Categories: ଖେଳ

ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଦୂତୀ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଶନିବାର ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଛନ୍ତି। ଆସନ୍ତା ୩୦ ତାରିଖରେ ସେ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ସମୟ ସକାଳ ୮ଟାରେ ତାଙ୍କର ୧୦୦ ମିଟର ହିଟ୍‌ ଅଛି। ଅଗଷ୍ଟ ୨ ତାରିଖରେ ୨୦୦ ମିଟର ହିଟ୍‌ ଅନୁଷ୍ଠିତ ହେବ। କ୍ରୀଡ଼ା ଗ୍ରାମରେ ଦୂତୀଙ୍କୁ ଲଞ୍ଚ୍‌ରେ ଚିଙ୍ଗୁଡ଼ି, ଚିକେନ, ମଟନ୍‌, ମାଛ, ଭେଣ୍ଡି ଫ୍ରାଏ ଓ କୋବି ଫ୍ରାଏ ଆଦି ବେଶ୍‌ ସ୍ବାଦିଷ୍ଟ ଖାଦ୍ୟ ଦିଆଯାଇଥିବା ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

 

 

Share