ସିଦ୍ଧାନ୍ତଙ୍କୁ ଡେଟ୍‌ କରୁଛନ୍ତି ଅମିତାଭଙ୍କ ନାତୁଣୀ!

ମୁମ୍ବାଇ: ବିଗ୍‌ ବି ତଥା ଅମିତାଭଙ୍କ ନାତୁଣୀ ନଭ୍ୟା ନଭେଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ନଭ୍ୟା ପ୍ରତ୍ୟେକ ଦିନ ତାଙ୍କ ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ଶେୟାର କରିଥାନ୍ତି। ନିକଟରେ ସେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଦିଆଯାଇଥିବା କମେଣ୍ଟଗୁଡ଼ିକ ଏବେ ଅଧିକ ଭାଇରାଲ ହେବାରେ ଲାଗିଛି।

ନଭ୍ୟା ବୁଧବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ସେ ପ୍ରଥମ ଫଟୋରେ କ୍ୟାମେରାକୁ ଦେଖି ହସୁଛନ୍ତି ଏବଂ ଦ୍ୱିତୀୟରେ ସେ ଫ୍ରେମ୍‌ ବାହାରେ ଦେଖୁଛନ୍ତି।

ଅନେକ ୟୁଜର ଏହି ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ନଭ୍ୟାଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଛି ନଭ୍ୟା ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏହାର କାରଣ ହେଉଛି ଗୋଟିଏ ଦିନରେ ଉଭୟ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ସିଦ୍ଧାନ୍ତ ଏବଂ ଦୀପିକା ମଧ୍ୟ ଏକାଠି ଫିଲ୍ମ କରୁଛନ୍ତି। ସେଥିପାଇଁ ଦୀପିକା ପାଦୁକୋନ ମଧ୍ୟ ଏହି ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ବିଉଟି। ଦୀପିକାଙ୍କ ସହ ସଞ୍ଜୟ କପୁରଙ୍କ ସ୍ତ୍ରୀ ମହୀପ ମଧ୍ୟ ଏକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି।

ନଭ୍ୟା ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଯାହା ଏକ ଏନ୍‌ଜିଓ ଅଟେ। ଏହି ଏନ୍‌ଜିଓ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଥାଏ। ସେମାନଙ୍କୁ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ଦେଇ ଚାଲିବାର ସୁଯୋଗ ଦେଇଥାଏ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ନଭ୍ୟା ଏବେଠୁ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ବନ୍ଧୁତ୍ୱ: କନ୍ଦାଇଥିଲା ‘ଥ୍ରି-ଇଡିଅଟ୍ସ’, ଜିଇଁବା ଶିଖାଇଥିଲା ‘ଜିନ୍ଦେଗୀ ନା ମିଲେଗି ଦୁବାରା’

ମୁମ୍ବାଇ: ଆଜି ବନ୍ଧୁତ୍ୱ ଦିବସ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବନ୍ଧୁ ଓ ବନ୍ଧୁତ୍ୱର ପରିଭାଷା ସ୍ବତନ୍ତ୍ର। ଏହି ନିଆରା ସମ୍ପର୍କକୁ ପରଦାରେ ଦେଖାଇବା ଲାଗି ନିର୍ମାଣ...

ମୃତ୍ୟୁ ପରେ ମୋ’ ସମ୍ପତ୍ତି ପୁଅଝିଅଙ୍କ ମଧ୍ୟରେ ଅଧାଅଧା ବଣ୍ଟାଯିବ: ଅମିତାଭ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଭଲ ଅଭିନେତା ସାଙ୍ଗକୁ ଜଣେ ଭଲ ପିତା ମଧ୍ୟ। କର୍ମକୁ ସେ ଯେତିକି ପ୍ରାଧାନ୍ୟ ଦେଇଥାନ୍ତି ତା’ଠାରୁ ଅଧିକ...

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ...

ପୁନମଙ୍କ ହୃଦୟ ଭାଙ୍ଗିଲା

ମୁମ୍ବାଇ: ଆଜିକାଲି କଙ୍ଗନା ରାଣାଓ୍ବତଙ୍କ ରିୟାଲିଟି ଶୋ’ ଲକ୍‌ ଅପ୍‌’ରେ ଅନେକ କିଛି ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ହାସ୍ୟରସ୍ୟ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇବା...

ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା...

ଚାପୁଡା ଖାଇବା ପରେ ପ୍ରଥମଥର ଏମିତି କହିଲେ କ୍ରିସ୍‌ ରକ୍‌

ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ...

ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଏହି କାରଣରୁ ବେଦିରେ ବସିବାକୁ ମନା କରିଦେଇଥିଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବିବାହ ବିଷୟରେ ଅନେକ ସମୟରେ ପ୍ରଶ୍ନ ଉଠେ। ସେ କେବେ ବିବାହ କରିବେ, କାହାକୁ ବିବାହ କରିବେ ଏବଂ କରିବେ...

ଦୁଇ ଦୁଇଥର ବିବାହ କରିବାକୁ ନିଷ୍ପତ୍ତି ନେଇ ଫେରିଆସିଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ଜୀବନରେ ପ୍ରେମର ବସନ୍ତ ବେହୁଛି, ହେଲେ କଥା ବିବାହ ଯାଏ ଯାଉନାହିଁ। ଆମେ କଥା ହେଉଛୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ କଥା।...

Advertisement
Archives

Model This Week