ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ, ଆମେରିକା ପଠାଇଲା ଯୁଦ୍ଧଜାହାଜ

ଓ୍ବାଶିଂଟନ,୪ା୮: ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ଶାସକ ହମାସ୍‌ ମୁଖ୍ୟ ଇସ୍‌ମାଇଲ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି। ଇରାନ ଏବଂ ଏହାର ସହଯୋଗୀ ହମାସ୍‌ ଓ ହେଜବୋଲ୍ଲା ପକ୍ଷରୁ ଯୁଦ୍ଧ ଧମକ ଦିଆଯାଇଛି। ଇସ୍ରାଏଲ୍‌ ଏବଂ ଇରାନ ଯୁଦ୍ଧର ନିକଟତର ହେଉଥିବାବେଳେ ଆମେରିକା ସୈନ୍ୟବାହିନୀ ମଧ୍ୟପ୍ରାଚ୍ୟରେ ଅତିରିକ୍ତ ଯୁଦ୍ଧବିମାନ ଏବଂ ନୌସେନା ଯୁଦ୍ଧଜାହାଜ ମୁତୟନ କରିବାକୁ ଯାଉଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ମଧ୍ୟପ୍ରାଚ୍ୟ ଏବଂ ୟୁରୋପକୁ ଅତିରିକ୍ତ ଯୁଦ୍ଧଜାହାଜ ଏବଂ ଲଢ଼ୁଆ ବିମାନ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଉକ୍ତ ଅଞ୍ଚଳରେ ଆମେରିକାର ପ୍ରତିରକ୍ଷା ସାମର୍ଥ୍ୟ ବଢ଼ାଇବା ସହ ଇସ୍ରାଏଲ୍‌ ସେନାକୁ ଅଧିକ ସହାୟତା ଯୋଗାଇଦେବା ନିମନ୍ତେ ଅଷ୍ଟିନ୍‌ ସେନାକୁ ନିର୍ଦ୍ଦେଶ ଦେଇଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

ଇରାନ ରାଜଧାନୀ ତେହରାନ୍‌ରେ ବୁଧବାର ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ତେହରାନ ସମର୍ଥତ୍ତ ହେଜବୋଲ୍ଲା ସଂଗଠନର କମାଣ୍ଡର ଫୁଆଦ ଶୁକ୍‌ରଙ୍କୁ ଇସ୍ରାଏଲ୍‌ ହତ୍ୟା କରିଥିଲା। ଏହି ଆକ୍ରମଣରେ ଅନ୍ୟ ୫ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ତେଣୁ ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀମାନେ ଇସ୍ରାଏଲ୍‌ରେ ପ୍ରବେଶ କରି ଆକ୍ରମଣ କରିବାକୁ ଇରାନ ଚାହୁଁଛି। ଅନ୍ୟପକ୍ଷରେ ଜେରୁଜେଲମ୍‌ କହିଛି, ହେଜବୋଲ୍ଲା ଗୋଷ୍ଠୀ ଇସ୍ରାଏଲ୍‌ ଅଧିକୃତ ଗୋଲାନ ହାଇଟ୍ସରେ ରକେଟ ମାଡ଼ କରିବାକୁ ୧୨ ଜଣ ପିଲାଙ୍କ ଜୀବନ ଯାଇଥିଲା। ଗାଜା ଉପରେ ଆକ୍ରମଣ ଆରମ୍ଭ ଦିନଠାରୁ ହେଜବୋଲ୍ଲା ଇସ୍ରାଏଲ୍‌କୁ ଟାର୍ଗେଟକରି ଆକ୍ରମଣ କରିଆସୁଛି। ତେହରାନ୍‌ରେ ହମାସ୍‌ ମୁଖ୍ୟ ହାନିୟେଙ୍କୁ ହତ୍ୟା ପାଇଁ ଇରାନର ରିଭଲ୍ୟୁଶନାରି ଗାର୍ଡ ଇସ୍ରାଏଲ୍‌କୁ ଦାୟୀ କରୁଥିବାବେଳେ ଜେରୁଜେଲମ୍‌ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ୟେମେନ୍‌ର ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ମଧ୍ୟ ଇସ୍‌ମାଇଲଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ ସେମାନେ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି। ଗତ ନଭେମ୍ବରରୁ ୟେମେନ୍‌ର ହୁଟି ବିଦ୍ରୋହୀମାନେ ଇସ୍ରାଏଲ୍‌ ଓ ଏହାର ସହଯୋଗୀ ଦେଶର ଜାହାଜଗୁଡ଼ିକୁ କ୍ରମାଗତ ଆକ୍ରମଣ ଜାରି ରଖିଛି। ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ୍‌ ଏବଂ ହେଜବୋଲ୍ଲା ମଧ୍ୟରେ ସଂଘର୍ଷ ଲାଗିରହିଥିବାବେଳେ ଏଥିରେ ଲେବାନନ୍‌ରୁ ଅନୂ୍ୟନ ୫୪୨ ଜଣଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରେ ୧୧୪ ଜଣ ସାଧାରଣ ନାଗରିକ ରହିଛନ୍ତି। ଉତ୍ତେଜନା ବଢ଼ୁଥିବାରୁ ଯେକୌଣସି ସମୟରେ ଯୁଦ୍ଧ ଲାଗିଯିବା ସମ୍ଭାବନା ରହିଛି। ଆଞ୍ଚଳିକ ଉତ୍ତେଜନା ହ୍ରାସ ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତା’ର ସାମରିକ ସାମର୍ଥ୍ୟ ବଢ଼ାଉଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ୍‌ରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତୀୟମାନଙ୍କୁ ଲେବାନନ୍‌ ନ ଯିବା ପାଇଁ ବେରୁଟ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri