ଅମିତାଭ ହେଲେ ଭାବୁକ: ମନେ ପକାଇଲେ ବାସଭବନର ନାମକରଣ ସ୍ମୃତି

ମୁମ୍ବାଇ, ୫।୭: ବିଗ୍‌ ବି ଅମିତାଭ ବଚ୍ଚନ ଭାବୁକ ହୋଇ ନିଜ ବ୍ଲଗ୍‌ରେ ଏକ କବିତା ଲେଖିଛନ୍ତି। ଏଥିରେ ତାଙ୍କ ବାସଭବନ ପ୍ରତୀକ୍ଷାରେ ୪୩ ବର୍ଷ ତଳେ ଲଗାଯାଇଥିବା ଗୁଲମୋହର ଫୁଲଗଛ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି। ୧୯୭୬ରେ ଅମିତାଭ ଏହି ବାସଭବନକୁ ଆସିଥିଲେ। ସେବେଠାରୁ ଛୋଟ ଗୁଲମୋହର ଚାରା ରୋପଣ କରାଯାଇଥିଲା। ତେବେ ଏବେ ହୋଇଥିବା ପ୍ରବଳ ବର୍ଷାରେ ଗଛଟି ଉପୁଡ଼ି ଯାଇଛି। ଏହା ବିଗ୍‌ ବିଙ୍କୁ ବେଶ୍‌ ଭାବୁକ କରିଛି। ନିଜ ବ୍ଲଗ୍‌ରେ ସେ ଲେଖଛନ୍ତି ଯେ, ପିତା ହରିବଂଶ ରାୟ ବଚ୍ଚନଙ୍କ ଏକ କବିତାର ଏକ ଶବ୍ଦରୁ ବାସଭବନର ନାମ ପ୍ରତୀକ୍ଷା ରଖାଯାଇଥିଲା। ହରବଂଶ ରାୟଙ୍କ କବିତାର ପଂକ୍ତିରେ ଲେଖାଥିଲା, ‘ସ୍ବାଗତ ସବ୍‌କେ ଲିଏ ୟହାଁ ପର, ନେହିଁ କିସି କେ ଲିଏ ପ୍ରତୀକ୍ଷା’। ଏହି ପଂକ୍ତିର ଶେଷ ଶବ୍ଦରୁ ଅମିତାଭ ବାସଭବନର ନାମକରଣ କରିଥିଲେ। ବିଗ୍‌ ବିଙ୍କ ବ୍ଲଗ୍‌ ପଡ଼ି ବହୁ ପ୍ରଶଂସକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ୱର, ୧୩।୧: ବିଶିଷ୍ଟ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ...

ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା

ଶେଷରେ ପ୍ରତୀକ୍ଷାର ଅନ୍ତ ହୋଇଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଏନସିବି...

ଲକ୍‌ଡାଉନ୍‌ରେ ଛାତ ଉପର ସଫାକରି ଷ୍ଟଣ୍ଟକଲେ ଅଭିନେତ୍ରୀ: ଭିଡିଓ ଭାଇରାଲ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ରେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର...

କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ...

ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା

ମୁମ୍ବାଇ,୨୮।୧୨-ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା। ଅପକମିଂ ଫିଲ୍ମ ’ମିସନ ମଜନୁ’ରେ ସେ ନଜର ଆସିବେ। ତେବେ ପ୍ରଥମ ବଲିଉଡ ଫିଲ୍ମ...

‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ ଟ୍ରେଲର ରିଲିଜ୍‌ ପରେ ଆୟୁଷ୍ମାନ୍‌ଙ୍କ ମାତାପିତା କହିଲେ ଆମେ ଗର୍ବିତ

ଅଭିନେତା ଆୟୁଷ୍ମାନ ଖୁରାନା ବର୍ତ୍ତମାନ ବଲିଉଡ୍‌ର ଟପ୍‌ ଲିଷ୍ଟ୍‌ରେ ଅଛନ୍ତି। ଯେ କି ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି।...

ଦିଶାଙ୍କ ଫଟୋରେ କମେଣ୍ଟ କଲେ ଟାଇଗର

ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନି ନିଜ ଫିଟନେସ୍ ଓ ବୋଲ୍ଡ ଫଟୋକୁ ନେଇ ଅଧିକାଂଶ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଖୁବ୍...

ଏହି ହାସ୍ୟ ଅଭିନେତାଙ୍କୁ ମିଳିଲା ହତ୍ୟା ଧମକ

ହାସ୍ୟ ଅଭିନେତା ତଥା ବର୍ତ୍ତମାନ ଉତ୍ତରପ୍ରଦେଶ ଫିଲ୍ମ ବୋର୍ଡର ଚେୟାରମ୍ୟାନ୍‌ ଥିବା ରାଜୁ ଶ୍ରୀବାସ୍ତବ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ଏକ ଫୋନ୍‌ କଲ୍‌।...

Play 250+ Trending Games
Archives

Model This Week

Why Dharitri