୧୭ରୁ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ

ନୂଆଦିଲ୍ଲୀ : ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଭାରତ ବଜାର ଲାଗି ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଚଳିତ ମାସ ୧୭ରୁ ଆରମ୍ଭ ହେଉଛି। ଏଥିରେ ଲକ୍ଷାଧିକ ସେଲର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ପାର୍ବଣରେ ବିଭିନ୍ନ ପ୍ରଡକ୍ଟ ଏହି ଫେଷ୍ଟିଭାଲ ଦ୍ୱାରା ଗ୍ରାହକ ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। କମ୍ପାନୀର ପ୍ରାଇମ ମେମ୍ବର ୨୪ ଘଣ୍ଟିଆ ପୂର୍ବ ଆକ୍‌ସେସ୍‌ ସୁବିଧା ପାଇବେ। ୬.୫ ଲକ୍ଷରୁ ଊର୍ଦ୍ଧ୍ୱ ସେଲର ଏଥିରେ କୋଟି କୋଟି ପ୍ରଡକ୍ଟ ଉପଲବ୍ଧ କରାଇବେ। କ୍ଷୁଦ୍ର ଏବଂ ମଧ୍ୟମ ବିଜ୍‌ନେସଗୁଡିକ ୪ କୋଟିରୁ ଊର୍ଦ୍ଧ୍ୱ ପ୍ରଡକ୍ଟ ଲୋକଙ୍କୁ ଯୋଗାଇଦେବେ। ଦେଶର ୧୦୦ ସହରରୁ ୨୦ ହଜାର ଲୋକାଲ ଶପ୍‌ ମଧ୍ୟ ଏହି ଫେଷ୍ଟିଭାଲରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିରେ ୧ ଲକ୍ଷ ଲୋକାଲ ଶପ୍‌ ଏବଂ କିରାନା ଗ୍ରାହକଙ୍କ ନିକଟରେ ସେବା ପହଞ୍ଚାଇବେ। ଏହି ଫେଷ୍ଟିଭାଲରୁ ସାମଗ୍ରୀ କ୍ରୟ କରି ଗ୍ରାହକ କ୍ଷୁଦ୍ର ବାଣିଜ୍ୟଗୁଡିକୁ ସହାୟତା କରିପାରିବେ।
ପ୍ରମୁଖ ବ୍ରାଣ୍ଡଗୁଡିକର ୯୦୦ରୁ ଊର୍ଦ୍ଧ୍ୱ ପ୍ରଡକ୍ଟ ଏହି ଅବସରରେ ଶୁଭାରମ୍ଭ କରାଯିବ। ଗ୍ରାହକ ସ୍ମାର୍ଟଫୋନ, ବଡ ଆପ୍ଳାଏନ୍ସ, ଟିଭି, କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ, ହୋମ୍‌ ଏବଂ କିଚେନ ପ୍ରଡକ୍ଟ, ଫ୍ୟାଶନ ଏବଂ ବିୟୁଟି, ଗ୍ରସେରି ସମେତ ଅନ୍ୟ ସାମଗ୍ରୀ ଲାଭ କରିବାକୁ ସକ୍ଷମ ହେବେ। ହିନ୍ଦୀ, ଇଂଲିଶ, ତାମିଲ,ତେଲୁଗୁ, ମାଲୟାଲମ ଏବଂ କନ୍ନଡ ଭଳି ୬ଟି ଭାଷାରେ ଓ୍ବେବ୍‌ସାଇଟକୁ ଆକ୍‌ସେସ୍‌ କରିବାର ସୁବିଧା ମଧ୍ୟ ରହିଛି। ଆମାଜନର ବିଜ୍‌ନେସ ସେଗ୍‌ମେଣ୍ଟରୁ କ୍ରୟକରି ଏମ୍‌ଏସ୍‌ଏମ୍‌ଇ ସଞ୍ଚୟ ସୁବିଧା ପାଇପାରିବେ। ନବରାତ୍ରି, ଦୁର୍ଗାପୂଜା, ଦୀପାବଳି, ଓ୍ବେଡିଂ ସିଜନ ଏବଂ ଧନତେରସ ଲାଗି ଲୋକମାନେ ଆମାଜନରୁ କ୍ରୟ ସୁବିଧା ପାଇବେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଡେବିଟ ଏବଂ କ୍ରେଡିଟ କାର୍ଡରେ ୧୦% ଇନ୍‌ଷ୍ଟାଣ୍ଟ ରିହାତି ସୁବିଧା, ଡେବିଟ ଏବଂ କ୍ରେଡିଟ କାର୍ଡରେ ନୋ କଷ୍ଟ୍‌ ଇଏମ୍‌ଆଇ, ଏକ୍ସଚେଞ୍ଜ ଅଫର, ଆମାଜନ ପେ ୟୁପିଆଇ ଦ୍ୱାରା ଦେନିକ ଶପିଂ ରିଓ୍ବାର୍ଡ ଭଳି ବିଭିନ୍ନ ସୁବିଧା ଗ୍ରାହକଙ୍କ ଲାଗି ରହିଛି। ଏଭଳି ଏକ ଫେଷ୍ଟିଭାଲ ସେଲର ଏବଂ ପାର୍ଟନରଙ୍କ ଲାଗି ଏକ ସୁଯୋଗ ବୋଲି ଆମାଜନ ଇଣ୍ଡିଆର ଉପସଭାପତି ମନୀଷ ତିଓ୍ବାରୀ ସୂଚନା ଦେଇଛନ୍ତି। ପାର୍ବଣ ସମୟରେ ଗ୍ରାହକ ଏହାଦ୍ୱାରା କ୍ରୟର ଏକ ଉନ୍ନତ ଅଭିଜ୍ଞତା ଲାଭ କରିପାରିବେ। ଘରେ ବସି ଲୋକମାନେ ସାମଗ୍ରୀ ଲାଭ କରିପାରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri