Posted inଫୁରସତ

ଅଣ୍ଡିରା ଜନ୍ମ ହୋଇ ମାଈ ହୁଏ

ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଅଛନ୍ତି। ତା’ ମଧ୍ୟରୁ ଅନେକ ବେଶ୍‌ ଅଜଣା। ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ ।
ଯିଏ ନିଜର ପତଳା ଶରୀର ପାଇଁ ପୌରାଣିକ ଚାଇନିଜ୍‌ ଡ୍ରାଗନ ଭଳି ଦେଖାଯାଏ। ଏହି ଜୀବର ବୟସ ବଢ଼ିବା ସହିତ ସେ ନିଜର ରଙ୍ଗ ମଧ୍ୟ ବଦଳାଇଥାଏ। ହେଲେ ଏହା ଜାଣିକି ଆଶ୍ଚର୍ଯ୍ୟ ଲାଗିବ କି, ଏହି ଜୀବ ପ୍ରଥମରୁ ଅଣ୍ଡିରା ଜନ୍ମ ହୋଇଥିବାବେଳେ ପରେ ସେ ମାଈରେ ପରିଣତ ହୋଇଥାଏ। ଏହାପରେ ସେ ଅଣ୍ଡା ମଧ୍ୟ ଦେଇଥାଏ। ସୋସିଆଲ ମିଡିଆରେ ଏହି ଜୀବର ଏକ ଭିଡିଓ ଦେଖିବାକୁ ମିଳିଛି। ତା’ କ୍ୟାପ୍ସନରେ ଲେଖାହୋଇଛି, ରିବନ ଇଲ୍‌ ତା’ର ପୂର୍ଣ୍ଣ ଆକାର ଧାରଣ କରିବା ପରେ ରଙ୍ଗ ବଦଳାଇ ମାଈ ହେବା ଆରମ୍ଭ କରେ ଏବଂ ସେ ତା’ ରଙ୍ଗ ହଳଦିଆ କରିଦିଏ। ରିପୋର୍ଟ ମୁତାବକ, ରିବନ ଇଲ୍‌ ପାଖରେ ଅନେକ ଗୁଣ ଭରିରହିଛି। ଏହି ଜୀବର ଜୀବନ ଚକ୍ର ବହୁତ ଅଲଗା। ଯେଉଁଥିରେ ୩ ପର୍ଯ୍ୟାୟ ରହିଛି। ସେ ତା’ର କେବଳ ରଙ୍ଗ ବଦଳାଏନି, ଏଥିସହ ସେ ଅଣ୍ଡିରାରୁ ମଧ୍ୟ ମାଈ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ସେ କଳା ରଙ୍ଗର ହୋଇଥାଏ; ଯିଏ କିଶୋର ଅଣ୍ଡିରା ଭାବେ ତା’ ଜୀବନ ଆରମ୍ଭ କରିଥାଏ। ଏହି ସମୟରେ ତା’ ଶରୀରରେ ଥିବା ହଳଦିଆ ରଙ୍ଗର ଆସ୍ତରଣ ଯୋଗୁ ତାକୁ ସହଜରେ ଚିହ୍ନି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ସେ ଧୀରେ ଧୀରେ ବିକଶିତ ହୋଇଥାଏ। ଏହି ସମୟରେ ତା’ ଶରୀର କଳା ରଙ୍ଗରୁ ଚମକଭରା ନୀଳ ରଙ୍ଗରେ ପରିଣତ ହୋଇଥାଏ। ତୃତୀୟ ପର୍ଯ୍ୟାୟରେ ସେ ପ୍ରାୟ ୪ ଫୁଟ୍‌ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏହି ସମୟରେ ତା’ ଶରୀରରେ ପରିବର୍ତ୍ତନ ଦେଖିବାକୁ ମିଳେ। ଶରୀରର ରଙ୍ଗ ପୂରାପୂରି ହଳଦିଆ ହୋଇଯାଏ। ସେ ସମ୍ପୂର୍ଣ୍ଣ ଭାବେ ମାଈ ହୋଇଯାଏ। ଏହାପରେ ସେ ଅଣ୍ଡା ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri