Odisha Elections 2024

ଟିପିସିଓଡିଏଲ୍‌ର ଅଭିନବ ପ୍ରୟାସ

ଭୁବନେଶ୍ୱର,୪।୧: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରୟାସ ‘ରୁଫ୍‌ ଟପ୍‌ ସୋଲାର’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ପରିବେଶ ଅନୁକୂଳ ଓ ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ଗ୍ରାହକମାନେ ସହଜରେ ସୋଲାର ରୁଫ୍‌ଟପ୍‌ ବ୍ୟବସ୍ଥାକୁ ଆପଣାଇପାରିବେ। ଏହା ଏକ ସ୍ବଚ୍ଛ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ସୂର୍ଯ୍ୟଙ୍କ ଶକ୍ତିକୁ ବ୍ୟବହାର କରିବାରେ ଟିପିସିଓଡିଏଲ୍‌ର ଦୃଷ୍ଟିକୋଣ ସହ ସମନ୍ବିତ ହୋଇପାରିବ। ସେହିଭଳି ଟିପିସିଓଡିଏଲ୍‌ ନେଟ୍‌ ମିଟରିଂ ବ୍ୟବସ୍ଥା ମାଧ୍ୟମରେ ୮୨୮ ସୌର ପ୍ଲାଣ୍ଟ ସ୍ଥାପନ କରିବାରେ ସହାୟକ ହୋଇଛି, ଯାହା ସାମୂହିକ ଭାବେ ୨୮,୦୦୩.୬୮୪ କିଲୋୱାଟ୍‌-ପିକ୍‌ (କେଡବ୍ଲ୍ୟୁପି) କ୍ଷମତା ସୃଷ୍ଟି କରିଛି। ରୁଫ୍‌ଟପ୍‌ ସୋଲାର (ସୌର ଶକ୍ତି) ଅନେକ ସୁବିଧା ପ୍ରଦାନ କରୁଥିବାରୁ ଏହା ଉପଭୋକ୍ତାଙ୍କ ପସନ୍ଦରେ ପରିଣତ ହୋଇଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗ୍ରାହକଙ୍କ ଛାତ କିମ୍ବା ପଡ଼ିଆରେ ଲଗାଯାଇଥିବା ସୋଲାର ରୁଫଟପ୍‌ ସୂର୍ଯ୍ୟଙ୍କ ଶକ୍ତିର ଉପଯୋଗ ପାଇଁ ଉପଯୁକ୍ତ ହୋଇଥିବାବେଳେ ତାହା କେବଳ ଗ୍ରାହକଙ୍କ ବିଦ୍ୟୁତ୍‌ ଖର୍ଚ୍ଚକୁ ହ୍ରାସ କରିବ ନାହିଁ ବରଂ ପରିବେଶରେ ସକାରାତ୍ମକ ଯୋଗଦାନ ଦେବ। ବିଶେଷକରି ଦାୟିତ୍ୱବାନ ନାଗରିକ ଭାବେ ଗ୍ରାହକଙ୍କ ଭୂମିକା ନିର୍ବାହ କରିବାକୁ ମଧ୍ୟ ହିତାଧିକାରଙ୍କୁ ସଶକ୍ତ କରିବ। ଟିପିସିଓଡିଏଲ୍‌ ଗ୍ରାହକଙ୍କୁ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଶକ୍ତି ସମାଧାନ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି। ସୌରଶକ୍ତି ବ୍ୟବହାର କରିବା ଦ୍ୱାରା କେବଳ ବ୍ୟକ୍ତିଗତ ଉପଭୋକ୍ତାଙ୍କୁ ଲାଭ ମିଳେ ନାହିଁ ବରଂ ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ବଚ୍ଛ ଏବଂ ସବୁଜ ଭବିଷ୍ୟତ ଦିଗରେ ଏକ ସାମୂହିକ ପ୍ରୟାସ ମଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri