Posted inଖେଳ

ଦିନେ ଆରସିବି ପାଇଁ ଘୁଞ୍ଚାଇ ଦେଇଥିଲେ ବିବାହ: ଆଜି ମିଳିଲା ବଡ଼ ପୁରସ୍କାର

ବେଙ୍ଗାଲୁରୁ,୧୩।୨: ଆଇପିଏଲ୍‌ ୨୦୨୫ ପାଇଁ ରଜତ ପଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଅଧିନାୟକ କରାଯାଇଛି।
ପଟିଦାର ୨୦୨୧ ମସିହାରୁ ଆରସିବି ପାଇଁ ଖେଳୁଛନ୍ତି। ସେ ଆରସିବି ମାଧ୍ୟମରେ ତାଙ୍କର ଆଇପିଏଲ୍‌ ଡେବ୍ୟୁ କରିଥିଲେ। କିନ୍ତୁ ୨୦୨୧ରେ ପାଇଁ ଖେଳିଥିବା ପଟିଦାରଙ୍କୁ ପରବର୍ତ୍ତୀ ସିଜିନ ଅର୍ଥାତ୍‌ ୨୦୨୨ରେ କୌଣସି କ୍ରେତା ମିଳି ନଥିଲା, ଯାହା ପରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
କିନ୍ତୁ ଆର୍‌ସିବିରେ ଖେଳିବା ଯୋଗୁ ସେ ତାଙ୍କ ବିବାହ ବାତିଲ କରିଥିଲେ। ତାଙ୍କ ବିବାହ ତାରିଖ ମଧ୍ୟ ସ୍ଥିର ହୋଇଥିଲା ଏବଂ ହୋଟେଲ ମଧ୍ୟ ବୁକ ହୋଇଥିଲା। ଏହା ତାଙ୍କ ବାପା ପ୍ରକାଶ କରିଥିଲେ।
ପଟିଦାର ଟୁର୍ନାମେଣ୍ଟରେ ଡେବ୍ୟୁ କରିଥିଲେ, ସେ ଆଇପିଏଲ୍‌ ୨୦୨୧ରେ ଆର୍‌ସିବି ପାଇଁ ଖେଳିଥିଲେ। ସେ ତାଙ୍କ କ୍ୟାରିୟରର ପ୍ରଥମ ସିଜିନରେ ୪ଟି ମ୍ୟାଚ ଖେଳିଥିଲେ। ଏହା ପରେ ଆର୍‌ସିବି ତାଙ୍କୁ ରିଟେନ କରି ନ ଥିଲା। ସେହିପରି, ୨୦୨୨ ନିଲାମରେ ମଧ୍ୟ କେହି ପଟିଦାରଙ୍କୁ କିଣି ନ ଥିଲେ। ବିକ୍ରି ନ ହୋଇ ରହିବା ପରେ, ପଟିଦାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
କିନ୍ତୁ ବିବାହ ପୂର୍ବରୁ, ତାଙ୍କୁ ଆର୍‌ସିବିରୁ ଏକ ଫୋନ ଆସିଥିଲା। ଆହତ ଖେଳାଳି ଲାଭନିଥ ସିସୋଡିଆଙ୍କ ସ୍ଥାନରେ ଆରସିବି ପଟିଦାରଙ୍କୁ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରାଯାଇଥିଲା। ଏହି ନିମନ୍ତ୍ରଣ ପରେ ପାଟିଦାର ବିବାହ ବାତିଲ କରିଦେଲେ।
ପଟିଦାର ଆଇପିଏଲ କ୍ୟାରିୟରରେ ୨୭ଟି ମ୍ୟାଚ ଖେଳିଛନ୍ତି। ସେ ୨୪ଟି ଇନିଂସରେ ସେ ୩୪.୭୩ ହାରରେ ଏବଂ ୧୫୮.୮୪ ଷ୍ଟ୍ରାଇକ ରେଟ୍‌ରେ ୭୯୯ ରନ କରିଥିଲେ। ସେ ଗୋଟିଏ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?