ଭାରତକୁ ୧୪୦୦ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

ନ୍ୟୁୟର୍କ, ୧୭।୧୧: ଆମେରିକା ପକ୍ଷରୁ ୧୦୦ ଲକ୍ଷ ଡଲାର ମୂଲ୍ୟର ୧୪୦୦ରୁ ଅଧିକ ପ୍ରାଚୀନ କଳାକୃତିଗୁଡ଼ିକୁ ଭାରତକୁ ହସ୍ତାନ୍ତର କରାଯାଇଛି। ନ୍ୟୁୟର୍କରେ ଆୟୋଜିତ ଏକ ସମାରୋହରେ ଏହି ପ୍ରାଚୀନ କଳାକୃତିଗୁଡ଼ିକର ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଥିବା ନେଇ ସ୍ଥାନୀୟ ମ୍ୟାନ୍‌ହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରାଯାଇ ସୂଚନା ଦିଆଯାଇଛି। ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ କନସୁଲେଟ ଜେନେରାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଆଗାମୀ ମାସଗୁଡ଼ିକରେ ମଧ୍ୟ ଭାରତରୁ ଚୋରାଚାଲାଣ ହୋଇଥିବା ୬୦୦ରୁ ଅଧିକ ପ୍ରାଚୀନ କଳାକୃତିଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ଏହି ବିବୃତିରେ କୁହାଯାଇଛି। ନିକଟରେ ନ୍ୟୁୟର୍କ ମେଟ୍ରୋ ପଲିଟାନ ମ୍ୟୁଜିୟମ ଅଫ୍‌ ଆର୍ଟରେ ପ୍ରଦର୍ଶିତ ହୋଇଥିବା କିଛି କଳାକୃତି ମଧ୍ୟ ଏହି ୧୪୦୦ ପ୍ରାଚୀନ କଳାକୃତି ମଧ୍ୟରେ ସ୍ଥାନ ପାଇଛି। ଫେରାଯାଇଥିବା ଏହି ବସ୍ତୁଗୁଡ଼ିକ ମଧ୍ୟରେ ବାଲୁକା ପଥରରେ ନିର୍ମିତ ଏକ ଦିବ୍ୟ ନୃତ୍ୟଶିଳ୍ପୀଙ୍କ ମୂର୍ତ୍ତି ରହିଛି। ଉକ୍ତ ମୂର୍ତ୍ତିକୁ ମଧ୍ୟପ୍ରଦେଶରୁ ଚୋରାଚାଲାଣ କରାଯାଇ ଲଣ୍ଡନକୁ ଅଣାଯାଇଥିଲା। ପରେ ଏହାକୁ ବିକ୍ରି କରିଦିଆଯାଇଥିଲା। ନ୍ୟୁୟର୍କରେ ଚୋରାଚାଲାଣ ବେପାରକୁ ନେଇ ଚାଲିଥିବା ତଦନ୍ତର ଏକ ଅଂଶ ଭାବରେ ଏହି କଳାକୃତିଗୁଡ଼ିକୁ ଉଦ୍ଧାର କରାଯାଇଥିଲା ବୋଲି ମ୍ୟାନ୍‌ହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନିଙ୍କ କାର୍ଯ୍ୟାଳୟ କହିଛି।

ପ୍ରକାଶ ଯେ, ପ୍ରାଚୀନ କଳାକୃତିଗୁଡ଼ିକର ବେଆଇନ କାରବାରକୁ ନିୟନ୍ତ୍ରଣ କରିବା ଦିଗରେ ଗତ ଜୁଲାଇ ମାସରେ ଭାରତ ଏବଂ ଆମେରିକା ‘ସାଂସ୍କୃତିକ ସମ୍ପତ୍ତି ଚୁକ୍ତି’ରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri