ଇନ୍‌ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍‌ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…

ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ବିଗ୍‌ ବି ଅମିତାଭ ବଚ୍ଚନ। ଟୁଇଟର୍‌ ଭଳି ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍‌ ଲୋକ ତାଙ୍କୁ ଫଲୋ କରନ୍ତି। ହେଲେ ଅମିତାଭ ମାତ୍ର ୬୮ଜଣ ଲୋକଙ୍କୁ ଫଲୋ କରୁଛନ୍ତି।

ଅମିତାଭଙ୍କ ଫଲୋ ତାଲିକାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସୁଶାନ୍ତ ସିଂହ ରାଜପୁତ, ଅଜୟ ଦେବଗନ, ସଲମାନ୍‌ ଖାନ୍‌, କୃତି ସେନନ୍‌, ହ୍ରିତିକ ରୋଶନ, ଆଲିଆ ଭଟ୍ଟ, କପିଲ ଶର୍ମା, ଶାହିଦ କପୁର, କରନ୍‌ ଜୋହର, ଦୀପିକା ପାଦ୍ୟୁକୋନ୍‌, ଅକ୍ଷୟ କୁମାର, ଅର୍ଜୁନ କପୁର, ସୋନମ କପୁର, ରଣବୀର ସିଂହ, ପ୍ରିୟଙ୍କା, ତାପସୀ ପନ୍ନୁ, ବିରାଟ କୋହଲି,ଶିଳ୍ପା ସେଟ୍ଟୀ, ଆୟୁଷ୍ମାନ ଖୁରାନ୍ନା ଏବଂ କଟ୍ରିନା କୈଫ୍‌ଙ୍କ ଭଳି ଲୋକପ୍ରିୟ ବଲିଉଡ୍‌ କଳାକାର। ଏହାଛଡ଼ା ପରିବାରରୁ ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ନନ୍ଦା, ନାତୁଣୀ ନବ୍ୟା ଏବଂ ନାତି ଅଗ୍ୟସ୍ତ୍ୟଙ୍କ ଫଲୋ କରୁଥିବା ବିଗ୍‌ ବି ନିଜର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଜ୍ୱାଇଁ ନିଖୀଲ ନନ୍ଦାଙ୍କୁ ଫଲୋ କରନ୍ତି ନାହିଁ । ସେହିଭଳି ଐଶ୍‌ ମଧ୍ୟ ଶ୍ୱଶୁରଙ୍କୁ ଫଲୋ କରନ୍ତି ନାହିଁ। ସେ କେବଳ ସ୍ବାମୀ ଅଭିଷେକଙ୍କୁ ଫଲୋ କରିଥିବା ଦେଖିବାକୁ ମିଳେ। ଏଭଳି କ’ଣ ପାଇଁ ସେ କାରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କହିରଖୁଛୁ, ବମ୍ବେରେ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ମହାନାୟକ। ଜଲସା, ପ୍ରତୀକ୍ଷା, ଜନକ ଏବଂ ବତ୍ସ ଭଳି ବଙ୍ଗଳା ପରେ ସେ ଏବେ ଏକ ଆପାର୍ଟମେଣ୍ଟର ମାଲିକ ପାଲଟିଛନ୍ତି। ୩୧ କୋଟି ଦେଇ ସେ ଏହାକୁ କିଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri