ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଦୃଷ୍ଟିବାଧିତ କେଶବ

ପାରଳାଖେମୁଣ୍ଡି, ୧୧ା୩ (ଡି.ଏନ୍‌.ଏ): ଦୁନିଆ କ’ଣ ଦେଖିପାରୁ ନ ଥିଲେ ମଧ୍ୟ ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାର କିଭଳି ପ୍ରତିପୋଷଣ କରାଯାଏ ତାହା ପ୍ରମାଣ କରି ଦେଖାଇଛନ୍ତି ଗଜପତି ଜିଲା ନୂଆଗଡ ବ୍ଲକ ସମ୍ବଲପୁର ଗ୍ରାମର କେଶବ ବେହେରଦଳାଇ। ଜମିରେ ଚାଷ କାମ ହେଉ ଅବା ଘରୋଇ ଉପକରଣ ସାମଗ୍ରୀ, କାଠରେ ତିଆରି ଖଟ କାମ ହେଉ ଅବା ଖଟରେ ସୂତା ବାନ୍ଧିବା ଓ ଖଜୁରୀ ଡାଳରେ ପଟି ତିଆରି କରିବା ଏ ସବୁ କାର୍ଯ୍ୟକୁ ଅତି ସହଜ ଓ ସରଳ ଭାବେ କରିପାରନ୍ତି ସେ। ଏସବୁ କାମ ପାଇଁ କୌଣସି ତାଲିମ ନେଇ ନ ଥିବାବେଳେ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି।
କେଶବଙ୍କ ବୟସ ୭୦ ପାର ହେଲାଣି। କିନ୍ତୁ ଦୃଷ୍ଟିଶକ୍ତି ନଥିବା ଯୋଗୁ କେବେ ବି ହାର ମାନି ନାହାନ୍ତି ସେ। ତାଙ୍କ ବାପାଙ୍କଠାରୁ ଶିଖିଥିବା ଖଟରେ ଦଉଡି ବାନ୍ଧିବା ଏବଂ ଖଜୁରୀ ପଟି ଆଦି ତିଆରି କରନ୍ତି l କେଶବ ୮ ବର୍ଷ ବୟସରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଦୃଷ୍ଟିଶକ୍ତି ହରାଇଥିଲେ l କିଛି ବର୍ଷ ପରେ ବାପାଙ୍କୁ ବି ହରାଇଲେ, ହେଲେ ଦୁଃଖରେ ଭାଙ୍ଗି ନ ପଡି ନିଜ ପରିବାରର ଦାୟିତ୍ୱ ନେଇଥିଲେ। ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ଭଗବାନଙ୍କୁ ଭରସା କରି ଘରେ କିମ୍ବା ବାହାରେ ଅନ୍ୟ ଉପରେ ଆଶ୍ରା ନକରି ନିଜ ଘରେ ଛୋଟ ମୋଟ କାମ କରି ବାହାରେ ବିକ୍ରି କରୁଥିଲେ। ବାହାର ଗ୍ରାମକୁ ଯାଇ ମଧ୍ୟ ଖଟବୁଣା, ଖଟ ତିଆରି ଓ ଖଜୁରୀପଟି ତିଆରି ଭଳି ବିଭିନ୍ନ କାର୍ଯ୍ୟକରି ନିଜ ପାଇଁ ଓ ନିଜ ପରିବାର ପାଇଁ ରୋଜଗାର କରିପାରୁଛନ୍ତି। ଯେତେବେଳେ କେଶବ ଘରେ ବସିଥାନ୍ତି ସେତେବେଳେ ଗାଁର ଲୋକଙ୍କୁ ଚାରିପାଖରେ ବସାଇ ଘୁଡୁକି ବାଦ୍ୟର ତାଳେ ତାଳେ ଭାବବିହ୍ବଳ ହୋଇ ସ୍ବରଚିତ ଜଗନ୍ନାଥ ଜଣାଣ ଶୁଣାଇ ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି l ଆଜିର ଶିକ୍ଷିତ ସମାଜରେ ବେକାର ଯୁବକ ଯୁବତୀ ପାଇଁ ସେ ବଡ଼ ଉଦାହରଣ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri