Categories: ଖେଳ

ଆଇପିଏଲ୍‌ରୁ ଅମିତ ମିଶ୍ରା, ଭୁବନେଶ୍ୱର କୁମାର ବାହାର

ଦୁବାଇ, ୬ା୧୦ (ପି.ଟି.)-ଦିଲ୍ଲୀ କ୍ୟାପିଟାଲ୍ସର ସିନିୟର ଲେଗ୍‌ ସ୍ପିନର ଅମିତ ମିଶ୍ରା ଓ ସନରାଇଜର୍ସ ହାଇଦ୍ରାବାଦର ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ବାହାର ହୋଇଯାଇଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚରେ ଅନାମିକା ଅଙ୍ଗୁଳି ହାଡ଼ ଭାଙ୍ଗିଯାଇଛି। ଅନ୍ୟପକ୍ଷରେ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଛି। ସେ କେବଳ ଅବଶିଷ୍ଟ ଆଇପିଏଲ୍‌ ନୁହେଁ ଅଷ୍ଟ୍ରେଲିଆ ଟୁର୍‌ରୁ ମଧ୍ୟ ବାଦ୍‌୍‌ ପଡ଼ିବା ସମ୍ଭାବନା ରହିଛି। ଅକ୍ଟୋବର ୩ରେ ଅନୁଷ୍ଠିତ ମ୍ୟାଚ୍‌ରେ ୩୭ ବର୍ଷୀୟ ଅମିତ୍‌ କେକେଆର୍‌ ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କ ଏକ ଲୋ କ୍ୟାଚ୍‌ ଧରିବାକୁ ଯାଇ ଆଘାତପ୍ରାପ୍ତ ହୋଇଥିଲେ। ସେ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ଓଭର ସେ ଭଲ ବୋଲିଂ କରିପାରିଥିଲେ। ବିପଜ୍ଜନକ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ଙ୍କୁ ଆଉଟ କରିଥିଲେ। ମାତ୍ର ପରେ ଜଣାପଡ଼ିଥିଲା ଯେ, ତାଙ୍କ ଅନାମିକା ଅଙ୍ଗୁଳି ହାଡ଼ ଭାଙ୍ଗିଯାଇଛି। ଟୁର୍ନାମେଣ୍ଟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ କରିଥିବା ରଣକୌଶଳର ସେ ଅଂଶ ବିଶେଷ ଥିଲେ। ଅବଶିଷ୍ଟ ଟୁର୍ନାମେଣ୍ଟରୁ ସେ ବାହାର ହେବା ଦ୍ୱାରା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଅମିତ୍‌ ଖୁବ୍‌ ଶୀଘ୍ର ଭାରତ ଫେରିଯାଇ ସେଠାରେ ଆବଶ୍ୟକ ଚିକିତ୍ସା କରାଇବେ। ଅକ୍ଟୋବର ୨ରେ ଚେନ୍ନାଇ ସୁପର କିଙ୍ଗ୍ସର ୧୯ତମ ଓଭର ବୋଲିଂ କରୁଥିବାବେଳେ ଆଘାତପ୍ରାପ୍ତ ହୋଇଥିଲେ ଏବଂ ପଡ଼ିଆ ବାହାରକୁ ଚାଲି ଆସିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଫିସିଆଲଙ୍କ କହିବା ଅନୁସାରେ ସମ୍ଭବତଃ ଭୁବନେଶ୍ୱର କୁମାରଙ୍କୁ ଗ୍ରେଡ୍‌-୨ କିମ୍ବା ଗ୍ରେଡ୍‌-୩

Share