ରହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ମଧ୍ୟ ତାଙ୍କ ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ବିଶେଷ କଥା ହେଉଛି ଯେ ସେ ନିଜ ପୋଷ୍ଟରେ ଟୁଇଟ୍‌ ସଂଖ୍ୟା ବିଷୟରେ ସର୍ବଦା ଉଲ୍ଲେଖ କରିଥାନ୍ତି। ସେଏହା କାହିଁକି କରନ୍ତି ତାହା ଏକ ରହସ୍ୟ ଥିଲା। ତେବେ, ଏହି ରହସ୍ୟ ଉପରେ ପରଦା ଉଠି ଯାଇଛି। ଫିଲ୍ମ ବଦଲାର ପ୍ରମୋଶନ ସମୟରେ ଏହା ସାମ୍ନାକୁ ଆସିଛି ଯେ ଅମିତାଭ ବଚ୍ଚନ କାହିଁକି ତାଙ୍କ ଟୁଇଟ୍‌ ମାଧ୍ୟମରେ ଏହି ନମ୍ବର ଉଲ୍ଲେଖ କରନ୍ତି।
ଫିଲ୍ମ ‘ବଦଲା’ର ପ୍ରମୋଶନ ସମୟରେ ଅଭିନେତା ଶାହରୁଖ ଖାନ ଅମିତାଭ ବଚ୍ଚନଙ୍କୁ କାହିଁକି ତାଙ୍କ ଟୁଇଟ୍‌ ଗଣନା କରିଛନ୍ତି ସେ ବିଷୟରେ ପଚାରିଥିଲେ। ଏହାର ଜବାବରେ ଅମିତାଭ କହିଥିଲେ ଯେ, ଯେବେ ମୋତେ କିଛି ଟ୍ରାକ କରିବାକୁ ପଡେ, ସେତେବେଳେ ମୁଁ ସେହି ନମ୍ବର ରେଫରେନ୍ସ ଆଧାରରେ ବ୍ୟବହାର କରେ। ଏହା ମୋତେ ସହଜ କରିଥାଏ। ସୂଚନାଯୋଗ୍ୟ, ବଦ୍‌ଲା ଫିଲ୍ମ ସ୍କଟଲ୍ୟାଣ୍ଡରେ ଶୁଟିଂ କରାଯାଇଥିଲା। ଏହି ଫିଲ୍ମରେ ଅମିତାଭ ଏବଂ ତାପସୀ ପନୁଙ୍କ ବ୍ୟତୀତ ଅମୃତା ସିଂ, ଟନି ଲୁର, ମାନଭ କୌଲ ଏବଂ ତନବୀର ଘାନିଙ୍କ ଭଳି ଅଭିନେତା/ଅଭିନେତ୍ରୀ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲି ପ୍ରଡକ୍ସନ୍ସ ଅଧୀନରେ ନିର୍ମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri