୧୧,୨୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟକୁ ଇଲେକ୍‌ଟ୍ରୋନିକ ମାଧ୍ୟମରେ ଗୃହରେ ଉପସ୍ଥାପନ କରିଛନ୍ତି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟରେ ସ୍ବାସ୍ଥ୍ୟ ଓ ଜୀବନ ଜୀବିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି।
ସ୍ବାସ୍ଥ୍ୟସେବା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ଭିତ୍ତିଭୂମି ଇତ୍ୟାଦିକୁ ପ୍ରାଥମିକତା ଦିଆଯାଇଛି। ଏଥିସହିତ କୋଭିଡ୍‌ ଯୋଦ୍ଧାଙ୍କୁ ସ୍ବତନ୍ତ୍ର ସହାୟତା, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ, ବୟନଶିଳ୍ପ, ମିଶନ ଶକ୍ତି ହିତାଧିକାରୀ, କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ବୃହତ୍‌ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ଅଗ୍ରିମ ଦରମା ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ବାବଦକୁ ପର୍ଯ୍ୟାପ୍ତ ବ୍ୟୟ
ବରାଦ କରାଯାଇଛି।
କୋଭିଡ୍‌ ମହାମାରୀ କେବଳ ସ୍ବାସ୍ଥ୍ୟ ନୁହେଁ, ଜୀବନ ଜୀବିକା ଓ ରାଜ୍ୟ  ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହାର ସ୍ପଷ୍ଟ ଝଲକ ଏହି ବଜେଟରେ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଅନୁଦାନ କମିବା ସହ କୋଭିଡ୍‌ ସମୟରେ ରାଜସ୍ବ ହ୍ରାସ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ରାଜ୍ୟ ସରକାର ଋଣ ନ କରି କିମ୍ବା ଲୋକଙ୍କ ଉପରେ ଟିକସ ବୋଝ ନ ଦେଇ ବଜେଟ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ କମି ଯାଇଥିବାରୁ ମୋଟ ରାଜସ୍ବ ପ୍ରାପ୍ତି ପ୍ରାୟ ୬.୫ ପ୍ରତିଶତ ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମହାମାରୀ ସତ୍ତ୍ୱେ ରାଜ୍ୟର ରାଜସ୍ବ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବ ବଳକା ୬ ,୭୯୦ କୋଟି ଟଙ୍କା ଥିବା ବେଳେ ଋଣ ଭାର ରହିଛି ୯୭,୮୨୩ କୋଟି, ଯାହାକି ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୧୬.୪ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି।
ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ ବାବଦକୁ ୨,୨୭୩ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭,୪୩୮ କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦକୁ ୧,୪୮୪ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର ବାବଦରେ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ବଜେଟ ପୂର୍ଣ୍ଣାଙ୍ଗ ବଜେଟର ୭.୫ ପ୍ରତିଶତ। ଅତିରିକ୍ତ ବଜେଟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୬୬.୩୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି।
କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୦୪୧ କୋଟି (୨୭.୪%) ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୬୨୭ କୋଟି (୨୧.୮%) ଏବଂ ସ୍କୁଲ ଓ ଗଣଶିକ୍ଷା ପାଇଁ ୪୫୭ କୋଟି (୬.୧%) କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟରୁ ମୋଟ ୭,୧୯୯ କୋଟି (୯୭%) ଟଙ୍କା ବିକାଶ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ପାଇଁ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ବଜେଟରେ ୫ଟି ବିଭାଗ ଉପରେ ମୁଖ୍ୟତଃ ଫୋକସ୍‌ କରାଯାଇଛି। ସମୁଦାୟ ବ୍ୟୟ ବରାଦରୁ ଗଣଶିକ୍ଷା ବିଭାଗ ପାଇଁ ୬.୧% ବ୍ୟୟ ବରାଦ କରାଯାଇଥିବା ବେଳେ ଶକ୍ତି ବିଭାଗ ପାଇଁ ୧୨.୮%, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୪.୫%, ସ୍ବାସ୍ଥ୍ୟ ବିଭାଗ ପାଇଁ ୨୧.୮% ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୭.୪ ପ୍ରତିଶତ ବ୍ୟୟ ବରାଦ କରାଯାଇଛି।
ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍‌ ସଂକ୍ରମଣ ହେବା ପୂର୍ବରୁ ୨୦୨୦ ଫେବୃୟାରୀ ୧୮ରେ ଚଳିତ ଆର୍ଥିକବର୍ଷ ପାଇଁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଥିଲା। ସେହି ବଜେଟରେ ନୂତନ ଆଧୁନିକ ଚିକିତ୍ସା ଭିତ୍ତିଭୂମି ନିର୍ମାଣ ସହାୟତାରେ ସ୍ବାସ୍ଥ୍ୟ ସେବାର ପୁନରୁଦ୍ଧାର, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ, ଗ୍ରାମୀଣ ଏବଂ ସହରାଞ୍ଚଳ ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର କୋଭିଡ୍‌ ମହାମାରୀ ଯୋଗୁ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ପ୍ରାଥମିକତା ଦିଆଯାଇଛି।
ଗତ ୮ ମାସ ଧରି ମହାମାରୀ ବିରୋଧରେ ସଂଗ୍ରାମ ଜାରି ରହିଛି। ସରକାରଙ୍କର ନିରନ୍ତର ପ୍ରୟାସ ଯୋଗୁ ଜାତୀୟ ତଥା ବିଶ୍ୱ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର କମ ରହିବା ସହ ନୂଆ ମାମଲା ସଂଖ୍ୟା ହ୍ରାସ ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶାର କୋଭିଡ୍‌ ପରିଚାଳନାକୁ ପ୍ରଶଂସା କରିଛନ୍ତି। କୋଭିଡ୍‌ ସଂକ୍ରମଣର ଅନ୍ୟ ଏକ ଲହରି ଦେଖାଦେଇଥିବାରୁ ଓଡ଼ିଶାରେ ମଧ୍ୟ ଏହାର ସମ୍ଭାବାନକୁ ଏଡ଼ାଇ ଦିଆଯାଇ ନ ପାରେ। ସେଥିପାଇଁ ନିରବଚ୍ଛିନ୍ନ ଭାବେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା ସୁରକ୍ଷା ନିମିତ୍ତ ସମସ୍ତ ବଜେଟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।
କୋଭିଡ୍‌ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଏହାର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ମଧ୍ୟ ପଡିଛି। ଲକ୍‌ଡାଉନ୍‌ ଯୋଗୁ ଖର୍ଚ୍ଚର ଧାରା ମଧ୍ୟ ପ୍ରଭାବିତ ହୋଇଛି। ଚଳିତ ଆର୍ଥିକବର୍ଷର କୋଭିଡ୍‌ ସଂକ୍ରମଣ ମାମଲା ହ୍ରାସ ଓ ଧୀରେ ଧୀରେ ଅର୍ଥ ବ୍ୟବସ୍ଥା ଖୋଲିବା ଦ୍ୱାରା ଗତ କିଛି ମାସ ମଧ୍ୟରେ ରାଜସ୍ବ ପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକ ଋଣ କରିବା ଉପରେ ନିର୍ଭରଶୀଳତାକୁ କମ୍‌ କରିବା ପାଇଁ ବକେୟା ରାଜସ୍ବ ଆଦାୟ ଏବଂ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ନିମିତ୍ତ ପ୍ରାଥମିକତା କ୍ଷେତ୍ରଗୁଡ଼ିକ ଉପରେ ଅଧିକ ଖର୍ଚ୍ଚ ପାଇଁ ପ୍ରୟାସ ଜାରି ରହିଛି । ଅର୍ଥ ବ୍ୟବସ୍ଥା ଓ ସମ୍ବଳ ଉପରେ ମହାମାରୀର ପ୍ରଭାବ ସତ୍ତ୍ୱେ ପ୍ରାଥମିକତା କ୍ଷେତ୍ର ତଥା ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମିତ୍ତ ଖର୍ଚ୍ଚରେ କୌଣସି ସାଲିସ କରାଯିବ ନାହିଁ। ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିମୟମ (ଏଫ୍‌ଆରବିଏମ୍‌) ମାନଦଣ୍ଡ ହାସଲ ପାଇଁ ଉଦ୍ୟମ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri