ଅସ୍ପଷ୍ଟ ଆଭିମୁଖ୍ୟ

ପୂଜାସ୍ଥଳ(ବିଶେଷ ପ୍ରାବଧାନ) ଅଧିନିୟମ, ୧୯୯୧ ଯେକୌଣସି ପୂଜାସ୍ଥଳୀର ରୂପାନ୍ତରଣକୁ ବାରଣ କରେ। ୧୫ ଅଗଷ୍ଟ ୧୯୪୭ରେ ପୂଜାସ୍ଥଳର ଧର୍ମୀୟ ସ୍ଥିତି ଯାହା ରହିଥିଲା ତାହାକୁ ପରିବର୍ତ୍ତନ ନ କରିବା ଲାଗି ଏହି ଆଇନରେ କୁହାଯାଇଛି। ଭିନ୍ନ ଭାବରେ ଲେଖାଯାଇଥିବା ଏହି ଆଇନ କହେ, ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ସ୍ତୂପ, ଗୁରୁଦ୍ୱାର ଇତ୍ୟାଦି ୧୯୪୭ରେ ଯେପରି ସ୍ଥିତିରେ ଥିଲା ତାହା ସେଭଳି ରହିବ। ଅର୍ଥାତ୍‌ ଏହିସବୁ ପୂଜାସ୍ଥଳରେ ଯେଉଁ ଧର୍ମ ପାଳନ କରାଯାଉଥିଲା ତାହା ଜାରି ରହିବ। ବାବ୍ରି ମସ୍‌ଜିଦ ଭାଙ୍ଗିବା ଭଳି ଘଟଣାକୁ ଭବିଷ୍ୟତରେ ରୋକିବା ପାଇଁ ସମ୍ଭବତଃ ଏହି ଆଇନ ଅଣାଯାଇଥିଲା। ହେଲେ ଏହାକୁ ଠିକ୍‌ ଭାବେ ଗଢ଼ାଯାଇ ପାରିଲା ନାହିଁ କିମ୍ବା ଏହାର ଉଦ୍ଦେଶ୍ୟ ଅଧିକ ସ୍ପଷ୍ଟ ହୋଇପାରିଲା ନାହିଁ। ତେବେ ଭାରତରେ ଆଇନ ଏପରି କି କୋର୍ଟ ଏଭଳି ଘଟଣାକୁ ରୋକିବା କ୍ୱଚିତ ଦେଖାଯାଏ। ୨୦୧୯ରେ ସୁପ୍ରିମକୋର୍ଟ ବାବ୍ରି ମସ୍‌ଜିଦ ସ୍ଥାନକୁ ମନ୍ଦିରକୁ ହସ୍ତାନ୍ତର କରିବା ପାଇଁ ରାୟ ଦେବା ପରେ ବାରାଣସୀର ଜ୍ଞାନବାପି ମସ୍‌ଜିଦ ସମ୍ପର୍କରେ ଉତ୍ତରପ୍ରଦେଶ ଏକ କୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ସର୍ଭେ କରିବା ପାଇଁ କୋର୍ଟ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସେଠାରେ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କହିଥିଲେ ଯେ, ପୂଜାସ୍ଥଳ ଅଧିନିୟମରେ କୌଣସି ସ୍ଥାନର ଧର୍ମୀୟ ସ୍ଥିତି ନିଶ୍ଚିତ କରିବା ବା ସାମ୍ନାକୁ ଆଣିବା ପାଇଁ ନିଷେଧ କରାଯାଇ ନାହିଁ। ସମ୍ଭବତଃ ଏହାର ଅର୍ଥ ହେଉଛି ଲୋକମାନେ ଏହି କାରଣରୁ କୋର୍ଟରେ ମକଦ୍ଦମା ଦାଏର କରିବାକୁ ସ୍ବାଧୀନ ହୋଇଗଲେ। ଅଦାଲତ ସର୍ଭେ ଜାରି ରଖିବାକୁ ଅନୁମତି ଦେଇଥିଲେ। ୨୦୨୩ରେ ମସଜିଦ୍‌ ଏକ ହିନ୍ଦୁ ମନ୍ଦିରର ପୁରାତନ ଢାଞ୍ଚା ଉପରେ ନିର୍ମିତ ହୋଇଥିଲା କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ବାରାଣସୀ ଜିଲା କୋର୍ଟ ଏଏସ୍‌ଆଇକୁ କହିଥିଲେ।
ସମ୍ଭବତଃ ଏହି ଘଟଣାଗୁଡ଼ିକ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ବିଚାରପତିମାନେ ଭାରତରେ ନିର୍ମିତ ମଧ୍ୟଯୁଗୀୟ ମସ୍‌ଜିଦଗୁଡ଼ିକର ଧର୍ମୀୟ ସ୍ଥିତି ଜାଣିବା ତଥା ସର୍ଭେ ନିର୍ଦ୍ଦେଶ ଦେବା ପାଇଁ କରାଯାଇଥିବା ଆବେଦନକୁ ବିଚାର ଲାଗି ଗ୍ରହଣ କରିଥିଲେ। ୧୧୯୯ରେ କୁତୁବୁଦ୍ଦିନ ଆଇବାକ (ଯିଏ ଦିଲ୍ଲୀରେ କୁତବ ମୀନାର ମଧ୍ୟ ନିର୍ମାଣ କରିଥିଲେ)ଙ୍କ ଦ୍ୱାରା ନିର୍ମିତ ରାଜସ୍ଥାନ ଆଜ୍‌ମେରର ଅଢ଼ାଇ ଦିନ କା ଝୋଁପଡ଼ା ମସ୍‌ଜିଦ ଏବଂ ମୋଇନୁଦ୍ଦିନ ଚିସ୍ତି ନିର୍ମାଣ କରିଥିବା ଆଜମେର ଦର୍ଗା ଉପରେ ସର୍ଭେ କରିବାକୁ ଦାବି ଉଠିଥିଲା। ଏହି ମସ୍‌ଜିଦ ଏକ ସଂରକ୍ଷିତ ସ୍ଥାନ ଭାବେ ଏଏସ୍‌ଆଇ ଅଧୀନରେ ରହିଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉଠୁଥିବା ଦାବିକୁ ଲକ୍ଷ୍ୟ କରି ରାଜ୍ୟ ବିଧାନସଭାରେ ବାଚସ୍ପତି ଏହି ସ୍ଥାନରେ ପୂର୍ବରୁ ଏକ ସଂସ୍କୃତ ମହାବିଦ୍ୟାଳୟ ଥିଲା ବୋଲି ହେଉଥିବା ଦାବି ସତ୍ୟ କି ନୁହେଁ ତାହା ଜାଣିବାକୁ ଏଏସ୍‌ଆଇ ସର୍ଭେ କରିବାକୁ ଚାହଁିଥିଲେ। ଶାହାଜାହାନଙ୍କ ଦ୍ୱାରା ନିର୍ମିତ ଲକ୍ଷ୍ନୌର ସବୁଠାରୁ ବଡ଼ ତିଲେୱାଲି ମସ୍‌ଜିଦକୁ ଲକ୍ଷ୍ମଣଙ୍କ ନାମରେ ନାମିତ ଏକ ପ୍ଲାଟଫର୍ମ ବା ଚୌତରା ଉପରେ ନିର୍ମାଣ କରାଯାଇଥିଲା ବୋଲି ଦାବି ଉଠିଥିଲା। ବାଦାଉଁରେ ଇଲତୁତ୍‌ମିଶଙ୍କ ଦ୍ୱାରା ନିର୍ମିତ ଜାମା ମସ୍‌ଜିଦ ଶାମସି ଉପରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦାବି ଉତ୍‌ଥାପନ କରିଥିଲା। ଏହା ବ୍ୟତୀତ ଉତ୍ତରପ୍ରଦେଶ ଜୌନପୁରର ଅଟାଲା ମସ୍‌ଜିଦ ଭିତରେ ପୂଜା କରିବାର ଅଧିକାର ଦାବି କରି ସ୍ବରାଜ ବାହିନୀ ଆସୋସିଏଶନର ଏକ ଗୋଷ୍ଠୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ନିକଟରେ ମାର୍ଚ୍ଚ ୨୦୨୪ରେ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ଧର୍‌ ଜିଲାର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଭୋଜଶାଳା-କମଲ ମୌଲା କମ୍ପ୍ଲେକ୍ସ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ବୈଜ୍ଞାନିକ ସର୍ବେକ୍ଷଣର ସ୍ଥଳ ପାଲଟିଗଲା। ଗତ ବର୍ଷ ନଭେମ୍ବରରେ ପଶ୍ଚିମ ୟୁପିର ଏକ କୋର୍ଟ ସମ୍ବଲ ଜାମା ମସ୍‌ଜିଦ ଉପରେ ଏକ ପିଟିଶନର ଶୁଣାଣି କରି ମସ୍‌ଜିଦ ପରିସରରେ ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଓ ସେହିଦିନ ତାହା କରାଯାଇଥିଲା। ସର୍ଭେ କରୁଥିବା ଟିମ୍‌ ରବିବାର ସକାଳୁ ଦ୍ୱିତୀୟ ଥର ମସ୍‌ଜିଦରେ ପହଞ୍ଚିଥିଲା ଏବଂ ଏହା ମସ୍‌ଜିଦ ତଳ ଖୋଳୁଥିବା ଗୁଜବ ପ୍ରଚାରିତ ହୋଇଥିଲା। ବିକ୍ଷୋଭକାରୀଙ୍କ ଭିଡ଼ ଜମିଥିଲା ଏବଂ ପୋଲିସ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲା। ଏହି ଦୁଃଖଦ ଘଟଣାକୁ କୋର୍ଟରେ ଦିଆଯାଇଥିବା ମନ୍ତବ୍ୟ ସହିତ ସିଧାସଳଖ ଦର୍ଶାଇ ପାରିବା। ବାସ୍ତବରେ ସୁପ୍ରିମକୋର୍ଟରେ ଦିଆଯାଇଥିବା ଏହି ମନ୍ତବ୍ୟର କୌଣସି ବାଇଣ୍ଡିଂ ଅଥରିଟି ବା କାର୍ଯ୍ୟକାରିତାର ବୈଧତା ନାହିଁ ବୋଲି ବିଶେଷଜ୍ଞମାନେ ସୂଚିତ କରିଛନ୍ତି। ନିର୍ଦ୍ଦେଶରେ ଲିପିବଦ୍ଧ ହୋଇ ନ ଥିବା ଶବ୍ଦଗୁଡ଼ିକ ଜଣାପଡ଼ିବାର ଏକମାତ୍ର କାରଣ ହେଉଛି ସେଗୁଡ଼ିକ ଉଚ୍ଚାରଣ କରାଯିବା ସମୟରେ ରିପୋର୍ଟ କରାଯାଇଥିଲା। ସୁପ୍ରିମକୋର୍ଟ ପୂଜାପାଠ ଅଧିନିୟମକୁ ସ୍ଥଗିତ କିମ୍ବା ରଦ୍ଦ କରି ନ ଥିଲେ। ଏଣୁ ଏବେ ଏହା ବଳବତ୍ତର ରହିଛି ଏବଂ ଯଦି ୧୫ ଅଗଷ୍ଟ ୧୯୪୭ରେ ଏକାଧିକ ଧର୍ମ ଦ୍ୱାରା କୌଣସି ଏକ ପୂଜାପୀଠ ସକ୍ରିୟ ଭାବରେ ବ୍ୟବହୃତ ହୋଇ ନ ଥିବ, ତେବେ ଏହାକୁ ବିବାଦ ଭାବେ କୋର୍ଟକୁ ଅଣାଯାଇପାରିବ ନାହିଁ। ତଥାପି ଆମେ ଦେଖିପାରୁଛୁ, ସପ୍ତମ ଶତାବ୍ଦୀର ପୁରୁଣା ସ୍ଥଳିକୁ ନେଇ ସମ୍ପତ୍ତିଗତ ବିବାଦୀୟ ମାମଲା ସଂଖ୍ୟା ବଢୁୁଛି। ଅଯୋଧ୍ୟା ବିବାଦ ବଢ଼ି ବିସ୍ଫୋରକ ସ୍ଥିତି ଉପୁଜିଲା ପରେ ତିନି ଦଶନ୍ଧି ଧରି ରାଜନୀତିରେ ଏହା ମୂଳ ପ୍ରସଙ୍ଗ ହୋଇ ରହିଥିଲାବେଳେ ଏବେ ଏହିସବୁ ଘଟଣାରୁ ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତି ଉପୁଜୁଛି। ଏଥିପାଇଁ ଅତ୍ୟଧିକ ଜାତୀୟ ଶକ୍ତି ଏବଂ ରକ୍ତପାତ ଘଟୁଛି।
ଗତ ମାସରେ ସୁପ୍ରିମକୋର୍ଟ ଅଦାଲତମାନଙ୍କୁ ଏଭଳି ନୂତନ ମକଦ୍ଦମା ପଞ୍ଜୀକରଣରୁ ନିବୃତ୍ତ କରିଥିଲେ। ଏହା ମଧ୍ୟ କହିଥିଲେ ଯେ, ପୂଜାସ୍ଥଳ ଅଧିନିୟମର ବୈଧତା ଉପରେ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ବିଚାରାଧୀନ ମକଦ୍ଦମାଗୁଡ଼ିକ କ୍ଷେତ୍ରରେ କୌଣସି ମଧ୍ୟବର୍ତ୍ତିକାଳୀନ କିମ୍ବା ଚୂଡ଼ାନ୍ତ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଖୁବ୍‌ଶୀଘ୍ର କୋର୍ଟ ଏହି ମାମଲାର ଶୁଣାଣି କରିବେ, ଯେଉଁଥିରୁ ଆମେ ଜାଣିପାରିବା ଯେ ଏହି ଆଇନ ଉପରେ ମୋଦି ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି। ସମସ୍ତ ସରକାର ଏହି ଆଇନକୁ ରକ୍ଷା କରିବେ ବୋଲି ଆଶା କରାଯାଉଛି, କିନ୍ତୁ ପୂଜାସ୍ଥଳ ଆଇନ ପ୍ରଣୟନ କରି ସେଥିରୁ ଉପକୃତ ହୋଇଥିବା ଦଳର ନେତୃତ୍ୱରେ ଚାଲିଥିବା ଏହି ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri