ରାସ୍ତାରେ ବସ୍‌ କାଚ ଭାଙ୍ଗିଲା ଦନ୍ତା

ରାୟଗଡ଼ା,୫ା୯(ଆଶିଷ ରଞ୍ଜନ ପଣ୍ଡା):ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରାୟଗଡ଼ାରୁ ପାର୍ବତୀପୁରମ୍‌କୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଦନ୍ତାହାତୀ ଅଟକାଇ ଉପଦ୍ରବ କରିଛି। ରାୟଗଡ଼ା ବ୍ଲକ୍‌ କେରେଡାଠାରୁ ୧୦ କି.ମି ଦୂର ମାନ୍ୟମ ଜିଲା ଅର୍ତମ ଗାଁ ନିକଟରେ ହଠାତ୍‌ ଏକ ଦନ୍ତାହାତୀ ରାସ୍ତା ଉପରକୁ ଚାଲି ଆସି ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଅଟକାଇଥିଲା। ପରେ ହାତୀ ଶୁଣ୍ଢ ପିଟି ବସ୍‌ର ସମ୍ମୁଖ କାଚ ଭାଙ୍ଗିବା ସହ ବସ୍‌କୁ ଠେଲିବାକୁ ଲାଗିଥିଲା। ହାତୀର ଉତ୍ପାତ ଦେଖି ବସ୍‌ରେ ଯାତ୍ରା କରୁଥିବା ୩୦ ଯାତ୍ରୀ ଓ କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ହାତୀ ଉପଦ୍ରବ ଯୋଗୁ ଦୀର୍ଘ ୪ ଘଣ୍ଟା ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାନବାହନ ଚଳାଚଳ ଠପ୍‌ ରହିଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ପହଞ୍ଚତ୍ ହାତୀକୁ ଜଙ୍ଗଲକୁ ଘଉଡାଇବା ପରେ ବସ୍‌ ତା’ର ଗନ୍ତବ୍ୟସ୍ଥଳକୁ ଯାଇଥିଲା।
ବୀରଗୋଟମ ଜଙ୍ଗଲ ଭିତରୁ ଏକ ହାତୀପଲ ଖାଦ୍ୟ ଅନ୍ବେଷଣରେ ଆସି ୨ ଦିନ ହେବ କୋମରାଡ଼ା ବ୍ଲକ ଅଞ୍ଚଳରେ ବୁଲୁଥିଲେ ବୋଲି ଆନ୍ଧ୍ରପ୍ରଦେଶ ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଉକ୍ତ ହାତୀପଲକୁ ଘଉଡାଇବା ପାଇଁ ଗ୍ରାମବାସୀ ବାଜା ଓ ନିଆଁ ବ୍ୟବହାର କରୁଛନ୍ତି। ଫଳରେ ଗୋଟିଏ ହାତୀ ବାଟବଣା ହୋଇ ରାସ୍ତା ଉପରକୁ ଚାଲି ଆସିଥିଲା। ଏବେ ହାତୀପଲ ଓଡ଼ିଶା ଭିତରେ ପ୍ରବେଶ କରିବା ଆଶଙ୍କା ରହିଥିବାରୁ ରାୟଗଡ଼ା ବନ ବିଭାଗ ଏଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ଆନ୍ଧ୍ର ବନ ବିଭାଗ କର୍ମକର୍ତ୍ତା କହିଛନ୍ତି। ଏ ନେଇ ରାୟଗଡ଼ା ରେଞ୍ଜ ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର ସଞ୍ଜୟ କୁମାର ଦାସଙ୍କୁ ପଚାରିବାରୁ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ବନ ବିଭାଗ ସ୍କ୍ବାଡ୍‌ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥିସହିତ ଅଞ୍ଚଳବାସୀ ରାତି ସମୟରେ ଘରୁ ନ ବାହାରିବାକୁ ଏବଂ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ କହିଛନ୍ତି। ହାତୀପଲଙ୍କୁ ଦେଖିଲେ ବନ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ ବିଭାଗକୁ ଅନୁରୋଧ କରି ବିଦ୍ୟୁତ ସରବରାହ ବନ୍ଦ କରାଯିବ ବୋଲି ସଞ୍ଜୟ ଦାସ କହିଛନ୍ତି। ଏଥିସହିତ ସୁରକ୍ଷା ସହିତ ହାତୀପଲଙ୍କୁ ଜଙ୍ଗଲମୁହାଁ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri