ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୫: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍‌ ଫ୍ରାନ୍‌ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିଯୋଗୁ ଭାରତୀୟ ବ୍ୟବସାୟୀମାନଙ୍କୁ ୫ ଲକ୍ଷ ଡଲାର (ପ୍ରାୟ ୪ କୋଟି ୨୮ ଲକ୍ଷ ଟଙ୍କା)ର କ୍ଷତି ସହିବାକୁ ପଡ଼ିଛି।
ଇକୋନୋମିକ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତରୁ ଏୟାର ଗାର୍ଗୋ ଯୋଗେ ୧୫ ଶିପ୍‌ମେଣ୍ଟରେ ଆମ୍ବ ପଠାଯାଇଥିଲା। ମୁମ୍ବାଇରୁ ରପ୍ତାନି ପୂର୍ବରୁ ମେ’ ୮ ଓ ୯ ତାରିଖରେ ନଭି ମୁମ୍ବାଇରେ ଥିବା ୟୁନାଇଟେଡ୍‌ ଷ୍ଟେଟ୍ସ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍ଚର (ୟୁଏସ୍‌ଡିଏ) ପ୍ରତିନିଧିଙ୍କ ତତ୍ତ୍ୱାବଧାନରେ ଆମ୍ବଗୁଡ଼ିକୁ ରେଡିଏଶନ୍‌ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟା ଜରିଆରେ ଯାଞ୍ଚ କରାଯାଇଥିଲା। ପିପିକ୍ୟୁ ୨୦୩ ଫର୍ମର ଆବଶ୍ୟକତା ଅନୁସାରେ ଉକ୍ତ ପ୍ରକ୍ରିୟାରେ ଆମ୍ବରେ କୀଟାଣୁନାଶ କରି ଏହାକୁ ଅଧିକ ସମୟ ସତେଜ ରଖିବା ସକାଶେ ବିକିରଣର ନିୟନ୍ତ୍ରିତ ଡୋଜ୍‌ ଦିଆଯାଇଥାଏ। ଆମେରିକାକୁ କୌଣସି ଫଳ ରପ୍ତାନି କରିବାକୁ ହେଲେ ଏହି ପ୍ରକ୍ରିୟା ଆପଣାଇବା ବାଧ୍ୟତାମୂଳକ କରାଯାଇଛି। ଏହା କରାଯିବା ସତ୍ତ୍ୱେ ଆମେରିକୀୟ ଅଧିକାରୀମାନେ ପିପିକ୍ୟୁ ୨୦୩ ଫର୍ମରେ ତ୍ରୁଟି ଥିବା ଦର୍ଶାଇ କଣ୍ଟେନରଗୁଡ଼ିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ରପ୍ତାନିକାରୀଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା- ଆମ୍ବଗୁଡ଼ିକୁ ନଷ୍ଟ କରିଦିଅ କିମ୍ବା ଭାରତକୁ ଫେରାଇ ନିଅ। ତେବେ ଭାରତକୁ ଆମ୍ବ ଫେରାଇ ଆଣିବା ବ୍ୟୟବହୁଳ ହୋଇଥିବାରୁ ରପ୍ତାନିକାରୀମାନେ ସେଗୁଡ଼ିକୁ ନଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିସହ ଅନ୍ତର୍ଜାତୀୟ ବଜାରର ମାନକ ପୂରଣ ଦିଗରେ ଅଧିକ ଯନତ୍ବାନ ହେବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଛି। ଅନେକ ଭାରତୀୟ ବ୍ୟବସାୟିକ ସଂସ୍ଥା ଭବିଷ୍ୟତରେ ଏପରି କ୍ଷତି ଏଡ଼ାଇବା ପାଇଁ ବର୍ତ୍ତମାନ ନିୟାମକ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ଉନ୍ନତ ସମନ୍ବୟ ରକ୍ଷା ଦାବି କରିଛନ୍ତି। ବିଶ୍ୱରେ ଭାରତୀୟ ଆମ୍ବର ଚାହିଦା ରହିଥିବାବେଳେ ଆମେରିକାର ଏପରି ପ୍ରତ୍ୟାଖ୍ୟାନ ଯୋଗୁ ବ୍ୟବସାୟୀମାନଙ୍କୁ ଝଟ୍‌କା ଲାଗିଛି। ଆଗାମୀ ଋତୁରେ ଏପରି ସମସ୍ୟା ଏଡ଼ାଇବା ଲାଗି ସେମାନେ ଆହୁରି ଅଧିକ ପ୍ରସ୍ତୁତ ହେବେ ବୋଲି କହିଛନ୍ତି। ଅନ୍ୟ ଜଣେ ବ୍ୟବସାୟୀ ଏହାଦ୍ୱାରା ଆମେରିକା ସହ ଭାରତର ବାଣିଜି୍ୟକ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?