ବନ୍ୟପ୍ରାଣୀ ଶିକାର ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା, ଟାଟା ପାଓ୍ବାର ପକ୍ଷରୁ ଘୋଷଣା…

ଭଞ୍ଜନଗର, ୧୨।୩ (ବାବୁଲା ପ୍ରଧାନ):ବନ୍ୟପ୍ରାଣୀ ସୁରକ୍ଷା ଏବଂ ହାତୀ-ମଣିଷ ଲଢ଼େଇକୁ ରୋକିବା ପାଇଁ ଜନସାଧାରଣଙ୍କ ସହଭାଗିତା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟକୁ ନେଇ ଗୁରୁବାର ଭଞ୍ଜନଗରଠାରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ‘ସ୍ନେହା’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ ଗଜ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଟାଟା ପାୱାର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ବନ୍ୟପ୍ରାଣୀ ଶିକାର କିମ୍ବା ବିଦ୍ୟୁତ ହୁକିଂ ସମ୍ପର୍କରେ ସୂଚନା ଦେଲେ ସୂଚନାକାରୀଙ୍କୁ ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ। ସବୁଠାରୁ ବଡ଼ କଥା ହେଉଛି, ସୂଚନାକାରୀଙ୍କ ନାମ ଓ ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡି.ଏଫ୍‌.ଓ ହିମାଂଶୁ ଶେଖର ମହାନ୍ତି କହିଥିଲେ ଯେ, ଲୋକେ ସଚେତନ ହେଲେ ହିଁ ଶିକାର ରୋକିହେବ। ବିଶେଷକରି ବିଦ୍ୟୁତ୍‌ ତାର ବିଛାଇ ବାର୍‌ହା ଶିକାର କରିବା ଦ୍ୱାରା ଅନ୍ୟ ବନ୍ୟପ୍ରାଣୀ ଓ ହାତୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ଅବସରରେ ଉପସ୍ଥିତ ଶତାଧିକ ଲୋକ ଜଙ୍ଗଲି ମାଂସ ନ ଖାଇବା ପାଇଁ ଶପଥ ଗ୍ରହଣ କରିଥିଲେ।

ବନ୍ୟପ୍ରାଣୀ ଆକ୍ରମଣରେ କ୍ଷତିଗ୍ରସ୍ତ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାର ଅନୁକମ୍ପା ସହାୟତା ରାଶି ବୃଦ୍ଧି କରିଛନ୍ତି। ଅନୁକମ୍ପା ଆପ୍‌ ମାଧ୍ୟମରେ କିଭଳି ସହାୟତା ପାଇଁ ଆବେଦନ କରାଯିବ, ସେନେଇ ତାଲିମ ଦିଆଯାଇଥିଲା। ବନ୍ୟପ୍ରାଣୀ ନଷ୍ଟ କରୁଥିବା ପାରମ୍ପରିକ ଫସଲ ବଦଳରେ ମାଛ, ମହୁ, ହଳଦୀ ଓ ଲଙ୍କା ଭଳି ବିକଳ୍ପ ଚାଷ କରିବାକୁ ପରାମର୍ଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏସିଏଫ୍‌ ବିବେକ କୁମାର ଦାସ, ବିମଳ କୁମାର ପ୍ରଧାନ, ଟାଟା ପାୱାର ଏସ୍‌.ଡି.ଓ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ହାତୀ ଗବେଷକ ହରିକ୍ରିଷ୍ଣା ଏବଂ ସ୍ନେହା ଫିଲ୍ଡ ଅଫିସର ଅରବିନ୍ଦ ମାଝୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରକଳ୍ପ ପରିଚାଳକ ରଞ୍ଜିତ ପଟ୍ଟନାୟକ ସଭା ସଂଯୋଜନା କରିଥିବା ବେଳେ ପ୍ରଶାନ୍ତ ରାଉତ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖାଉଟି ଅଦାଲତରେ ଦଣ୍ଡିତ ହେଲେ ‘ମୁକେଶ ଏଣ୍ଟରପ୍ରାଇଜେସ’: ନୂଆ ଟିଭି ସହ…

ଭବାନୀପାଟଣା, ୧୨।୩ (ଉତ୍ତମ କୁମାର ଦାଶ): ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କରିବା ଜୁନାଗଡ଼ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଶ୍ୱପ୍ରସିଦ୍ଧ ଟିଭି ନିର୍ମାତା ସଂସ୍ଥା ‘ସାମସଙ୍ଗ’କୁ…

ବାଲି ବୋଝେଇ ହାଇୱାରେ ପାଲ ଢାଙ୍କିବା ସାଜିଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ବଞ୍ଚୋ, ୧୨।୩ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ହାବଳେଶ୍ୱର ହାଇସ୍କୁଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ମଞ୍ଚ ନାଟକକୁ ବଞ୍ଚେଇ ରଖିଛି ତୋଫାନ କଳା ସଂସଦ: ଏବର୍ଷ ପରିବେଷଣ ହେଲା…

ଭଞ୍ଜନଗର,୧୨। ୩(ବାବୁଲା ପ୍ରଧାନ)-ବର୍ତ୍ତମାନ ସମୟରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଖୋଲା ମଞ୍ଚ ନାଟକର ଚାହିଦା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଭଞ୍ଜନଗରଠାରେ ବିଗତ ୪୦ ବର୍ଷ ହେଲା…

WFP ଉପ-ନିର୍ଦ୍ଦେଶକଙ୍କ ଭଞ୍ଜନଗର ଗସ୍ତ: ଜଳବାୟୁ-ଅନୁକୂଳ ଚାଷକୁ ପ୍ରଶଂସା, ସକାରାତ୍ମକ ପ୍ରଭାବ ଉପରେ…

ଭଞ୍ଜନଗର,୧୨।୩(ବାବୁଲା ପ୍ରଧାନ)- ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପଡୁଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ଏହାର  ଅଧିକ ପ୍ରଭାବ ବିଗତ କିଛି ବର୍ଷ ମଧ୍ୟରେ…

ଦିଗପହଣ୍ଡି ସହରର ବିକାଶ ପାଇଁ କାଉନସିଲରଙ୍କ ୮ ଦଫା ଦାବିପତ୍ର: ଜଳବନ୍ଦୀ- ପାନୀୟ ଜଳ ସମସ୍ୟା ଉପରେ…

ଦିଗପହଣ୍ଡି, ୧୨।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବହୁବିଧ ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୧ ନମ୍ବର ୱାର୍ଡ…

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ବନ୍ଧୁମିଳନ: ପୁରୁଣା ସ୍ମୃତି ଚାରଣ ସହ କଳାକାରଙ୍କୁ ସମ୍ମାନ

ଗଞ୍ଜାମ,୧୨।୩(ବିଦ୍ୟାଧର ସାହୁ): ଗଞ୍ଜାମ କଳାକାର ମଞ୍ଚ ତଥା ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଟାମ୍ପରା ହ୍ରଦ କୂଳରେ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri