ଆମେରିକା ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା, ହିରୋସୀମାରେ ପଡିଥିବା ବୋମା ଠାରୁ ୨୪ ଗୁଣା ଅଧିକ ଶକ୍ତିଶାଳୀ

ଓ୍ବାଶିଂଟନ,୩୧।୧୦: ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା ସୂଚନା ଅନୁଯାୟୀ ପେଣ୍ଟାଗନ ନୂତନ ବୋମାକୁ ଅନୁମୋଦନ ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ନୂତନ ବୋମା ବି୬୧ ପରମାଣୁ ମାଧ୍ୟାକର୍ଷଣ ବୋମାର ଆଧୁନିକୀକରଣ ସଂସ୍କରଣ ହେବ, ଯାହାର ନାମ ବି୬୧-୧୩ ଦିଆଯାଇଛି।

ସ୍ପେସ ଡିଫେନ୍ସ ପଲିସି ପାଇଁ ଆମେରିକାର ଡେପୁଟି ସେକ୍ରେଟେରୀ ଜନ ପ୍ଲମ ଏକ ବିବୃତ୍ତିରେ କହିଛନ୍ତି ଯେ ସୁରକ୍ଷା ପରିବେଶର ପରିବର୍ତ୍ତନ ଏବଂ ଶତ୍ରୁମାନଙ୍କର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଏବେ ଏହା ଘୋଷଣା କରାଯାଇଛି। ପରିସ୍ଥିତିର ସମୀକ୍ଷା କରିବା ତଥା ସମ୍ଭାବ୍ୟ ବିପଦକୁ ରୋକିବା ଏବଂ ଆବଶ୍ୟକ ସ୍ଥଳେ ପ୍ରତିଶୋଧ ନେଇ ଆମର ସହଯୋଗୀଙ୍କୁ ଆଶ୍ୱାସନା ଦେବା ଆମେରିକାର ଦାୟିତ୍ୱ।
ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ନୂତନ ପରମାଣୁ ବୋମାର ଓଜନ ୩୬୦ କିଲୋଟନ ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୨୪ ଗୁଣ ବଡ ହେବ। ହିରୋସିମାରେ ପକାଯାଇଥିବା ବୋମାର ଓଜନ ୧୫ କିଲୋ ଟନ ଥିଲା। ଜାପାନର ନାଗାସାକିରେ ପକାଯାଇଥିବା ବୋମାଠାରୁ ନୂଆ ବୋମା ୧୪ ଗୁଣ ବଡ ହେବ। ନାଗାସାକିରେ ପକାଯାଇଥିବା ବୋମା ୨୫କିଲୋଟନ ଥିଲା । ଏହା ବ୍ୟତୀତ ନୂତନ ବୋମାରେ ଉନ୍ନତ ଆଧୁନିକ ନିରାପତ୍ତା ଏବଂ ସଠିକତା ମଧ୍ୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri