ଅନେକ ଦିନ ହେବ କ୍ରେଡିଟ କାର୍ଡ ବ୍ୟବହାର ବନ୍ଦ କରିଦେଇଛନ୍ତି କି, ହୋଇପାରେ ବଡ଼ ଅସୁବିଧା

ନୂଆଦିଲ୍ଲୀ,୧୩।୨: ଅନେକ ଥର କ୍ରେଡିଟ କାର୍ଡ ପାଇଁ ଆବେଦନ କରିବା ପରେ, ଆମେ ଏହାକୁ ବ୍ୟବହାର ନ କରି ରଖିଥାଉ। ଯଦିଓ ଆପଣଙ୍କୁ ଲାଗୁଛି ଯେ ଏହା ଯୋଗୁ କିଛି ହେବ ନାହିଁ, ତାହା ସମ୍ପୂର୍ଣ୍ଣ ଭୁଲ। କ୍ରେଡିଟ କାର୍ଡ ଧାରକମାନେ ନିଷ୍କ୍ରିୟ କ୍ରେଡିଟ ଆକାଉଣ୍ଟ ବିଷୟରେ ଏହି କଥାଗୁଡ଼ିକ ଜାଣିରଖିବା ଉଚିତ୍‌…

ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କର କ୍ରେଡିଟ କାର୍ଡ ବ୍ୟବହାର କରନ୍ତି ନାହିଁ, ତେବେ ଏହାକୁ ନିଷ୍କ୍ରିୟ ଘୋଷଣା କରାଯାଏ। ସାଧାରଣତଃ, ଯଦି କ୍ରେଡିଟ କାର୍ଡଟି ଛଅ ମାସରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଏ ନାହିଁ, ତେବେ କମ୍ପାନୀ ଏହାକୁ ନିଷ୍କ୍ରିୟ କରିବା ପୂର୍ବରୁ ଆପଣଙ୍କ ସହିତ ଯୋଗାଯୋଗ କରିଥାଏ ଏବଂ ଆପଣଙ୍କୁ ଏହାକୁ ପୁନଃସକ୍ରିୟ କରିବାର ସୁଯୋଗ ମଧ୍ୟ ଦିଆଯାଏ। ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଦୀର୍ଘ ସମୟ ଧରି ନିଷ୍କ୍ରିୟ ରହିବା ଫଳରେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ।

ଯଦି ଆକାଉଣ୍ଟଟି ବନ୍ଦ ହୋଇଯାଏ, ତେବେ ଏହା ଆପଣଙ୍କ କ୍ରେଡିଟ ସ୍କୋର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏକ ଆକାଉଣ୍ଟ ବନ୍ଦ କରିବା ଦ୍ୱାରା ଆପଣଙ୍କର କ୍ରେଡିଟ ସ୍କୋର ହ୍ରାସ ପାଇଥାଏ, ଯାହା ଦାରା ଆପଣଙ୍କର କ୍ରେଡିଟ ବ୍ୟବହାର ଅନୁପାତ ବୃଦ୍ଧି ପାଇପାରେ। ଏହା ସାଧାରଣତଃ ଆପଣଙ୍କର ମୋଟ କ୍ରେଡିଟ ସୀମା ତୁଳନାରେ ଆପଣଙ୍କର କ୍ରେଡିଟ ପରିମାଣ। କ୍ରେଡିଟ ବ୍ୟବହାର ସାଧାରଣତଃ ଆପଣଙ୍କ କ୍ରେଡିଟ ସ୍କୋରର ୩୦ ପ୍ରତିଶତ ହୋଇଥାଏ, ତେଣୁ ଏକ ଉଚ୍ଚ ଅନୁପାତ ଆପଣଙ୍କ ସ୍କୋରକୁ ହ୍ରାସ କରିପାରେ।

କାର୍ଡ ବ୍ୟବହାର ନ କରିବା ଅର୍ଥ ହେଉଛି ଆପଣ ରିଓ୍‌ବାର୍ଡ , କ୍ୟାସବ୍ୟାକ ଅଫର ଏବଂ ଲାଉଞ୍ଜ ଆକ୍ସେସ ଭଳି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯଦି ଆପଣଙ୍କର କାର୍ଡ ଦୀର୍ଘ ସମୟ ପାଇଁ ନିଷ୍କ୍ରିୟ ରହିଥାଏ, ତେବେ ଆପଣଙ୍କର ସଂଗୃହିତ ରିଓ୍‌ବାର୍ଡ , ପଏଣ୍ଟ ଏବଂ ଅଫରଗୁଡ଼ିକର ମିଆଦ ମଧ୍ୟ ଶେଷ ହୋଇପାରେ।

ଆପଣଙ୍କ କ୍ରେଡିଟ କାର୍ଡକୁ ସକ୍ରିୟ ରଖିବା ପାଇଁ କରନ୍ତୁ ଏହି କାମ…
-ଛୋଟ ମୋଟ ଟ୍ରାଞ୍ଜାକ୍ସନ କିଛି ମାସ ବ୍ୟବଧାନରେ କରାଯିବା ଉଚିତ୍‌।
– ଆପଣ କ୍ରେଡିଟ କାର୍ଡ ଷ୍ଟେଟମେଣ୍ଟ ଚେକ୍‌ କରିବା ଆବଶ୍ୟକ।
– ଯଦି କ୍ରେଡିଟ କାର୍ଡର ଆବଶ୍ୟକତା ନାହିଁ, ତେବେ ବ୍ୟାଙ୍କ ସହିତ ଯୋଗାଯୋଗ କରି ଏହାକୁ ବନ୍ଦ କରିପାରିବେ।
– ଯଦି ଆକାଉଣ୍ଟଟି ନିଷ୍କ୍ରିୟ ଅଛି, ତେବେ ଏହାକୁ ପୁନଃସକ୍ରିୟ କରିବା ପାଇଁ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri