ନିଷ୍କ୍ରିୟ ଜମାଖାତାର ଅର୍ଥରାଶି

ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ବ୍ୟାଙ୍କଗୁଡ଼ିକର ଗୁରୁ୍‌ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବ୍ୟାଙ୍କିଙ୍ଗ ସେବା ଦିନକୁ ଦିନ ଏପରି ବ୍ୟବସ୍ଥିତ ହେଉଛି ଯେ ଯାହାଦ୍ୱାରା ଲୋକମାନେ ହାତପାହାନ୍ତାରେ ନିଜ ମୋବାଇଲ ଦ୍ୱାରା ସମସ୍ତ ଦେଣନେଣ କରିପାରୁଛନ୍ତି। ତେବେ ବ୍ୟାଙ୍କରେ ଅର୍ଥ କାରବାର ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କେବଳ ଗ୍ରାହକମାନଙ୍କ ଭିତରେ ନୁହେଁ ପ୍ରାୟ ସମସ୍ତଙ୍କ ଭିତରେ ସୃଷ୍ଟି ହୋଇଥାଏ, ତାହା ହେଉଛି ଦୀର୍ଘ ଦିନ ଧରି ବ୍ୟାଙ୍କରେ ପଡ଼ିରହିଥିବା ନିଷ୍କ୍ରିୟ ଇନ୍‌ଅପରେଟିଭ ଓ ବେୱାରିସ ଜମାଖାତାଗୁଡ଼ିକର ପଇସା ଯାଏ କୁଆଡ଼େ? ଏହାକୁ କିଏ ହଡ଼ପ କରି ନେଇଯାଏ ନାହିଁ ତ? ବହୁ ବର୍ଷ ପରେ ଯଦି ଉତ୍ତରାଧିକାରୀମାନେ ମୃତକଙ୍କର ବ୍ୟାଙ୍କ ଜମାଖାତାରେ ଥିବା ଟଙ୍କାର ସନ୍ଧାନ ପାଆନ୍ତି ତା’ହେଲେ ତାହାକୁ ଆଦାୟ କରାଯାଇ ପାରିବ ନା ନାହିଁ?
ସାଧାରଣରେ ବ୍ୟବସ୍ଥାଟି ହେଉଛି ଏହା ଯେ ଜଣେ ବ୍ୟାଙ୍କରେ ଖାତା ଖୋଲିଥିବା ବା ଜମାକାରୀ ଜଣଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ନିକଟ ପରିଜନ ବିଶେଷକରି ଉତ୍ତରାଧିକାରୀମାନଙ୍କ ପାଖରେ ସୂଚନା ନ ଥିବା କାରଣ ପାଇଁ ବର୍ଷ ବର୍ଷ ଧରି ବ୍ୟାଙ୍କ ଜମାଖାତାରେ ଟଙ୍କା ଅଯଥାରେ ପଡ଼ିରହେ। ଏହା ବ୍ୟତୀତ କେତେକ କ୍ଷେତ୍ରରେ ପାସ୍‌ବୁକଧାରୀ ବା ଜମାକାରୀ ଜଣକ କୌଣସି ଅବହେଳା ବଶତଃ ଅନେକ ଦିନ ଧରି ବ୍ୟାଙ୍କରେ ରହିଥିବା ଅର୍ଥର କୌଣସି କାରବାର ଅର୍ଥାତ୍‌ ଡିପୋଜିଟ ବା ଉଠାଣ କରି ନ ଥାନ୍ତି। ଏଭଳି ଖାତା ବର୍ଷ ବର୍ଷ ଧରି ବ୍ୟାଙ୍କରେ ନିଷ୍କ୍ରିୟ ହୋଇପଡ଼ିରହେ। ମାତ୍ର ତାହା ଜମାକାରୀଙ୍କ ସମ୍ପତ୍ତି। ଏଣୁ ବ୍ୟାଙ୍କ ବା ଅନ୍ୟ କେହି ତାହାକୁ ନେଇ ଅନ୍ୟତ୍ର ବିନିଯୋଗ କରିପାରିବେ ନାହିଁ। ତେବେ ସମସ୍ତଙ୍କ ଅଜ୍ଞାତରେ ବ୍ୟାଙ୍କ ଖାତାରେ ଦୀର୍ଘଦିନ ପଡ଼ି ରହିଥିବା ଏଭଳି ଅର୍ଥ ଉପରେ କୌଣସି ହଡ଼ପକାରୀଙ୍କ ନଜର ପଡ଼ିଯିବା ଅସମ୍ଭବ ନୁହେଁ। ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଅଧିକ ସତର୍କତା ଅବଲମ୍ବନ ଜରୁରୀ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ନେଇ ବିଭିନ୍ନ ନିର୍ଦ୍ଦେଶନାମାକୁ ସମୀକ୍ଷା କରି ଚଳିତ ବର୍ଷ ଜାନୁଆରୀରେ ଏକ ସମନ୍ବିତ ସର୍କୁଲାର ଘୋଷଣା କରି ଏହାକୁ ବିଜ୍ଞପ୍ତି ଭାବେ ଜଣାଇଛନ୍ତି। ସେଗୁଡ଼ିକ ଭିତରେ ପ୍ରମୁଖ ହେଉଛି ଯେ ସର୍ବନିମ୍ନ ଲଗାତର ଭାବେ ଦୁଇବର୍ଷ ଧରି ବ୍ୟାଙ୍କ ଖାତାଧାରୀ ଯଦି କୌଣସି କାରଣବଶତଃ ଆର୍ଥିକ କାରବାର ବା ଦେଣନେଣ କରି ନ ଥାନ୍ତି ତେବେ ଏହି ବ୍ୟାଙ୍କ ଖାତାକୁ ନିଷ୍କ୍ରିୟ ବ୍ୟାଙ୍କ ଖାତା ଭାବେ ବିଚାର କରାଯିବ। ସେହିପରି କ୍ରମାଗତ ଭାବେ ଦଶ ବର୍ଷ ଧରି ଦେଣନେଣ କାରବାର ବା ଦେଣନେଣ ହେଉ ନ ଥିବା କିମ୍ବା ଜମାରାଶି ଉପରେ କୌଣସି ଦାବିଦାର ନ ଥିଲେ ତାହାକୁ ବେୱାରିସ ଧରିନିଆଯିବ। ବ୍ୟାଙ୍କଗୁଡ଼ିକ ଏହି ଜମାରାଶିକୁ ନିଜ ପାଖରେ ନ ରଖି ୨୦୧୪ ମେ’ ୨୪ ତାରିଖ ନିର୍ଦ୍ଦେଶନାମା ମୁତାବକ ତାହାକୁ ରିଜର୍ଭ ବ୍ୟାଙ୍କର ଜମାକାରୀ ଶିକ୍ଷା ଓ ସଚେତନତା ଫଣ୍ଡରେ ଜମା କରିବ। ପରେ କେବେ ଯଦି ଜମାକାରୀ ବା ନ୍ୟାଯ୍ୟ ଦାବିଦାର ଆସନ୍ତି, ତେବେ ବ୍ୟାଙ୍କ ବିଧି ମୁତାବକ କେୱାଇସି ତନଖି କରି ସୁଧ ସମେତ ଏହି ଅର୍ଥରାଶି ଫେରସ୍ତ କରିବେ ଏବଂ ରିଜର୍ଭ ବ୍ୟାଙ୍କରୁ ସେତିକି ଅର୍ଥ ଫେରାଇ ଆଣିପାରିବେ। ସମସ୍ତ ନିଷ୍କ୍ରିୟ ସଞ୍ଚୟ ଜମା ଅର୍ଥର ବ୍ୟାଙ୍କିଙ୍ଗ ନିୟମ ଅନୁଯାୟୀ ଯାହା ସୁଧରାଶି ରହିଛି ଏହାକୁ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିବେ ଓ ଏ ନେଇ ଏହାକୁ ସକ୍ରିୟ କରାଇଥିବାରୁ କୌଣସି ଅର୍ଥରାଶି ଫି’ବା ଶୁଳ୍କ ଭାବେ ଗ୍ରହଣ କରିବେ ନାହିଁ। ସେହିପରି ୧ ବର୍ଷରୁ ଊର୍ଦ୍ଧ୍ୱ କାଳ କୌଣସି ବ୍ୟାଙ୍କର ଜମାଖାତାରେ କାରବାର ନ ହୋଇଥିଲେ ବ୍ୟାଙ୍କ ପକ୍ଷରୁ ଉକ୍ତ ଜମାକାରୀଙ୍କୁ ଚିଠି କିମ୍ବା ଇ-ମେଲ୍‌ କିମ୍ବା ମୋବାଇଲ ବାର୍ତ୍ତା ଦ୍ୱାରା ସୂଚନା ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସମସ୍ତ ସରକାରୀ ସାହାଯ୍ୟପ୍ରାପ୍ତ ଅର୍ଥରାଶିର କାରବାର ପାଇଁ ବ୍ୟାଙ୍କରେ ଖାତା ବ୍ୟବସ୍ଥା ବାଧ୍ୟତାମୂଳକ ରହିବା ସହ ଏହି ଜମାଖାତାର ନିଷ୍କ୍ରିୟ ଘୋଷଣା ପାଇଁ ଦୁଇବର୍ଷ ଉପରୋକ୍ତ ନେଣଦେଣର ନିୟମ ଲାଗୁ ନ ହେବାର ବ୍ୟବସ୍ଥା ରହିଛି। ଏହା ଏକ ସ୍ବତନ୍ତ୍ର ବ୍ୟବସ୍ଥା।
ଏଠାରେ ଏକ ସ୍ବାଭାବିକ ପ୍ରଶ୍ନ ଉଠୁଛି ଆମ୍ଭେମାନେ ଦିନକୁ ଦିନ ସଚେତନ ହେଉଛେ ଏବଂ ଆମ ବ୍ୟବସ୍ଥିତ ସେବାଗୁଡ଼ିକ ମଧ୍ୟ ପ୍ରାୟତଃ ମୋବାଇଲ ଦ୍ୱାରା ହାତପାଆନ୍ତାରେ ଅତ୍ୟନ୍ତ ସୁବିଧାଜନକ ହୋଇପାରୁଛି। ଏପରି ସ୍ଥଳେ କୌଣସି ପରିସ୍ଥିତିରେ ଯେପରି ଆମର ଆକାଉଣ୍ଟ ନିଷ୍କ୍ରିୟ ଘୋଷିତ ନ ହୁଏ ଆମ୍ଭେମାନେ ଏ ଦିଗକୁ ଦେଖିବା କଥା। କାରଣ ପ୍ରଥମତଃ ଏହା ଅବହେଳା ବଶତଃ ହୋଇଥିଲେ ମଧ୍ୟ ବାସ୍ତବ ଦୃଷ୍ଟିକୋଣରୁ ନିଷ୍କ୍ରିୟ ହେବାଦ୍ୱାରା ଅଯଥା ବ୍ୟାଙ୍କ ଉପରେ ଆମ୍ଭେମାନେ ଏକ ପ୍ରକାର ଚାପ ସୃଷ୍ଟି କରିଥାଉ। ଦ୍ୱିତୀୟତଃ ଭାରତର ଅର୍ଥନୀତି ପାଇଁ ଏହା ଏକ ଖରାପ ପ୍ରସଙ୍ଗ। ଆମ୍ଭମାନଙ୍କ ପାଇଁ ଏହି ନିଷ୍କ୍ରିୟଜନିତ କାରଣରୁ ବ୍ୟାଙ୍କରେ ଯେଉଁ ଟଙ୍କା ପଡ଼ିରହେ ଏହା ଦ୍ୱାରା ବ୍ୟାଙ୍କଗୁଡ଼ିକ ଏହାକୁ ପରିଚାଳନାଗତ କ୍ଷେତ୍ର ପାଇଁ ଅଯଥାରେ ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ କରିଥାନ୍ତି। ସେହିପରି ଆମ୍ଭମାନଙ୍କ ଟଙ୍କା ପଡ଼ିରହିବା ଦ୍ୱାରା କିଛି ଲୋକଙ୍କ ମତରେ କିଛି ସୁଧରାଶି ଆମେ ପାଇଥାଉ ସତ କିନ୍ତୁ ମୂଳତଃ ଏହା ଆମର ଅର୍ଥଗତ କ୍ଷେତ୍ରରେ ସେପରି ଉଦ୍‌ଯୋଗ କାମ ପାଇଁ ଲାଗିପାରି ନ ଥାଏ। ତେବେ ଯାହାହେଉନା କାହିଁକି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ କିନ୍ତୁ ଉପରୋକ୍ତ ବ୍ୟବସ୍ଥା ରହିଛି ବ୍ୟାଙ୍କରେ ପଡ଼ିରହିଥିବା ନିଷ୍କ୍ରିୟ ଖାତାର ଅର୍ଥରାଶିକୁ ନେଇ।
ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଷ୍ଟାଫ୍‌ କଲୋନୀ, ଦେଉଳ ସାହି, ତୁଳସୀପୁର, କଟକ
ମୋ: ୯୯୩୭୬୫୮୩୬୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri