‘ଥାଲାଇଭର୍‌ ୧୭୦’ରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି, ବିଗ ବି-ରଜନୀକାନ୍ତ ୩୨ ବର୍ଷ ପରେ ଏକାଠି…

ମୁମ୍ବାଇ : ଯେତେବେଳେ ଦୁଇଜଣ ସୁପରଷ୍ଟାର ପରଦାରେ ଏକାଠି କାମ କରିବାକୁ ହାତ ମିଳାନ୍ତି, ସେମାନଙ୍କର ପ୍ରଶଂସକମାନେ ଆନନ୍ଦିତ ହୋିଥାନ୍ତି। ଦୁଇ ସୁପରଷ୍ଟାର ଏକାଠି ପରଦାରେ ଅଭିନୟ କରୁଥିବାର ଦେଖିବା ଏକ ନିଆରା ଅନୁଭୂତି, ଯାହା କ୍ୱଚିତ ଦେଖାଯାଏ। ନିକଟରେ ଦର୍ଶକମାନେ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଗୋଟିଏ ଫ୍ରେମରେ ଦେଖିବାର ସୁଯୋଗ ପାଇଥିବାବେଳେ ବର୍ତ୍ତମାନ ଖବର ମିଳିଛି ଶତାବ୍ଦୀର ମେଗାଷ୍ଟାର ଏବଂ ଥାଲାଇଭା ଏକାଠି ସିଲଭର ସ୍କ୍ରିନରେ ଦେଖାଦେବାକୁ ଯାଉଛନ୍ତି। ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ସୁପରଷ୍ଟାର ରଜନୀକାନ୍ତ ୩୨ ବର୍ଷ ପରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଫେରୁଛନ୍ତି।

ଦକ୍ଷିଣର ଭେଟେରାନ ଅଭିନେତା ରଜନୀକାନ୍ତ ବଲିଉଡ ସହିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବହୁ କାମ କରିଛନ୍ତି। ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, ଯାହା ଦର୍ଶକଙ୍କ ଅପାର ପ୍ରେମ ପାଇଛି। ବଢୁଥିବା ବୟସ ଆଗରେ ହାରର ନ ମାନି ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ସନ ଫିଲ୍ମ କରୁଥିବା ରଜନୀକାନ୍ତଙ୍କୁ ‘ଜେଲର୍‌’ରେ ଦେଖିବାକୁ ମିଳିଥିଲା। ‘ଜେଲର’ ଦେଶ ତଥା ବିଦେଶରେ ଭଳ କାରବାର କରିଥିଲା। ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାଇଭର୍‌ ୧୭୦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ମଧ୍ୟ ରଜନୀକାନ୍ତଙ୍କ ସହ ଅଭିନୟ କରିବେ।

ବିଗ ବି ଏବଂ ରଜନୀକାନ୍ତଙ୍କ ଯୋଡି, ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫତାର୍‌’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏବେ ସେମାନେ ତିନି ଦଶନ୍ଧିରୁ ଅଧିକ ସମୟ ପରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଫେରୁଛନ୍ତି। କିଛି ଦିନ ପୂର୍ବରୁ ଏହି ବିଷୟରେ ଖବର ଆସିଥିଲା, କିନ୍ତୁ ମଙ୍କଳବାର ନିର୍ମାତାମାନେ ‘ଥାଲାଇଭର୍‌ ୧୭୦’ରେ ଅମିତାଭ ବଚ୍ଚନଙ୍କ ଉପସ୍ଥିତି ଘୋଷଣା କରିଛନ୍ତି। ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର ‘ଥାଲାଇଭର୍‌ ୧୭୦’ର ନିର୍ମାତା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ କ୍ରୁରେ ସ୍ବାଗତ କରିଛନ୍ତି।

୩ ଅକ୍ଟୋବରରେ ଫିଲ୍ମର ପ୍ରଡକ୍ସନ ହାଉସର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ଘୋଷଣା କରାଯାଇଛି। ଲାଇକା ପ୍ରଡକ୍ସନ୍ସ ଏହାର ଅଫିସିଆଲ ଏକ୍ସ ଆକାଉଣ୍ଟରେ ବିଗ ବି ଙ୍କର ଫଟୋ ଶେୟାର କରିଛି।

୧୯୯୧ ରେ ଚଳଚ୍ଚିତ୍ର ‘ହମ’ରେ ସେମାନଙ୍କୁ ଶେଷ ଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା। ‘ଥାଲାଇଭର୍‌ ୧୭୦’ ଗାନାଭେଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ଏହା ହେଉଛି ରଜନୀକାନ୍ତଙ୍କ ୧୭୦ ତମ ଚଳଚ୍ଚିତ୍ର। ସମ୍ପ୍ରତି ଏହାକୁ ‘ଥାଲାଇଭର୍‌ ୧୭୦’ କୁହାଯାଉଛି। ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଫହଦ ଫାସିଲ ଏବଂ ରାଣା ଦଗୁବତୀ ମଧ୍ୟ ଅଭିନୟ କରିବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ। ଏହା କୁହାଯାଉଛି ଏହା ଏକ ସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା ଚଳଚ୍ଚିତ୍ର ହେବ। ନିକଟରେ ଚେନ୍ନାଇ ବିମାନବନ୍ଦରରେ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିଥିଲା। କୁହାଯାଉଛି ‘ଥାଲାଇଭର୍‌ ୧୭୦’ର ସୁଟିଂ ପାଇଁ ସେ ଥିରୁଭାନନ୍ତପୁରମ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?