ପରମ୍ପରା ପାଇଁ ଅଖଣ୍ଡ ଶିକାର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍‌ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ବାସହରା ହୋଇ ଖାଦ୍ୟ ଓ ପାଣି ପାଇଁ ଜନବସତି ମୁହଁା ହେଉଛନ୍ତି। ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ପାରମ୍ପରିକ ଅଖଣ୍ଡ ଶିକାର ଯୋଗୁ ବନ୍ୟପ୍ରାଣୀ ଭୟରେ ପଥଭ୍ରଷ୍ଟ ହୋଇ ଗାଁ, ସହରକୁ ପଳାଇ ଆସୁଥିବା ସନ୍ଦେହ ପ୍ରକାଶ ପାଉଛି।
ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ପାରମ୍ପରିକ ଅଖଣ୍ଡ ଶିକାର ପଣା ସଂକ୍ରାନ୍ତି ସମୟରେ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଗ୍ରାମର ଲୋକେ ଦଳ ଦଳ ହୋଇ ପାରିଧି (ସମୂହ ଶିକାର) କରିବାକୁ ପାଖ ଜଙ୍ଗଲକୁ ଯାଇଥାନ୍ତି। ପାରମ୍ପରିକ ଠେଙ୍ଗା, ବାଡ଼ି, ଧନୁଶର, ଟାଙ୍ଗିଆ, ବାଲା ଆଦି ଧରି ଜଙ୍ଗଲକୁ ଯାଇ ହରିଣ, ବାର୍‌ହା, କୁଟୁରା, ଠେକୁଆ, ଜଙ୍ଗଲୀ କୁକୁଡ଼ା ଆଦି ଶିକାର କରିଥାନ୍ତି। ଏହାକୁ ଅଖଣ୍ଡ ଶିକାର କୁହାଯାଏ। ପରମ୍ପରା ଅନୁଯାୟୀ ଏହାକୁ ଗ୍ରାମକୁ ଆଣି କାଟି ଏହାର ମାଂସ ଭାଗ ବାଣ୍ଟି ଖାଇଥାନ୍ତି। ଅନେକ ଗ୍ରାମରେ ଗ୍ରାଣ୍ଡ ଭୋଜି ଆୟୋଜନ ହୋଇଥାଏ। ପରମ୍ପରା ବହୁ ଆଗରୁ ପ୍ରଚଳିତ ଥିଲେ ହେଁ ବନ୍ୟପ୍ରାଣୀ ଶିକାର ଉପରେ କଟକଣା ଥିବାରୁ ଏହା ଲୁଚାଛପାରେ ଚାଲିଛି। ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି, ବିଶେଷକରି ପଣା ସଂକ୍ରାନ୍ତିରେ ସମୂହ ପଶୁ ଶିକାର ପରମ୍ପରା ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏଥିପାଇଁ ପୂର୍ବରୁ ବନ ବିଭାଗ ସଚେତନ କରିବା ସହ ଆଇନଗତ ବ୍ୟବସ୍ଥା ବିଷୟରେ ଅବଗତ କରିବା କଥା। ଅଖଣ୍ଡ ଶିକାର ଉପରେ ତୀକ୍ଷ୍‌ଣ ନଜର ରଖିବା ଜରୁରୀ ହୋଇପଡ଼ିଛି। ପରିବେଶବିତ୍‌ ଭକ୍ତ ବତ୍ସଳ ମହାନ୍ତି କହିଛନ୍ତି, କେନ୍ଦୁଝର ସହର ଚାରି ପାଖରେ ଜଙ୍ଗଲ ଓ ପାହାଡ଼ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ରହୁଛନ୍ତି। କେତେବେଳେ ପାଣି ସମସ୍ୟା, ଖାଦ୍ୟାଭାବ, ଶିକାର ଆଦି କାରଣରୁ ବନ୍ୟପ୍ରାଣୀ ସହର ଭିତରକୁ ଚାଲି ଆସୁଛନ୍ତି। ଫଳରେ ଦୁର୍ଘଟଣା, ଲୋକଙ୍କ ଆକ୍ରୋଶର ଶିକାର ହୋଇ ମୃତାହତ ହୋଇଥାନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଅଧିକ ପ୍ରାଧାନ୍ୟ ଦେବା ଉଚିତ।
ସେହିପରି ଚଳିତ ବର୍ଷ ପରମ୍ପରା ନାମରେ ଘର ଚଉରାରେ ପଣା ଦେବା ପାଇଁ ବହୁ ସଂଖ୍ୟାରେ ଶାଳ ଗଜା କଟାଯାଇଛି। ବନ ବିଭାଗର କଟକଣା ସତ୍ତ୍ୱେ ଏଭଳି କଟାଯାଇଥିବାରୁ ଅନେକ ହଜାର ସଂଖ୍ୟାରେ ଶାଳଗଛ ନଷ୍ଟ ହୋଇଥିବାରୁ ପରିବେଶବିତ୍‌ମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri