Posted inଫୁରସତ

ମନ୍ଦିରକୁ ଦେଢ଼ କୋଟି ଦାନକଲେ ଅମ୍ବାନୀ

ତିରୁପତି: ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଆନ୍ଧ୍ର ପ୍ରଦେଶର ଭେଙ୍କଟେଶ୍ୱର ମନ୍ଦିର ଦର୍ଶନ କରିଛନ୍ତି। ସାନ ପୁଅ ଅନନ୍ତଙ୍କ ଭାବିସ୍ତ୍ରୀ ରାଧିକା ମର୍ଚାଣ୍ଟ ଏବଂ ରିଲାଏନ୍ସ ରିଟେଲ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଅମ୍ବାନୀଙ୍କ ସହ ମନ୍ଦିର ଦର୍ଶନ କରିଛନ୍ତି। ମନ୍ଦିର ଦର୍ଶନ ପରେ ଅମ୍ବାନୀ ୧.୫ କୋଟି ଟଙ୍କା ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ଟ୍ରଷ୍ଟକୁ ଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ଭେଙ୍କଟେଶ୍ୱର ମନ୍ଦିର ସମେତ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଏହି ଟ୍ରଷ୍ଟ ଅଧୀନରେ ଆସୁଛି। ମନ୍ଦିରରେ ପ୍ରାର୍ଥନା କରିବା ସାଙ୍ଗକୁ ପରିସରରେ ଥିବା ହାତୀଙ୍କୁ ଖାଦ୍ୟ ଖୁଆଇ ଥିଲେ ମୁକେଶ ଓ ରାଧିକା। ମନ୍ଦିର ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି, ଯାହାପାଇଁ ଭାରତୀୟ ବେଶ୍‌ ଗର୍ବିତ। ଭଗବାନ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ପାଇଁ ମୁକେଶ ମନ୍ଦିର ଆସିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri