ଗୁରୁତରଙ୍କୁ ନେଲାନି ଆମ୍ବୁଲାନ୍ସ: ଚାଲିଗଲା ମନୋଜଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୮।୭: କରୋନା ମହାମାରୀ ଭୟରେ ହଜିଯାଉଛି ମାନବିକତା। ସଂକ୍ରମଣ ଯୋଗୁ ମଣିଷ ଅଛୁଅଁା ପାଲଟିଯାଉଛି। ଏଭଳି ଅମାନବିକତା ଯୋଗୁ ସୋମବାର ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁରସ୍ଥିତ ପ୍ରହଲ୍ଲାଦନଗର ଦ୍ୱିତୀୟ ଗଳି ଅଞ୍ଚଳରେ। ସୋମବାର କରୋନା ସନ୍ଦେହରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ ଓ ପ୍ରଶାସନିକ କଟକଣା ଯୋଗୁ ଜଣେ ଗୁରୁତର ରୋଗୀ ମନୋଜ ପ୍ରହରାଜଙ୍କ ଜୀବନ ଦୀପ ଲିଭିଯାଇଛି।
ମନୋଜ ପୂର୍ବରୁ ମଧୁମେହରେ ପୀଡିତ ଥିଲେ। ସୋମବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଘର ନିକଟରେ ପହଞ୍ଚିଥିଲା। କିନ୍ତୁ ମନୋଜଙ୍କୁ ନେବାକୁ ଆମ୍ବୁଲାନ୍ସ କର୍ମଚାରୀ ମନାକରି ଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା କହି କର୍ମଚାରୀ ସଂକ୍ରମଣ ଭୟରେ ତାଙ୍କୁ ଆମ୍ବୁଲାନ୍ସରେ ନେବାକୁ ମନାକରି ଦେଇଥିଲେ। ମନୋଜଙ୍କ ନାବାଳକ ପୁଅ ରୋଗଗ୍ରସ୍ତ ବାପାଙ୍କୁ ଆମ୍ବଲାନ୍ସରେ ନେବାକୁ କର୍ମଚାରୀଙ୍କ ନିକଟରେ ବହୁ ନେହୁରା ହୋଇଥିଲେ। କିନ୍ତୁ କରୋନା ଭୟରେ ଆମ୍ବୁଲାନ୍ସ ତାଙ୍କୁ ନ ନେଇ ଫେରି ଯାଇଥିଲା। ଶେଷରେ ଚିକିତ୍ସିତ ହୋଇ ନ ପାରି ଘରେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନା ଯୋଗୁ ମଣିଷ ମନରୁ ହଜି ଯାଉଥିବା ମାନବିକତା ଯୋଗୁ ମନୋଜଙ୍କୁ ହରାଇ ତାଙ୍କ ପରିବାର ଏବେ ସର୍ବସ୍ବାନ୍ତ ହୋଇପଡିଛନ୍ତି। ମନୋଜ ନିଜ ମାତାପିତାଙ୍କର ଏକମାତ୍ର ପୁଅ ହୋଇଥିବା ବେଳେ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ରହିଥିଲା। ଘରେ ବିଧବା ମା’, ସ୍ତ୍ରୀ ଗୋଟିଏ ପୁଅ ଓ ଝିଅକୁ ନେଇ ତାଙ୍କ ସଂସାର। ଏବେ ମନୋଜ ଚିକିତ୍ସା ନ ପାଇ ପ୍ରାଣ ହରାଇବା ଯୋଗୁ ତାଙ୍କ ପରିବାର ବେସାହାରା ହୋଇପଡିଛିି। କେବଳ ମନୋଜ ନୁହନ୍ତି, ସହରରେ ଜରୁରୀକାଳୀନ ସେବା ଅଭାବରୁ ଅନେକ ରୋଗୀ ମୃତ୍ୟୁମୁଖରେ ପଡୁଥିବା ଦୃଷ୍ଟିକୁ ଆସୁଛି।

କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ନେବ ଆମ୍ବୁଲାନ୍ସ

ଗଛତ୍ରପୁର, (ଡି.ଏନ.ଏ. ) ଗଞ୍ଜାମ ଜ଼ିଲାର ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ କର୍ମଚାରୀ ନେଉନାହାନ୍ତି। ଏନେଇ କେତେକଙ୍କ ଜୀବନ ଦୀପ ଲିଭିଯାଇଛି। ଆମ୍ବୁଲାନ୍ସ ଗୁରୁତର ରୋଗୀଙ୍କୁ ନେଉ ନ ଥିବାରୁ ଚିକିତ୍ସା ସେବା ପାଇବାରେ ବିଳମ୍ବ ହେଉଛି। ଏହିସବୁ ଘଟଣା ଦୃଷ୍ଟିକୁ ଆସିବା ପରେ ସୋମବାର ଜିଲା ପ୍ରଶାସନର ନିୟମ ବଦଳିଛି। ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ସମ୍ପର୍କରେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ ନେବ। ଏହି ଜରୁରୀ ପରିସ୍ଥିତିରେ ସମସ୍ତଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ଆବଶ୍ୟକ। ସମସ୍ତ ୧୦୮ ଓ ୧୦୪ ଆମ୍ବୁଲାନ୍ସ ଚାଳକ ଓ ଷ୍ଟାଫଙ୍କୁ ପିପିଇ କିଟ୍‌ ପ୍ରଦାନ କରିବାକୁ ସିଡିଏମ୍‌ଓଙ୍କୁ ଜ଼ିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆମ୍ବୁଲାନ୍ସ ଷ୍ଟାଫଙ୍କୁ ସହଯୋଗ କରନ୍ତୁ, ସେମାନଙ୍କୁ ଦୁର୍ବ୍ୟବହାର କରନ୍ତୁନି। କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଜ଼ିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri