ଠିକ୍‌ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ

ଟିକିରି(ଡି.ଏନ୍‌.ଏ.)/ଭବାନୀପାଟଣା(ସ୍ବ.ପ୍ର.),୧୮ା୧୧:କଳାହାଣ୍ଡି ଜିଲାର ଅନେକ ଦୁର୍ଗମ ଅଞ୍ଚଳକୁ ଏବେବି ପକ୍କାରାସ୍ତା ହୋଇପାରି ନାହିଁ। ଫଳରେ ଅନେକ ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆ, ଭାର ଏବଂ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ନେବାକୁ ପଡ଼ୁଛି। ବିଭିନ୍ନ ସମୟରେ ଲୋକଙ୍କୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ମିଳୁନାହିଁ। ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗର୍ଭବତୀ ଏବଂ ଶିଶୁଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଥୁଆମୂଳରାମପୁର ବ୍ଲକ ସିଲେଟ ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡପଦର ଗ୍ରାମରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରିବାରୁ ଦାଣ୍ଡପଦର ଗ୍ରାମର ଦାନସିଂ ମାଝିଙ୍କ ସ୍ତ୍ରୀ ଜୀବନଦେଈ ଘରେ ପ୍ରସବ କରିଛନ୍ତି। ପରେ ଶିଶୁପୁତ୍ରର ମୃତ୍ୟୁ ଘଟିବା ସହ ପ୍ରସୂତି ଗୁରୁତର ହୋଇଛନ୍ତି। ଥୁଆମୂଳରାମପୁରରେ ସମସ୍ତ ୧୦୮ ଆମ୍ବୁଲାନ୍ସ ଅନ୍ୟ କାମରେ ଯାଇଥିବାରୁ ପଡ଼ୋଶୀ ରାୟଗଡ଼ା ଜିଲା କାଶୀପୁର ବ୍ଲକରୁ ଆମ୍ବୁଲାନ୍ସ ଯାଇ ୬ କି.ମି. ରାସ୍ତା ଯାଇ ଜୀବନଦେଈଙ୍କୁ ଷ୍ଟ୍ରେଚରରେ ବୋହି ଆଣିବା ପରେ କାଶୀପୁର ଓ ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କାଶୀପୁର ବ୍ଲକର ଆମ୍ବୁଲାନ୍ସ ଡ୍ରାଇଭର ପରିକ୍ଷିତ ନାୟକ କହିଛନ୍ତି, ଦାଣ୍ଡପଦର ଗାଁକୁ ଯିବାପାଇଁ ଭଲ ରାସ୍ତା ନ ଥିଲା। ଷ୍ଟ୍ରେଚର ନେଇ ୬ କି.ମି. ଚାଲିଚାଲି ଯିବା ବେଳକୁ ଶିଶୁପୁତ୍ରର ମୃତ୍ୟୁ ଘଟିସାରିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ପ୍ରସୂତି ଜୀବନଦେଈ ମଧ୍ୟ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ଗାଁ ଲୋକେ ଡାକ୍ତରଖାନା ନେବା ପାଇଁ କିମ୍ବା ସାହାଯ୍ୟ କରିବାକୁ ରାଜିହୋଇ ନ ଥିଲେ। ପରିକ୍ଷିତ ନିଜେ ଗାଁର କେତେଜଣ ଲୋକଙ୍କୁ ୩୦୦ ଟଙ୍କା ଦେଇ ସେମାନଙ୍କ ସହାୟତାରେ ମହିଳାଙ୍କୁ ୬ କି.ମି. ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ତାଙ୍କୁ ରାୟଗଡ଼ା ଜିଲାକୁ ଆଣିଥିଲେ ବୋଲି ସେ କହିଛନ୍ତି। ପରିକ୍ଷିତଙ୍କ ଭଳି କେତେଜଣ ଆମ୍ବୁଲାନ୍ସ ଚାଳକଙ୍କ ମହତ କାର୍ଯ୍ୟ ଯୋଗୁ ଅନେକ ସମୟରେ ଅଞ୍ଚଳର ଗର୍ଭବତୀଙ୍କ ଜୀବନ ମଧ୍ୟ ବଞ୍ଚିଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri