ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି ସିଜିନ୍ ୧୪ ଆରମ୍ଭ ହୋଇଯାଇଛି। ଚଳିତ ସିଜିନ୍ର ପ୍ରଥମ ଏପିସୋଡରେ ଅଭିନେତା ଅମିର ଖାନ ହଟ ସିଟରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସିଥିବାର ନଜର ଆସିଛନ୍ତି। ଅମିର ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଢାର ପ୍ରମୋଶନ ପାଇଁ କୌନ ବନେଗା କରୋଡପତିର ପ୍ରିମିୟରରେ ପହଞ୍ଚିଥିଲେ। ତାହା ସହ ବକ୍ସିଂ ଖେଳାଳି ମେରି କମ, କାରଗିଲ୍ ଯୁଦ୍ଧର ଭେଟେରାନ ମେଜର ଡି.ପି ସିଂ, ଫୁଟ୍ ବଲ୍ ଖେଳାଳି ସୁନୀଲ ଛେତ୍ରୀ ଏବଂ ସେନା ପଦକ ପାଇଥିବା ପ୍ରଥମ ମହିଳା ଅଧିକାରୀ କର୍ନେଲ ମିତାଲି ମଧୁମିତା ମଧ୍ୟ ଏଥିରେ ସାମିଲ ହୋଇଥିଲେ।
କୌନ ବନେଗା କରୋଡପତି ଶୋ’ର ନିର୍ମାତାମାନେ ୭୫ତମ ସ୍ବାଧୀନତା ଦିବସ ଅବସରରେ ପ୍ରଥମ ଏପିସୋଡକୁ ଉତ୍ସର୍ଗ କରିଥିଲେ। ମିତାଲି ଏବଂ ଡି.ପି ସିଂଙ୍କ ସହ ଅମିର ହଟ ସିଟରେ ବସିଥିଲେ। ଏହି ତିନିଜଣ ମିଳିତ ଭାବେ ୫୦ ଲକ୍ଷ ଟଙ୍କା ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ୫୦ ଲକ୍ଷ ପ୍ରଶ୍ନ ଆଦୌ ସହଜ ନ ଥିଲା। ଏହି ପ୍ରଶ୍ନ ଭାରତୀୟ ରାଜନୀତିର ଇତିହାସ ସହିତ ଜଡିତ ଥିଲା, ଯାହା ଅତ୍ୟନ୍ତ ମଜାଳିଆ ଥିଲା
ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଯୋଡି ମଧ୍ୟରୁ କେଉଁ ଯୋଡିଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି?
ଏସ୍ ରାଧାକ୍ରିଷ୍ଣନ – ଭି ଭି ଗିରି
ଭିଭି ଗିରି – ଜାହିର ହୁସେନ
ଜାକିର ହୁସେନ – ପ୍ରତିଭା ପାଟିଲ
ରାଜେନ୍ଦ୍ର ପ୍ରସାଦ- ଏସ ରାଧାକୃଷ୍ଣନ
ହଟ ସିଟରେ ବସିଥିବା ଭେଟେରାନମାନେ ଏହି ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ। ଅମିର ଲାଇଫ ଲାଇନ ବ୍ୟବହାର କରି ସଠିକ ଉତ୍ତର ଦେଇଥିଲେ। ଏହି ପ୍ରଶ୍ନର ଉତ୍ତର ଦେବାସହ ୫୦ ଲକ୍ଷ ଟଙ୍କା ଜିତି ଏହାକୁ ଆର୍ମି ସେଣ୍ଟ୍ରାଲ ୱେଲଫେୟାରକୁ ଦାନ କରିଥିଲେ।


