ଲାଞ୍ଚ ନେଇ ଧରାପଡ଼ିଲେ ଅମିନ, ଅଭିଯୋଗକାରୀଙ୍କୁ ମାଗିଥିଲେ…

ସୁନ୍ଦରଗଡ଼/କୁତ୍ରା,୨୬ା୩(ଜୟନାରାରଣ ମେଣ୍ଡୁଳି/ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ବୁଧବାର ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ଟିମ୍‌ ଏହି ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରିବା ସହ ଅଫିସ ଓ ବନ୍ଧବାହାଲସ୍ଥିତ ବାସଭବନରେ ଚଢ଼ାଉ ଚାଲିଛି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ପଚରାଉଚରା ପରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି।
ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଅମିନ ଜଣେ ବ୍ୟକ୍ତିଙ୍କ ଜମି ଭାଗ ପାଇଁ ଜମିପଟ୍ଟାର ସ୍କେଚ୍‌ ମ୍ୟାପ ତିଆରି ପାଇଁ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏହି ଟଙ୍କା ନ ଦେବାରୁ ଅମିନ ଜଣକ ତାଙ୍କୁ ହଇରାଣ କରି ଆସୁଥିଲେ। ଫଳରେ ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇବା ପରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୬/୨୦୨୫ରେ ମଙ୍ଗଳବାର ଏକ ମାମଲା ରୁଜୁ ହୋଇଥିଲା। ଯୋଜନା ମୁତାବକ ଏହି ଟଙ୍କା ଅଭିଯୋଗକାରୀଙ୍କଠାରୁ ଏହି ଲାଞ୍ଚଟଙ୍କା ଗ୍ରହଣ କରୁଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ହଜାର କୋଟି ଟଙ୍କାର ଫିଲ୍ମ କରିବାକୁ ଏମିତି ପନ୍ଥା ଆପଣାଇଥିଲେ ସାଇ ପଲ୍ଲବୀ: ଖୋଲିଲେ ସିକ୍ରେଟ୍‌

ନୂଆଦିଲ୍ଲୀ,୨୬।୧୦: ପାଖାପାଖି ୪ ହଜାର କୋଟି ବଜେଟ୍‌ରେ ନିର୍ମିତ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଭୂମିକାକୁ…

ଖବର ପ୍ରସାରଣ ପରେ ତପନଙ୍କୁ ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ବଞ୍ଚୋ,୨୬।୧୦(ପ୍ରଦୋଷ ବିଶ୍ୱାଳ ): ଗରିବ ଶ୍ରମିକ ତପନ କୁମାର ବରାଳଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଆନନ୍ଦପୁର ଉପଜିଲାପାଳ ନୀଳମାଧବ…

ବଲାଙ୍ଗୀର ପାଇଁ ଗର୍ବ: ରଣଜୀ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି, ବିଧାୟକ କହିଲେ….

ବଲାଙ୍ଗୀର,୨୬।୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଏହା ବଲାଙ୍ଗୀର ଜିଲା ପାଇଁ…

ଏକାଠି ହେଲେ ୪ କ୍ୟାଡର ଅଧିକାରୀ, ୫ ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା,୨୬।୧୦(ପ୍ରଭାତ ପାଣିଗ୍ରାହୀ): ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ସମେତ ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ…

ମାଝୀଗୁଡ଼ା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୪ ଗିରଫ, ଜବତ ହେଲା…

​କଲ୍ୟାଣସିଂହପୁର, ୨୬।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

ଅତାବିରା,୨୬।୧୦(ଯୁଧିଷ୍ଠିର ମହାପାତ୍ର ): ଯେଉଁ ମାଟିରେ ଦିନେ ଖେଳି ଖେଳି ବଡ଼ ହେବାର ସ୍ୱପ୍ନ ଦେଖିଥିଲେ, ସେହି ମାଟି ଆଜି ତା’ର ସୁନାପୁଅକୁ ହରାଇ ସ୍ତବ୍ଧ ।…

୫୪ ବର୍ଷରେ ପହଞ୍ଚିଲା ବଡ଼ଗାଁ ଗଜଲକ୍ଷ୍ମୀ ପୂଜା

ବଡ଼ଗାଁ.୨୬।୧୦(ଅଶୋକ ଷଡ଼ଙ୍ଗୀ ) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଦେବ ମଣ୍ଡପସ୍ଥିତ ଲକ୍ଷ୍ମୀ ମଣ୍ଡପରେ ୫୪ ବର୍ଷ ହେଲା ଆନନ୍ଦ ଉଲ୍ଲାସରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୯୭୨ରେ…

ଭାରତକୁ ଚେତାବନୀ ଦେଲା ଚାଇନା: ସୀମା ଉତ୍ତେଜନା ମଧ୍ୟରେ ବେଜିଂର ବଡ଼ ବୟାନ

ନୂଆଦିଲ୍ଲୀ,୨୬।୧୦: ଭାରତ ଓ ଚାଇନା ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ମଧ୍ୟରେ ଚୀନ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସୀମାରେ ନିକଟରେ ଦୁଇ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?