୧୭ରୁ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ

ନୂଆଦିଲ୍ଲୀ : ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଭାରତ ବଜାର ଲାଗି ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଚଳିତ ମାସ ୧୭ରୁ ଆରମ୍ଭ ହେଉଛି। ଏଥିରେ ଲକ୍ଷାଧିକ ସେଲର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ପାର୍ବଣରେ ବିଭିନ୍ନ ପ୍ରଡକ୍ଟ ଏହି ଫେଷ୍ଟିଭାଲ ଦ୍ୱାରା ଗ୍ରାହକ ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। କମ୍ପାନୀର ପ୍ରାଇମ ମେମ୍ବର ୨୪ ଘଣ୍ଟିଆ ପୂର୍ବ ଆକ୍‌ସେସ୍‌ ସୁବିଧା ପାଇବେ। ୬.୫ ଲକ୍ଷରୁ ଊର୍ଦ୍ଧ୍ୱ ସେଲର ଏଥିରେ କୋଟି କୋଟି ପ୍ରଡକ୍ଟ ଉପଲବ୍ଧ କରାଇବେ। କ୍ଷୁଦ୍ର ଏବଂ ମଧ୍ୟମ ବିଜ୍‌ନେସଗୁଡିକ ୪ କୋଟିରୁ ଊର୍ଦ୍ଧ୍ୱ ପ୍ରଡକ୍ଟ ଲୋକଙ୍କୁ ଯୋଗାଇଦେବେ। ଦେଶର ୧୦୦ ସହରରୁ ୨୦ ହଜାର ଲୋକାଲ ଶପ୍‌ ମଧ୍ୟ ଏହି ଫେଷ୍ଟିଭାଲରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିରେ ୧ ଲକ୍ଷ ଲୋକାଲ ଶପ୍‌ ଏବଂ କିରାନା ଗ୍ରାହକଙ୍କ ନିକଟରେ ସେବା ପହଞ୍ଚାଇବେ। ଏହି ଫେଷ୍ଟିଭାଲରୁ ସାମଗ୍ରୀ କ୍ରୟ କରି ଗ୍ରାହକ କ୍ଷୁଦ୍ର ବାଣିଜ୍ୟଗୁଡିକୁ ସହାୟତା କରିପାରିବେ।
ପ୍ରମୁଖ ବ୍ରାଣ୍ଡଗୁଡିକର ୯୦୦ରୁ ଊର୍ଦ୍ଧ୍ୱ ପ୍ରଡକ୍ଟ ଏହି ଅବସରରେ ଶୁଭାରମ୍ଭ କରାଯିବ। ଗ୍ରାହକ ସ୍ମାର୍ଟଫୋନ, ବଡ ଆପ୍ଳାଏନ୍ସ, ଟିଭି, କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ, ହୋମ୍‌ ଏବଂ କିଚେନ ପ୍ରଡକ୍ଟ, ଫ୍ୟାଶନ ଏବଂ ବିୟୁଟି, ଗ୍ରସେରି ସମେତ ଅନ୍ୟ ସାମଗ୍ରୀ ଲାଭ କରିବାକୁ ସକ୍ଷମ ହେବେ। ହିନ୍ଦୀ, ଇଂଲିଶ, ତାମିଲ,ତେଲୁଗୁ, ମାଲୟାଲମ ଏବଂ କନ୍ନଡ ଭଳି ୬ଟି ଭାଷାରେ ଓ୍ବେବ୍‌ସାଇଟକୁ ଆକ୍‌ସେସ୍‌ କରିବାର ସୁବିଧା ମଧ୍ୟ ରହିଛି। ଆମାଜନର ବିଜ୍‌ନେସ ସେଗ୍‌ମେଣ୍ଟରୁ କ୍ରୟକରି ଏମ୍‌ଏସ୍‌ଏମ୍‌ଇ ସଞ୍ଚୟ ସୁବିଧା ପାଇପାରିବେ। ନବରାତ୍ରି, ଦୁର୍ଗାପୂଜା, ଦୀପାବଳି, ଓ୍ବେଡିଂ ସିଜନ ଏବଂ ଧନତେରସ ଲାଗି ଲୋକମାନେ ଆମାଜନରୁ କ୍ରୟ ସୁବିଧା ପାଇବେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଡେବିଟ ଏବଂ କ୍ରେଡିଟ କାର୍ଡରେ ୧୦% ଇନ୍‌ଷ୍ଟାଣ୍ଟ ରିହାତି ସୁବିଧା, ଡେବିଟ ଏବଂ କ୍ରେଡିଟ କାର୍ଡରେ ନୋ କଷ୍ଟ୍‌ ଇଏମ୍‌ଆଇ, ଏକ୍ସଚେଞ୍ଜ ଅଫର, ଆମାଜନ ପେ ୟୁପିଆଇ ଦ୍ୱାରା ଦେନିକ ଶପିଂ ରିଓ୍ବାର୍ଡ ଭଳି ବିଭିନ୍ନ ସୁବିଧା ଗ୍ରାହକଙ୍କ ଲାଗି ରହିଛି। ଏଭଳି ଏକ ଫେଷ୍ଟିଭାଲ ସେଲର ଏବଂ ପାର୍ଟନରଙ୍କ ଲାଗି ଏକ ସୁଯୋଗ ବୋଲି ଆମାଜନ ଇଣ୍ଡିଆର ଉପସଭାପତି ମନୀଷ ତିଓ୍ବାରୀ ସୂଚନା ଦେଇଛନ୍ତି। ପାର୍ବଣ ସମୟରେ ଗ୍ରାହକ ଏହାଦ୍ୱାରା କ୍ରୟର ଏକ ଉନ୍ନତ ଅଭିଜ୍ଞତା ଲାଭ କରିପାରିବେ। ଘରେ ବସି ଲୋକମାନେ ସାମଗ୍ରୀ ଲାଭ କରିପାରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri