ଏହି ଦେଶରେ ମହଙ୍ଗା ହେବ କରୋନା ଟିକା, ଦାମ୍‌ ରହିଛି…

ଓ୍ବାଶିଂଟନ୍‌,୨୯ା୭: ଆମେରିକାରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସ୍‌ର ଟିକା ମହଙ୍ଗା ଦରରେ ମିଳିବ। ଫାଇନାନ୍‌ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା କମ୍ପାନୀ ମଡର୍ନା ଏହାର ଭ୍ୟାକ୍‌ସିନ୍‌ ବା ଟିକାର ଗୋଟିଏ କୋର୍ସକୁ ୩୭୦୦ରୁ ୪୫୦୦ ଟଙ୍କା ପର୍ଯ୍ୟନ୍ତ ବିକିବାକୁ ଯୋଜନା କରିଛି। ମଡର୍ନା ଟିକାର ପ୍ରସ୍ତାବିତ ମୂଲ୍ୟ Pfizer ଏବଂ BioNTech କରୋନା ଟିକା ମୂଲ୍ୟଠାରୁ ୮୦୦ ଟଙ୍କା ଅଧିକ ରହିଛି।


ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ନିଜ ଟିକାର ମୂଲ୍ୟ ୩୭୦୦ରୁ ୪୫୦୦ ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆମେରିକା Pfizer ଏବଂ ଜର୍ମାନ ସହଭାଗୀ Pfizerର ଟିକା ପାଇଁ ପ୍ରାୟ ୧୫୦୦୦ କୋଟି ଟଙ୍କା ଡିଲ୍‌ ହୋଇଛି। ଏହି ଟିକା ପ୍ରାୟ ୫ କୋଟି ଲୋକଙ୍କୁ ଦିଆଯିବାର ଯୋଜନା ରହିଛି। ଯଦି ଶେଷ ପରୀକ୍ଷଣରେ ଏହି ଟିକା ପ୍ରଭାବଶାଳୀ ଏବଂ ସୁରକ୍ଷିତ ହେବ ତେବେ ଲୋକମାନଙ୍କୁ ଏହା ଦିଆଯିବ।


ଆମେରିକା ଏବଂ ଅନ୍ୟାନ୍ୟ ଉଚ୍ଚ ଆୟକାରୀ ଦେଶରୁ ଟିକା ଦେବା ପାଇଁ ମଡର୍ନା ୩୭୦୦ରୁ ୪୫୦୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବାକୁ ଚିନ୍ତା କରୁଛି। କମ୍ପାନୀ ମୁଖପାତ୍ର କହିଛନ୍ତି, ଟିକା ଯୋଗାଇବା ପାଇଁ ଆମେରିକା ସରକାରଙ୍କ ସହ ଆଲୋଚନା ଚାଲିଛି। ତେବେ ମୁଖପାତ୍ର ଗୋପନୀୟତା ଦର୍ଶାଇ ମୂଲ୍ୟ ନିଶ୍ଚିତ କରିନାହାନ୍ତି।
ଟିକା ପ୍ରସ୍ତୁତ ପାଇଁ ଆମେରିକା ପକ୍ଷରୁ ଦ୍ରୁତ ଅଭିଯାନ ଆରମ୍ଭ କରାଯାଇଛି। ଏହି ଟିକା ପ୍ରସ୍ତୁତ ପାଇଁ ମଡର୍ନା କମ୍ପାନୀକୁ ୭୪୭୬ କୋଟି ଟଙ୍କା ପାଣ୍ଠି ମଧ୍ୟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?