ମଣିଷ ହାଟରେ ମହାମାରୀ ମାଡ଼

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୧୮ା୭ – କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ସେମାନେ ପୁଣି ଅନୁଗୋଳ ସହରର ମଣିଷ ହାଟ ମୁହଁ। ହୋଇଛନ୍ତି। ଦିନକୁ ଦିନ ସେମାନଙ୍କ ସଂଖ୍ୟା ବଢ଼ିଚାଲିଛି। ହେଲେ ଏହି ଭିତ୍ତିଭୂମି ନିର୍ମାତାମାନଙ୍କୁ ପୂର୍ବପରି କାମ ମିଳୁନି। ସଚେତନତା ଅଭାବରୁ ବାବୁମାନେ ଲୋଡୁ ନ ଥିବାରୁ ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଫେରିଯାଉଛନ୍ତି। ଦୀର୍ଘ ୪ ମାସ ହେଲା ମଣିଷ ହାଟରେ ଏହି ମହାମାରୀ ମାଡ଼ ଯୋଗୁ ହଜାର ହଜାର ଶ୍ରମିକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି।
ଜିଲାର ମହୀଧରପୁର, ବନ୍ତଳା, ଧୋକୁଟା, ବଇଣ୍ଡା, ଆଠମଲ୍ଲିକ, କିଶୋରନଗର, ଖଣ୍ଡହତା, ସୁରାବ, କାଙ୍ଗୁଲା, କୋଶଳା ଆଦି ଅଞ୍ଚଳରୁ ଶ୍ରମଜୀବୀମାନେ ପ୍ରତିଦିନ ସହରକୁ ଆସୁଛନ୍ତି। ବଜାର ଛକ, କଲେଜ ଛକ, ମସ୍‌ଜିଦ ଛକ, ଥାନା ଛକ ଆଦି ସ୍ଥାନରେ ଥିବା ମଣିଷ ହାଟରେ ସେମାନେ କାମ ପାଇଁ ଅପେକ୍ଷା କରୁଛନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରୁ ଏପରି ଅନେକ ଶ୍ରମିକ ଅଛନ୍ତି ଯେଉଁମାନେ ନା ଗଁ। ରେ ପଞ୍ଜୀକୃତ ହୋଇଛନ୍ତି ନା ସହରରେ। ସଚେତନତାର ଅଭାବ ଆଉ ସରକାରୀ କଳର ଅବହେଳା ଯୋଗୁ ଏମାନେ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଏପରି ଅବସ୍ଥାରେ ସେମାନଙ୍କୁ କାମଟିଏ ନ ମଳିବା ସମସ୍ୟାକୁ ଅଧିକ ବଢ଼ାଇ ଦେଉଛି। ଅନୁଗୋଳ ଶ୍ରମ ଅଧିକାରୀଙ୍କ ଅଧୀନରେ ମୋଟ୍‌ ୩୭ ହଜାର ୫୯୭ ନିର୍ମାଣ ଶ୍ରମିକ କଲ୍ୟାଣ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ପାଇଁ ସରକାରଙ୍କ କରୋନା ସହାୟତା ରାଶି ଆସିଥିଲା। ଇତିମଧ୍ୟରେ ବହୁ ଶ୍ରମଜୀବୀଙ୍କୁ ଦେଢ଼ ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯାଇ ସାରିଲାଣି। ଆଉ କିଛିଙ୍କୁ ଚିହ୍ନଟ କରି ପ୍ରଦାନ କରାଯାଉଥିଲେ ବି ତାହା ଶ୍ରମିକଙ୍କ ସମସ୍ୟା ଦୂରକରିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?