ଆସୁଛି ପାର୍ବଣ ଋତୁ: ଅନିଶ୍ଚିତତା ମଧ୍ୟରେ ମୂର୍ତ୍ତି କାରିଗର

ବାଲେଶ୍ୱର ଅଫିସ, ୨୬।୭: ଆସୁଛି ପାର୍ବଣ ଋତୁ। ପ୍ରଥମେ ଖୁଦୁରୁକୁଣୀ ପରେ ଗଣେଶ, ବିଶ୍ୱକର୍ମା, ଦୁର୍ଗାପୂଜା, ଗଜଲକ୍ଷ୍ମୀ, କାର୍ତ୍ତିକେଶ୍ୱର, ସରସ୍ବତୀ, ମନୀଷା ଦେବୀ, କାଳୀପୂଜା ଅନୁଷ୍ଠିତ ହେବ। ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି ମୂର୍ତ୍ତି କାରଗିରମାନେ। ୩ ମାସ ପୂର୍ବରୁ ଦିନରାତି ଏକ କରି ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ହେଲେ ଏବେ ମହାମାରୀ କରୋନା ସଂକ୍ରମଣ ଭୟରେ ବହୁ ପର୍ବପର୍ବାଣି ବନ୍ଦ କରାଯାଇଛି। ଆଗକୁ ଏହି ପୂଜା କିପରି ପାଳନ ହେବ, ମୂର୍ତ୍ତି ବିକ୍ରି ହେବ କି ନାହିଁ ସେନେଇ କାରିଗରମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ବେଉସାକୁ ବଞ୍ଚାଇ ଜୀବିକା ନିର୍ବାହ କରିବା ସେମାନଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି।
ବିଶେଷ କରି ଅଗଷ୍ଟରୁ ମୂର୍ତ୍ତି ବ୍ୟବସାୟ ଆରମ୍ଭ ହୋଇଥାଏ। ବିଶେଷ କରି ଏଥିପାଇଁ ୪ମାସ ପୂର୍ବରୁ ଅର୍ଥାତ୍‌ ଦୋଳପୂର୍ଣ୍ଣିମାଠାରୁ ପ୍ରସ୍ତୁତ ହୋଇଥାନ୍ତି କାରିଗର। ମୂର୍ତ୍ତି ପାଇଁ ନଡ଼ା, ପଟା, ସୂତୁଲି, କଣ୍ଟା, ଅଠା, ରଙ୍ଗ, ମାଟି, ଝୋଟ, ବାଲି ଓ କପଡ଼ା ଆଦି ସଂଗ୍ରହ କରିବାକୁ ପଡ଼ିଥାଏ। ଚଳିତବର୍ଷ କରୋନା କଟକଣା ବାଧକ ସାଜିଛି। ମୂର୍ତ୍ତି ନିର୍ମାଣ ଏବେସୁଦ୍ଧା ଆରମ୍ଭ ହୋଇନାହିଁ। କାରିଗରମାନେ ବାର୍ଷିକ ୩ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ଚଳିତବର୍ଷ ଏହି ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ଦେଖାଦେଇଛି। କାରିଗରମାନେ ନିଜ ପରିବାର ଭରଣପୋଷଣ ପାଇଁ ବେଉସାକୁ ଛାଡ଼ି ଅନ୍ୟ ବ୍ୟବସାୟ କରିବାକୁ ମନସ୍ଥ କରି ସମୟକୁ ଅପେକ୍ଷା କରିଛନ୍ତି।
ବାଲେଶ୍ୱର ଜିଲାରେ ପାଖାପାଖି ୧୬୦୦ରୁ ଊର୍ଦ୍ଧ୍ୱ ମୂର୍ତ୍ତି କାରିଗର ରହିଛନ୍ତି। କେବଳ ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଅଞ୍ଚଳର କାରିଗର ରାଜ୍ୟ ତଥା ରାଜ୍ୟ ବାହାରେ ମୂର୍ତ୍ତି ତିଆରି କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ କରୋନା କଟକଣା ଯୋଗୁ କାରିଗରମାନେ ନିରାଶ ହୋଇ ସମୟକୁ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri