ ଆସୁଥିଲେ, ତାଙ୍କ ଗାମ୍ଭୀର୍ଯ୍ୟତା ଦେଖିବା ପାଇଁ ରାସ୍ତାଘାଟରେ ମଧ୍ୟ ଲୋକଙ୍କ ଗହଳି ହେଉଥିଲା। ମହାରାଜଙ୍କ ପ୍ରତି ସେତେବେଳେ ଲୋକଙ୍କ ସମ୍ମାନ ମଧ୍ୟ ଜାତ ହେଉଥିଲା। ଯେତେବେଳେ ସେ ମଞ୍ଚ ଉପରେ ଚଢୁଥିଲେ, ସେତେବେଳେ ଶିବଙ୍କ ଶ୍ଳୋକ ଉଚ୍ଚାରଣ କରୁଥିଲେ। କିନ୍ତୁ ଏବେ ତାହା ଦେଖିବାକୁ ମିଳୁପାରୁ ନାହିଁ।
-ଲିଟୁ ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?