ଜନ୍ବଦିନରେ ବଡ଼ ନିଷ୍ପତ୍ତି ନେଲେ ଅମିତାଭ ବଚ୍ଚନ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଜନ୍ମଦିନରେ ଏକ ବଡ ଘୋଷଣା କରିଛନ୍ତି। ସେ ଗୁଡ୍‌ଖା କମ୍ପାନୀ କମଲା ପସନ୍ଦ ସହ ଚୁକ୍ତି ବାତିଲ କରିଛନ୍ତି। ନିକଟରେ ଅମିତାଭଙ୍କୁ ଏହି ପାନ ମସଲା ବିଜ୍ଞାପନ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ବିଗ୍‌ ବି’ ଏଭଳି ବିଜ୍ଞାପନ କରନ୍ତୁ ପ୍ରଶଂସକ ଚାହୁଁ ନ ଥିଲେ। ବୋଧହୁଏ ଏହି କାରଣରୁ ଅମିତାଭ ଆଉ ପାନ ମସନା ବିଜ୍ଞାପନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏକ ବ୍ଲଗ ମାଧ୍ୟମରେ ବିଗ ବି ଘୋଷଣା କରିଛି ଯେ ସେ ପାନ ମସାଲା ବ୍ରାଣ୍ଡ ସହିତ ଚୁକ୍ତି ଭଙ୍ଗ କରୁଛନ୍ତି। ତାଙ୍କର ସରକାରୀ ବିବୃତ୍ତି ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି। ବିବୃତ୍ତି ଅନୁଯାୟୀ, କମଲା ପସନ୍ଦ ବିଜ୍ଞାପନ ପ୍ରସାରିତ ହେବା ପରେ ଅମିତାଭ ବଚ୍ଚନ ବ୍ରାଣ୍ଡ ନିକଟକୁ ଯାଇଥିଲେ ଏବଂ ସେ ଗତ ସପ୍ତାହରେ ଏହି ଚୁକ୍ତିନାମାରୁ ଓହରି ଯାଇଥିଲେ। ତାଙ୍କ ହଠାତ୍‌ ଏହି ପଦକ୍ଷେପ ପଛର କାରଣ ହେଉଛି ଯେ, ଅମିତାଭ ବଚ୍ଚନ ଏହି ବ୍ରାଣ୍ଡ ସହିତ ଜଡିତ ଥିବାବେଳେ ସେ ଜାଣି ନ ଥିଲେ ଏହା ସେରୋଗେଟ ବିଜ୍ଞାପନ। ଜାଣିବା ପରେ ସେ ଚୁକ୍ତିନାମା ବାତିଲ କରିବା ସହ ନେଇଥିବା ଟଙ୍କା ମଧ୍ୟ ଫେରସ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଅନୁଷ୍କା ଶର୍ମା, ମୂଲ୍ୟ ଜାଣିଲେ…

ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରେଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ...

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପ୍ରଯୋଜକ ମହେଶଙ୍କ ବୟାନ ରେକର୍ଡ

ମୁମ୍ବାଇ,୨୭।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ପଛର ରହସ୍ୟକୁ ଖୋଜିବାରେ ଲାଗିପଡ଼ିଛି ମୁମ୍ବାଇ ପୋଲିସ। ଏହି କ୍ରମରେ ସୁଶାନ୍ତଙ୍କ ପରିବାର,...

ଏକଦା ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ ଏହି ଅଭିନେତ୍ରୀ , ବର୍ତ୍ତମାନର ପାରିଶ୍ରମିକ ଜାଣିଲେ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ଚଳିତ ବର୍ଷ ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। କାଜଲ...

ପରଲୋକରେ କନ୍ନଡ ଅଭିନେତା ରାଜେଶ

ବେଙ୍ଗାଲୁରୁ,୧୯।୨: କନ୍ନଡ ସିନେମାର ଭେଟେରାନ ଅଭିନେତା ରାଜେଶଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା। ଶନିବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ...

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ...

ଶାହିଦଙ୍କ ସହ ସମ୍ପର୍କ ତୁଟିବାକୁ ଭାଗ୍ୟର ଲେଖା କହିଲେ କରିନା

ବମ୍ବେ: ଶାହିଦଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କରେ ରହିବା ପରେ ହଠାତ ସୈଫ୍‌ ଅଲ୍ଲୀ ଖାଁଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବଲିଉଡ୍‌ ଡିଭା...

ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍‌ ନ୍ୟୁଜ’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଗୁଡ୍‌ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍‌ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍‌...

ବିବାହ ଦିନ ଏମିତି କାମ କଲେ ସାଉଥ୍‌ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ନୟନତାରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନୟନତାରା -ବିଘ୍ନେଶ ଶିବନ ୭ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଜୁନ୍‌ ୯...

Advertisement
Archives

Model This Week