ଢେଙ୍କାନାଳ ସୀମାରେ ନରହନ୍ତା ହାତୀ

ଢେଙ୍କାନାଳ ଅଫିସ/ଅନୁଗୋଳ ଅଫିସ,୯ା୧: ଅନୁଗୋଳ ଜିଲା ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସିଙ୍ଗା, ବଅଁରପାଳର ଗଡ଼ସନ୍ତ୍ରୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୪ ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳମୁହଁା ହୋଇଛି। ଶନିବାର ସନ୍ଧ୍ୟାରେ ଉକ୍ତ ହାତୀ ହିନ୍ଦୋଳ ରେଞ୍ଜ୍‌ ସଞ୍ଜପଡ଼ା ଅଞ୍ଚଳରେ ପ୍ରବେଶ କରିଥିବାବେଳେ ରବିବାର ଏହାକୁ ତର୍କାବେଡା ଜଙ୍ଗଲରେ ଠାବ କରାଯାଇଛି। ଅନୁଗୋଳ ଘଟଣାର ପୁନରାବୃତ୍ତି ଯେପରି ଢେଙ୍କାନାଳରେ ନ ହୁଏ, ସେଥିଲାଗି ବନ ବିଭାଗ ସତର୍କ ହୋଇଉଠିଛି। ହାତୀ ବୁଲୁଥିବା ସ୍ଥାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।
୪ ମଣିଷ ମାରିବା ପରେ ଉକ୍ତ ହାତୀ ଦୀର୍ଘପଥ ଅତିକ୍ରମ କରି ଢେଙ୍କାନାଳ ସୀମାରେ ନିଜର ଉପସ୍ଥିତି ଜାହିର କରିଛି। ଯୁଆଡ଼େ ମୁହଁାଉଛି, ସେଠାରେ ବ୍ୟାପକ ଫସଲ କ୍ଷୟକ୍ଷତି କରୁଛି। ଉକ୍ତ ମଣିଷମରା ହାତୀକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କାରଖାନାରେ କାମ କରିବାକୁ ସାଇକେଲରେ ଯାଉଥିବା ଏବଂ ରାତ୍ରି ଡ୍ୟୁଟିରୁ ଫେରୁଥିବା ଶ୍ରମିକ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ଅନ୍ୟପଟେ ହିନ୍ଦୋଳ ଅଞ୍ଚଳରେ ଥିବା କଳକାରଖାନାର ବିଦ୍ୟୁତ୍‌ ତାର ଉକ୍ତ ହାତୀ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଅପରପକ୍ଷେ ନରହନ୍ତା ହାତୀ ଥିବା ପଲର ଅନ୍ୟ ୨୪ ହାତୀ ଅନୁଗୋଳ ବନାଞ୍ଚଳର କୁଲାସିଂହା ଓ ଚନ୍ଦନପୁରରେ ଡେରା ପକାଇଛନ୍ତି। ତେବେ ହଠାତ୍‌ ଉକ୍ତ ହାତୀ କାହିଁକି ଏମିତି ହିଂସ୍ର ହୋଇଉଠିଲା, ତାହାର କାରଣ ଜାଣିବା ଲାଗି ବନ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଉକ୍ତ ହାତୀ କେତେବେଳେ ଢେଙ୍କାନାଳ ସୀମାରେ ପ୍ରବେଶ କରୁଛି ତ ପୁଣି କେତେବେଳେ ଅନୁଗୋଳ ସୀମାକୁ ପଳାଉଛି। ତର୍କାବେଡା ଗ୍ରାମ୍ୟ ଜଙ୍ଗଲରେ ଥିବା ହାତୀ ଅପେକ୍ଷାକୃତ ଶାନ୍ତ ପଡ଼ିଥିବା ଲକ୍ଷ୍ୟ କରାଯାଉଛି। ଶାନ୍ତ ଭାବେ ଛିଡ଼ା ହୋଇ ରହୁଛି। ୧୦ ମିଟର ଦୂରରୁ ବ୍ୟକ୍ତିଗତ ନିରୀକ୍ଷଣ କରିବା ପରେ ଏହା ଶାନ୍ତ ପଡ଼ିଥିବା ଭାବୁଛୁ। ତଥାପି ହାତୀ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଠିକ୍‌ ଫଟୋଚିତ୍ର ମିଳି ନ ଥିବାରୁ ଉକ୍ତ ହାତୀ ମାଖନା କି ମାଈ ତାହା ଅସ୍ପଷ୍ଟ ରହିଛି। ତେବେ ଏହା ମାଖନା ବୋଲି ଅନୁମାନ କରାଯାଉଛି। ହାତୀଟି ଯେଉଁଠି ରହିଛି, ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ବଡ଼ ଶିଳ୍ପାନୁଷ୍ଠାନ ଅଛି। ବହୁ କର୍ମଚାରୀ ସାଇକେଲରେ କାରଖାନାକୁ କାମ କରିବାକୁ ଯାଉଛନ୍ତି। ସେଠାରେ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri