ଭିତିରି ବୁଝାମଣା ଉଦ୍ୟମ

ଯାଜପୁର ଅଫିସ,୯ା୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ପ୍ରଶାସନର ଅନୁମୋଦନ ଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ୍‌ ଏବଂ ଜରିମାନା ଆଦାୟ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ଲୁଟ୍‌ ପରିମାଣର ମାପଚୁପ ପାଇଁ ପ୍ରଶାସନ ପକ୍ଷରୁ ନିୟୋଜିତ ବେସରକାରୀ ସଂସ୍ଥା ମାଇ ୱାର୍ଲ୍‌ଡ କନ୍ସଲଟେନ୍ସିର କାର୍ଯ୍ୟ ସ୍ବଚ୍ଛତା ଉପରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁଧବାର ଜଣେ ପ୍ରଭାବଶାଳୀ ରାଜନେତା ଲିଜ୍‌ ନେଇଥିବା ରାହାଡ଼ପୁର ପାହାଡ଼ର ଚୂଡ଼ାନ୍ତ ମାପଚୁପକୁ ସମସ୍ତେ ଚାହିଁ ରହିଛନ୍ତି। କାରଣ ଏହି ପାହାଡ଼ରୁ ୫ ବର୍ଷ ପାଇଁ ୨,୩୫,୦୦୦ ଘନଫୁଟ କଳାପଥର ଉତ୍ତୋଳନ କରିବାକୁ ଅନୁମତି ରହିଥିବାବେଳେ ସେଠାରୁ ପ୍ରାୟ ଦେଢକୋଟି ଘନଫୁଟ କଳାପଥର ଲୁଟ ହୋଇଛି। ଏହାସହ ଆଖପାଖ ୩ଟି କ୍ବାରୀରୁ ବିନା ଅନୁମୋଦନରେ ପ୍ରାୟ ୮ ଲକ୍ଷ ଘନଫୁଟ କଳାପଥର ଚୋରି ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ଆସନ୍ତା ମାର୍ଚ୍ଚରେ ଲିଜ୍‌ ଅବଧି ଶେଷ ହେବାକୁ ଥିବା ବରଡା ପାହାଡରୁ ମଧ୍ୟ ବିପୁଳ ପରିମାଣର କଳାପଥର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏହିସବୁ ଅଭିଯୋଗରେ ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ପରୋକ୍ଷରେ ସହଯୋଗ ଦେଇ ଆସୁଛନ୍ତି। ଏହିକ୍ରମରେ ମାପଚୁପରେ ଯଦି ସ୍ବଚ୍ଛତା ଅବଲମ୍ବନ କରା ନ ଯାଏ, ତେବେ ଅଞ୍ଚଳବାସୀ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ସଂପୃକ୍ତ ଲିଜ୍‌ଧାରୀ ଆଇନ କବଳରୁ ମୁକୁଳିବା ପାଇଁ ନିୟୋଜିତ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ମନାଇବାକୁ ଭୁବନେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ବିଭିନ୍ନ ଉନ୍ନୟନ କାମ ଉଦ୍ଦେଶ୍ୟରେ ୨୦୧୭-୧୮ ବର୍ଷରେ କଳାପଥର ଉତ୍ତୋଳନ କରିବାକୁ ରାହାଡ଼ପୁର ପାହାଡ଼କୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ଏଥିରେ ୨୫ ଏକର ପରିମିତ ଅଞ୍ଚଳରୁ ବାର୍ଷିକ ୪୭ ହଜାର ଘନଫୁଟ ଅନୁସାରେ ୫ ବର୍ଷରେ ସେ ୨ ଲକ୍ଷ ୩୫ ହଜାର ଘନଫୁଟ କଳାପଥର ଉତ୍ତୋଳନ କରିପାରିବେ ବୋଲି ଅନୁମୋଦନ ହୋଇଥିଲା। ଏହି ସମୟରେ ଚଣ୍ଡିଖୋଲ-ଭଦ୍ରକ ୧୬ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଥିଲା। ଏଥିରେ ବିପୁଳ ପରିମାଣର କଳାପଥର ଆବଶ୍ୟକତା ପଡୁଥିଲା। ତେଣୁ ଲିଜ୍‌ଧାରୀ ଅନୁମୋଦନ ପରିମାଣକୁ ବୃଦ୍ଧି କରିବାକୁ କୌଣସି ଅନୁମତି ନ ନେଇ ଉକ୍ତ ରାସ୍ତା ସମ୍ପ୍ରସାରଣ କାମରେ ପ୍ରାୟ ୬୫ ଲକ୍ଷ ଘନଫୁଟ୍‌ କଳାପଥର ଯୋଗାଇ ଦେଇଥିଲେ। ଏହାସହ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ମଧ୍ୟ ବିପୁଳ କଳାପଥର ବ୍ୟବହାର ହୋଇଛି। ଏଭଳି ଭାବେ ପ୍ରାୟ ଦେଢକୋଟି ଟଙ୍କାର ବେଆଇନ ଭାବେ କଳାପଥର ଉତ୍ତୋଳନ କରାଯାଇଥିବା ପ୍ରାଥମିକ ମାପଚୁପରୁ ଜଣାପଡିଛି। ତେଣୁ ଜରିମାନା ଆକଳନ ହେବା ପୂର୍ବରୁ ପୁଣି ଥରେ ଚୂଡ଼ାନ୍ତ ମାପଚୁପ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ତାହା ବୁଧବାର ସମ୍ପନ୍ନ କରାଯିବ। ଏହିସବୁ ଲୁଟ୍‌କୁ ଚାପିଦେବାକୁ ଲିଜ୍‌ଧାରୀ ସବୁପ୍ରକାର ଉଦ୍ୟମ କରି ବିଫଳ ହେବା ପରେ ମାପଚୁପ କରୁଥିବା ସଂସ୍ଥାକୁ ଭରସା କରିଛନ୍ତି। ତେଣୁ ଲିଜ୍‌ଧାରୀ ଏବଂ ଉକ୍ତ ସଂସ୍ଥା ମଧ୍ୟରେ ଏକ ବଡଧରଣର ଭିତିରି ବୁଝାମଣା ହୋଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ସଂସ୍ଥା ନିଜର ଭାବମୂର୍ତ୍ତିକୁ ବଜାୟ ରଖିବାକୁ କୌଣସି ବୁଝାମଣା କରିବ ନାହିଁ ବୋଲି ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ଅନୁଷ୍ଠିତ ବିଧାନସଭାରେ ବିଧାୟକ ନବଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଅନୁମୋଦନଠାରୁ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଉପରେ ଏକ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ ତଥ୍ୟରେ ୨୦୧୫-୧୬ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ୍‌ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। ସେଥିରୁ ବାଲେଶ୍ୱର ଜିଲାର ଜରିମାନା ସର୍ବାଧିକ ୬ କୋଟି ୧୦ ଲକ୍ଷ ୫୬୨ ଟଙ୍କା ରହିଥିଲା। କିନ୍ତୁ ସର୍ବାଧିକ କଳାପଥର ଲୁଟ ହେଉଥିବା ଯାଜପୁର ଜିଲାରେ ଟଙ୍କାଟିଏ ବି ଆଦାୟ ହୋଇ ନ ଥିବା ମନ୍ତ୍ରୀଙ୍କ ତଥ୍ୟରୁ ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଲିଜ୍‌ ପାହାଡ଼ଗୁଡିକର ମାପଚୁପ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହିକ୍ରମରେ ସାଟେ ଲାଇଟ୍‌ ମାପଚୁପ କରି ୪ ଜଣ ଲିଜ୍‌ଧାରୀଙ୍କ ନାମରେ ୧୦୫.୮୭ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ହେଲେ ଏଯାଏ ଟଙ୍କାଟିଏ ଅସୁଲ ହୋଇ ନ ଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ କୁମାର ଦାସଙ୍କ ମତାମତ ନେବାକୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri